ଯାଜପୁର ସଦର, ୩୦ା୦୭: ଯାଜପୁରରେ କାର୍ଯ୍ୟରତ ଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ବେଳେ, ଚତୁର୍ଥ ସ୍ୱମ୍ବର ଗଣମାଧ୍ୟମ ପ୍ରତିନିଧି ମାନେ ମରଣ ସହିତ ଲଢ଼ୁଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯେଗ୍ୟ ଯେ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ନିକଟସ୍ଥ୨ଜଣ ଯୁବ ସାମ୍ବାଦିକ ଚନ୍ଦ୍ର ଶେଖର ସାହୁ ଏବଂ ଜ୍ୟୋତିପ୍ରକାଶ ମିଶ୍ରଙ୍କୁ ଯେପରି ଭାବରେ ମରଣାତ୍ମକ ଆକ୍ରମଣ କରାଗଲା ସାମ୍ବାଦିକଙ୍କ ମହଲରେ ନ୍ୟରାଶ୍ୟ ଦେଖା ଦେବା ସହିତ ରାଜ୍ୟ ସରକାରଙ୍କ ସାମ୍ବାଦିକ ମାନଙ୍କ ସୁରକ୍ଷା ଆଇନିକୁ କାର୍ଯ୍ୟକରିବା ଲାଗି ସାମ୍ବାଦିକ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ରାଜନୈତିକ ନେତାଙ୍କ ଠାରୁ ଆରମ୍ଭ କରି ମାଫୀଆ ମାନଙ୍କ ରାଜ ଚାଲିଥିବା ବେଳେ, ଏହାକୁ ଗଣମାଧ୍ୟମର ପ୍ରତିନିଧି ମାନେ ଦୃନିର୍ତ୍ତିର ଗନ୍ଥାଘର ସାଜିଥିବା ବେଳେ, ଏହି ଖବରକୁ ଗଣମାଧ୍ୟ ପ୍ରତିନିଧିଙ୍କ ଉପରେ ମରଣାତ୍ମକ ଆକ୍ରମଣ କରାଗଲା । ଚତୁର୍ଥ ସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମ ପ୍ରତିନିଧି ମାନେ ନିରାପଦ ମଣୁନାହାନ୍ତି । ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ, ବାରମ୍ବାର ଆକ୍ରମଣ ହେଉଥିବା ନଜରରେ ରହିଚି । ଖାଲି ଗିରଫ କରି କୋର୍ଟ ଚାଲାଣ କରିଦେଲେ ନୈତିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଚି । ଯାହାକି ସମ୍ବାଦ ପ୍ରତିନିଧି ଏବଂ ଓଡ଼ିଶା ଭାସ୍କର ପ୍ରତିନିଧି ଶ୍ରୀ ମିଶ୍ରଙ୍କୁ ଯେପରି ଭାବରେ ମରଣାତ୍ମକ ଆକ୍ରମଣ କରାଗଲା ତାହା ବିଭିନ୍ନ ସଂଗଠନରେ ନିନ୍ଦା କରାଯାଇଚି । ମଙ୍ଗଳପୁର ଥାନା ପୋଲିସ ୩ଜଣ ଆସାମୀକୁ ଗିରଫ କରି କାର୍ଯ୍ୟ ସାରିଦେଇଥିବା ବେଳେ, ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ମହେନ୍ଦ୍ର ଜେନା(୩୫), ମଙ୍ଗଳପୁର ଥାନା ପୋଲିସ କେସ ନଂ ୨୨୬/୨୩ ମହେନ୍ଦ୍ର ଜେନା ୨୨୭/୨୩ ଅଭିମନ୍ୟୁ ମଲିକ(୨୪) ଏବଂ ସୁରେଶ ମଲିକକୁ ମଙ୍ଗଳପୁର ଥାନା ଆଇଆଇସି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଚି ।



