ଯାଜପୁରରେ ୧୫୦ଶଯ୍ୟା ବିଶିଷ୍ଟ କୋଭିନ୍ ହସ୍ପିଟାଲ ଉଦ୍ଘାଟିତ

Spread the love

ଯାଜପୁର ୧୦/୦୪ (ସନ୍ଧାନ ନିୟୁଜ/ମାନସ ରାଉତ) : ଶୁକ୍ରବାର ପୂର୍ବହ୍ନରେ କଳିଙ୍ଗନଗରର ଡୁବୁରୀ ସ୍ଥିତ ଟାଟା ମେଡିÿକା ହସପିଟାଲକୁ କୋଭିଡ୍ ହସପିଟାଲ ଭାବେ ରାଜ୍ୟ ସରକାରଙ୍କ ନିଦେ୍ର୍ଧଶ ଅନୁସାରେ ଜିଲ୍ଲାପାଳ ରଂଜନ କୁମାର ଦାସ ଲୋକାର୍ପିତ କରିଛନ୍ତି । ୧୫୦ ଶଯ୍ୟା ବିଶିଷ୍ଟ ଏହି ହସପିଟାଲରେ କେବଳ କରୋନା ପଜିଟିଭ ରୋଗୀମାନଙ୍କର ଚିକିତ୍ସା କରାଯିବ ଓ ଏଥିରେ ୨୫ଗୋଟି ଆଇ.ସି.ୟୁର ବ୍ୟବସ୍ଥା ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଏହି ହସପିଟାଲରେ ୧୦ଟି ଭେଣ୍ଟିଲେଟର ଓ ଆଇସୋଲେସନ ୱାର୍ଡ ରହିଛି । ହସପିଟାଲରେ କରୋନା ରୋଗୀଙ୍କ ପ୍ରାଥମିକ ଚିକିତ୍ସା ସହ ସାମ୍ପୁଲ ସଂଗ୍ରହ ମଧ୍ୟ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି । ଏହି ହସପିଟାଲକୁ ସଂପୂର୍ଣ୍ଣ ଉତ୍ସର୍ଗୀକୃତ ବା ଡେଡିÿକେଟେଡ଼ ଅର୍ଥାତ୍ କେବଳ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଚିକିତ୍ସକ ଓ ଅନ୍ୟାନ୍ୟ ପାରାମେଡିÿକାଲ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ୨୬ ଜଣ ଡାକ୍ତର ଓ ୧୧୫ ଜଣ ପାରାମେଡିକାଲ ଷ୍ଟାଫକୁ ଦାୟିତ୍ୱ ଦିଆଯାଇଛି । ଟାଟା ଷ୍ଟିଲ୍ କର୍ତୃପକ୍ଷ ଓ ମେଡିÿକା କର୍ତୃପକ୍ଷ ଏଥିରେ ସଂପୂର୍ଣ୍ଣ ସହଯୋଗ ସହିତ ୮ଜଣ ଡାକ୍ତର ଓ ୨୦ ପାରାମେଡିକାଲ ଷ୍ଟାଫ ଯୋଗାଇ ଦେଇଛନ୍ତି । ଏହାକୁ ଜିଲ୍ଲା ପ୍ରଶାସନ ନିରନ୍ତର ତଦାରଖ କରିବ । ରୋଗୀମାନଙ୍କୁ ମାଗଣା ଚିକିତ୍ସା ସୁବିଧା ସହ ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ । ଡାକ୍ତର ଓ ଅନ୍ୟାନ୍ୟ ସହକାରୀ ସେବାକାରୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ଜିଞ୍ଜର ହୋଟେଲରେ ରଖାଯିବ ଓ ଏମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗାଇଡ୍ଲାଇନ ଆଧାରରେ ରୋଗୀ ସେବା ସହ ନିଜ ସୁରକ୍ଷା ପାଇଁ ଯନôବାନ ହେବେ । ସମସ୍ତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ପି.ପି.ଇ ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆମ ଜିଲ୍ଲା ବ୍ୟତୀତ ପଡୋଶୀ ଜିଲ୍ଲାମାନଙ୍କରୁ ମଧ୍ୟ କରୋନା ପଜିଟିଭି ରୋଗୀମାନଙ୍କୁ ଏଠାରେ ଚିକିତ୍ସା କରାଯାଇପାରିବ । ଟାଟା ଷ୍ଟିଲ୍ କର୍ତୃପକ୍ଷ, ମେଡିÿକା କର୍ତପକ୍ଷ ଏବଂ ରାଜ୍ୟ ସରକାରଙ୍କର ଜିଲ୍ଲାବାସୀଙ୍କ ପ୍ରତି ସହଯୋଗ ଏହି ଗୁରୁତ୍ୱପୂର୍ଣ୍ଣ ମନୋଭାବ ପାଇଁ ଓ ଯେଉଁ ଚିକିତ୍ସକ ଏବଂ ପାରାମେଡିକାଲ ଷ୍ଟାଫମାନେ ସାହସର ସହ କରୋନା ରୋଗୀମାନଙ୍କୁ ସେବା ପାଇଁ ଆଗେଇ ଆସିଛନ୍ତି ସମସ୍ତଙ୍କୁ ଜିଲ୍ଲାପାଳ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଟାଟାର ଜେନେରାଲ ମ୍ୟାନେଜର ଆର.ଆର. ଶତପଥୀ, କରପୋରେଟ ସର୍ଭିସର ଜେନେରାଲ ମ୍ୟାନେଜର ମେଜର ଜେନେରାଲ ଡା. ଅଭିଜିତ୍ ଚକ୍ରବର୍ତୀ, ମେଡିÿକାର ସୁପରିଟେଣ୍ଡଣ୍ଟ ଡା. ସୁଧାଂଶୁ ଶେଖର ସୂତାର ଓ ଟାଟା ମେଡିÿକାର ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗଦେଇଥିଲେ ।

Related Posts

About The Author

Add Comment