ଯାଜପୁରରେ ସାଂସଦ ଅପରାଜିତାଙ୍କୁ ଭବ୍ୟ ସ୍ୱାଗତ, ରମ୍ଭାଦେବୀ ସରକାରୀ ସ୍ୱାସ୍ଥକେନ୍ଦ୍ର ଏବଂ ହରିଦାସପୁର ରେଳ ଷ୍ଟେସନ ବିକାଶ ନେଇ ଆଲୋଚନା

Spread the love

ଯାଜପୁର, (ସନ୍ଧାନ ନିୟୁଜ/ଏମ୍- ରାଉତ) ଯାଜପୁରର ପ୍ରସିଦ୍ଧ ବିରାଜକ୍ଷେତ୍ରରେ ମା ବିରାଜଙ୍କ ଦର୍ଶନ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଭୂବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଢ଼ଙ୍ଗୀ । ଆଜି ସାଂସଦଙ୍କ ଗସ୍ତ ସମୟରେ ବିଭିନ୍ନ ରାଜପଥ କଡରେ ସଂଖ୍ୟାଧିକ କର୍ମୀ ଉପସ୍ଥିତ ରହି ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହିତ ବିଭିନ୍ନ ବିଷୟ ନେଇ ଆଲୋଚନା କରିଛନ୍ତି । ପ୍ରଥମେ ଚଣ୍ଡିଖୋଲରେ ଭବ୍ୟ ସ୍ୱାଗତ ବଡଚଣା ବିଜେପି ପକ୍ଷରୁ ଦିଆଯିବା ପରେ ପରେ ହରିଦାସପୁର କଦଳା ରାଜପଥ ଛକ ଠାରେ ଧର୍ମଶାଳା ୟୁଥ ଫର ଆକ୍ସନ ପକ୍ଷରୁ ପୁଷ୍ପଗୁଚ୍ଛ ଦିଆଯାଇଥିଲା । ପରେ ୟୁଥ ଫର ଆକ୍ସନର କର୍ମକତ୍ତାଙ୍କ ସହ ଏବଂ ବରିଷ୍ଠ କର୍ମକତ୍ତାଙ୍କ ଉପସ୍ଥିତ ରହି ଦଳ ସୃଦୁଢ଼ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ହରିଦାସପୁର ରେଳ ଷ୍ଟେସନ ବିକାଶ, ଓଭର ବିଜ୍ରି ନିର୍ମାଣ ଏବଂ ସରକାରୀ ଉଦାସୀନତା ପାଇଁ ଗୌରବ ହରାଇ ବସିଥିବା ସ୍ୱାଧିନତା ସଂଗ୍ରାମୀ ସମାଜସେବିକା ରମ୍ଭାଦେବୀ ଦ୍ୱାର ନିର୍ମିିତ ରମ୍ଭାଦେବୀ ସରକାର ସ୍ୱାସ୍ଥକେନ୍ଦ୍ରର ବିକାଶ ପ୍ରସଙ୍ଗରେ ସ୍ଥାନୀୟ ଆରୁହା, ହରିଦାସପୁର, ନେଉଳପୁର, ଥାନୁଆଳ, ତରଞ୍ଜିଆ ଆଦି ୫ଟି ପଂଚାୟତ ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ । ଖୁବୁ ଶିଘ୍ର ଏନେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବେ ବୋଲି ନିଜ ପତିକ୍ରିୟାରେ କହିଥିଲେ । ପରେ ତାଙ୍କୁ ଜାରକା ଠାରେ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଖଣ୍ଡାସ ଗ୍ରାମରେ ଲୋକମାନଙ୍କୁ ଶୀତବସ୍ତ୍ର ବାଂଟିବା ସହିତ ଭାବ ଆଦାନ ପ୍ରଦାନ କରିଥିଲେ । ପରେ ଯାଜପୁର ମା ବିରାଜାଙ୍କ ଦର୍ଶନ ପରେ ଯାଜପୁରରେ ଦଳୀୟ ବିକାଶ ଉପରେ ଆଲୋଚନା ସହ ସାମ୍ବାଦିକ ସମ୍ମଳନୀରେ ଯୋଗଦେଇଥିଲେ । ଚିକିସôାଳୟ ଏବଂ ରେଳ ଷ୍ଟେସନର ବିକାଶ ପାଇଁ ୫ଟି ପଂଚାୟତର ବହୁ ଲୋକ ଉମସ୍ଥିତ ପୂର୍ବକ ସାଂସଦ ଶ୍ରୀମତୀ ଷଢ଼ଙ୍ଗୀଙ୍କ ସହିତ ଆଲୋଚନା କରିଥିଲେ । ଏଥିରେ ଦଶରଥ ସାମଲ, ମାନସ ରାଉତ, ସରୋଜ ଗୁଇଁ,ପ୍ରସନ୍ନ ସ୍ୱାଇଁ, ଶୁଭେନ୍ଦୁ ରାମ, ଗୁଲସନ ଜେନା, ଦେବାଶିଷ କର, ସିତାନାଥ ସ୍ୱାଇଁ, ଦୀପକ ସାହୁ, ଅନୀଲ ଜେନା, ଉମେଶ ସେଠୀ, ସାଗର ସେଠୀ, ପ୍ରବୀଣ ପଟ୍ଟନାୟକ,ଦୁର୍ଯ୍ୟଧନ ବଟ, ମନୋଜ ଜେନା, ତାପସ କର, ଅନୀଲ ରାଉତ, ଅନୀଲ ନାୟକ, ଏସ.କେ ନୁରୁଦିନ୍, ସିପୁ ବେହେରା, ରାଜେନ୍ଦ୍ର ସାମଲ ପ୍ରମୁଖ ଅଂଚଳର ବିକାଶ ଦିଗରେ ଆଲୋଚନା କରିଥିଲେ । ଆତଶୁତୋଷ କର ଏବଂ ପ୍ରକାଶ ରାଉତ ଏହାର ନେତୃତ୍ୱ ନେବା ସହିତ ସଂସଦଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।

Related Posts

About The Author

Add Comment