ଯାଜପୁର (ସନ୍ଧାନ ନିଉଜ): ଓଡିଶା ଗ୍ରସ୍ତରେ ଆଜି ଆସିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ଠାରେ ଏକ ବିଶାଳ ଜନସମୁଦାୟକୁ ସମ୍ବୋଧିତ କରିଛନ୍ତି । ଓଡିଶା ପରିବାର ବାଦ ଦ୍ୱାରା ଗଠବଦନ ହୋଇଥିବା ଇଣ୍ଡିଆକୁ କଢ଼ା ସମାଲୋଚନା କରି ନିଜର କୋଠା ବାଡି , ସମ୍ପତ୍ତି ବଢ଼ାଉଥିବା ବେଳେ ମୋଦି ଗରିବଙ୍କୁ ପକ୍କା ଘର ଦେଉଛନ୍ତି । ଏପରକି ପରିବାର ବାଦ ନିଜର ସମ୍ପତ୍ତି ତାଙ୍କ ବିଚାରଧାରାକୁ ବିରୋଧରେ କହୁଥିବା କଥା ପ୍ରକାଶ କରି ବିଜେପି ନିକଟରେ ରାଷ୍ଟ୍ରୀ ସର୍ବଚ୍ଚୋ ବୋଲି କହି ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିଛନ୍ତି । ସେହିପରି ଓଡିଶାର ଲୋକମାନେ ମୋଦି ପ୍ରଦାନ କରୁଥିବା ରାସନ ପାଉଛନ୍ତି କି ନାହିଁ ପ୍ରଶ୍ନ କରି ସମସ୍ତ ଗରିବ ଲୋକଙ୍କ ପାଇଁ ଆହୁରି ୫ବର୍ଷ ବର୍ଦ୍ଧିତ କରାଯାଇଥିବା କଥା ପ୍ରକାଶ କରି ତାହା ସମ୍ପୁର୍ଣ୍ଣ ମାଗଣା ବୋଲି କହିଛନ୍ତି । ଯଦିଓ ବିଜେଡି ବିପକ୍ଷରେ ସେମିତି କିଛି କହିନାହାନ୍ତି କିନ୍ତୁ ଓଡିଶା ଗରିବ ବୋଲି ତାଙ୍କ ଭାଷଣରେ କହିଛନ୍ତି ମୋଦି । ଏଥିସହିତ ୨୦ହଜାର କୋଟି ଟଙ୍କାର ବିଭିନ୍ନ ପକଳ୍ପର ଉଦଘାଟନ କରିଛନ୍ତି
୩୦୦ୟୂନିଟ୍ ମାଗଣା ବିଜୁଳି ଦେବାର ଘୋଷଣା କଲେ ମୋଦି
ଓଡିଶାର ଚଣ୍ଡିଖୋଲ ଠାରେ ମୋଦି ଲୋକମାନଙ୍କୁ ଉଦବୋଧନ ଦେବା ବେଳେ ୩୦୦ୟୁନିଟ୍ ମାଗଣା ବିଜୁଳି ଦିଆଯିବାକୁ ଘୋଷଣା କରିଛନ୍ତି । ଏହା ଆପଣଙ୍କ ମାନଙ୍କ ପାଇଁ ମୋଦି ଆଣିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପାରଦୀପ-ଚଣ୍ଡିଖୋଲ ରାସ୍ତା ୮ଲେନ୍ ବିଶିଷ୍ଠ ହେବ
ପାରାଦୀପ-ଡୁବୁରୀ ରାସ୍ତା ୮ଲେନ ବିଶ୍ୱଷ୍ଠ ରାସ୍ତାର ଶିଳାନ୍ୟାସ କରିବା ସହିତ ଏହି ରାସ୍ତା ପୂର୍ବ ଓଡିଶାର ବିକାଶ କରିବ ବୋଲି ମୋଦି କହିଛନ୍ତି । ଏଥିସହିତ ପାରଦୀପ ହରିଦାସପୁର ପାସେଞ୍ଜର ଟ୍ରେନ୍ ଚଳାଚଳର ଶୁଭରାମ୍ଭ କରିଛନ୍ତି ।
ଉପକୂଳ ଓଡିଶାର କୋଣ ଅନୁକୋଣରୁ ଲୋଙ୍କ ସୁଅ
ମୋଦି ଆସିବା ପାଇଁ ନିର୍ମାଣ କରାଯାଇଥିବା ସଭାସ୍ଥଳକୁ ଉପକୂଳ ଜିଲ୍ଳାର କୋଣ ଅନୁକୋଣରୁ ବିଜେପି କର୍ମୀ ସାଧରଣ ଜନତାଙ୍କ ସୁଅ ଛୁଟିଛି । ସ୍ଥିତି ଏପରି ହୋଇଛି ଯେ ଅଧା ଗାଡି ବାଟରେ ଛିଡା ହୋଇରହିବାକୁ ପଡିଲା । ପାଖାପାଖି ୫କିମି ଦୂରରୁ ବହୁ ଗାଡି ଗୁଡିକ ଛିଡା ହୋଇ ଫେରିବାକୁ ପଡିଲା । ଫଳରେ ଅନେକ ଲୋକ ମହିଳା ମୋଦିଙ୍କୁ ଦେଖି ନପାରି ନିରାଶରେ ଫେରିଛନ୍ତି । ଅର୍ଥନୀତିରେ ସୁଧାର ଆସିଛି, ବିଶ୍ୱର ତୃତୀୟ କରିବା ଲକ୍ଷ