ଯାଜପୁରରେ ସରକାରୀ ଅଫିସ୍ ଅଚଳ:

Spread the love

ଯାଜପୁର,  ୫/୨/୨୬ (ସନ୍ଧାନ ନ୍ୟୁଜ)  : ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଖୋଲାଯାଇଥିବା ଅତିରିକ୍ତ ଆୟୁକ୍ତ ଭୂଲେଖ ଓ ବନ୍ଦୋବସ୍ତ କଟକଙ୍କ କୋର୍ଟ ଗତ ଜାନୁୟାରୀ ମାସରୁ ବନ୍ଦ ଅଛି । କମିଶନର ଥିବା ଶ୍ରୀଯୁକ୍ତ ଅକ୍ଷୟ କୁମାର ମଲ୍ଲିକଙ୍କୁ ୨ଟି ଯଥା ବ୍ୟାସନଗର ଓ ଯାଜପୁର କୋର୍ଟ ଦାୟିତ୍ୱରେ ଥିଲେ । କିନ୍ତୁ ଯାଜପୁର କୋର୍ଟ କୁ ନୂତନ ଭାବେ ଅନ୍ୟ ଜଣଙ୍କୁ କମିଶନର ରୂପେ ବଦଳି କରାଯାଇଥିଲା । ସେ ମହାଶୟା ଦୀର୍ଘଦିନ ଛୁଟିରେ ରହିଥିଲେ । ସେହି ସମୟରେ ଶ୍ରୀଯୁକ୍ତ ମଲ୍ଲିକ କମିଶନର ଯାଜପୁର କୋର୍ଟ ଚଳାଉଥିଲେ । କିନ୍ତୁ ଗତ ଜାନୁୟାରୀ ୫ତାରିଖ ଠାରୁ ନୂତନ କମିଶନର ମହାଶୟା କାର୍ଯ୍ୟ ଯୋଗଦେଇ ପୁନଶ୍ଚ ଛୁଟିରେ ରହିଲେ । ଏଣୁ ଶ୍ରୀଯୁକ୍ତ ମଲ୍ଲିକ ଆଉ ଯାଜପୁରରେ କୋର୍ଟ କଲେ ନାହିଁ । ସେହିଦିନ ଠାରୁ ଯାଜପୁର କୋର୍ଟ ପୁରା ଅଚଳ ହୋଇପଡ଼ିଛି । ପୁନଶ୍ଚ ଯାଜପୁର କୋର୍ଟରେ ଅବସ୍ଥାପିତ ଥିବା ଚକବନ୍ଦି କର୍ମଚାରୀଙ୍କୁ ଜିଲ୍ଲାପାଳ ପ୍ରତ୍ୟାହାର କରିନେଇଛନ୍ତି । ଏହାଦ୍ୱାରା କୋର୍ଟ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହେଉଛି । ପ୍ରକାଶଥାଉକି ଯାଜପୁର କୋର୍ଟ ଅଧିନରେ ଯାଜପୁର, ଦଶରଥପୁର, ବିଂଝାରପୁର ଓ ରସୁଲପୁର ତହସିଲ ଅନ୍ତର୍ଗତ ସମସ୍ତ ଜମି ଜମା ପ୍ରାୟ ୧୫ହଜାର ର ୁ ଉର୍ଦ୍ଧ୍ୱ କେସ୍ ର ଶୁଣାଣି ଆଜିସୁଦ୍ଧା ହୋଇନାହିଁ । ଏଥିରେ ସାଧାରଣ ଜନତା ବହୁତ ହଇରାଣ ହେଉଛନ୍ତି । “ବର୍ତମାନ ଲୋକଙ୍କ ସରକାର ଥିବା କୁହାଯାଉଛି” କିନ୍ତୁ ସରଜମିନ୍‌ରେ ସାଧାରଣ ଜନତା ଯାଜପୁର କମିଶନ କୋର୍ଟକୁ ଆସି କେସ୍ ନପଡ଼ିବାରୁ ଦୌଡ଼ି ଦୌଡ଼ି ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ ଏ ବିଷୟରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରି କୋର୍ଟ କାର୍ଯ୍ୟ ଚଳାଇବା ପାଇଁ କମିଶନର ନିଯୁକ୍ତି କରିବାକୁ କିମ୍ବା ବ୍ୟାସନଗର କମିଶନର କୁ ପୂର୍ବପରି ଯାଜପୁର କୋର୍ଟର ଦାୟିତ୍ୱ ଦେବାକୁ ଜିଲ୍ଲା ଉପଭୋକ୍ତା କମିଟିର ସଭାପତି ଦିଗମ୍ବର କର ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Related Posts

About The Author

Add Comment