ଯାଜପୁରରେ ବଢିଲା ଆକ୍ରାନ୍ତ ଙ୍କ ସଂଖ୍ୟା,୩ ଚିହ୍ନଟ ପରେ ହେଲେ ମୋଟ ୨୨

Spread the love

ଭୁବନେଶ୍ୱର/ଯାଜପୁର ୩୦/୦୪ (ସନ୍ଧାନ ନିଉଜ): ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଯାଜପୁର ରେ  ଚିହ୍ନଟ ହୋଇଛନ୍ତି। ଏଥି ସହିତ ଯାଜପୁର ଜିଲ୍ଲା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୨,ସେଥିରୁ ମଧ୍ୟରୁ ଜଣେ ସୁସ୍ଥ୍ୟ ହୋଇ ଛନ୍ତି ଏବଂ ବର୍ତମାନ ସୁଧା ୨୧ ଜଣ ଆକ୍ଟିଭ ଅଛନ୍ତି  । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ ପକ୍ଷରୁଏନେଇ ସୂଚନା ଦିଆଯାଇଛି । ଗତକାଲି କେନ୍ଦୁଝର, ଝାରସୁଗୁଡ଼ା ଓ ଦେବଗଡ଼ ଆଦି ୩ ନୂଆ ଜିଲ୍ଲାକୁ କରୋନା ଛୁଇଁଥିବା ବେଳେ ଏହାକୁ ମିଶାଇ ରାଜ୍ୟର ମୋଟ ୧୪ ଜିଲ୍ଲା ସଂକ୍ରମିତ ତାଲିକାରେ ସାମିଲ ହୋଇଛି।

ଏହା ବ୍ୟତୀତ ଗତକାଲି ବାଲେଶ୍ବର ଜିଲ୍ଲାରୁ ଆଉ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଛନ୍ତି। ଅନ୍ୟପକ୍ଷ‌ରେ ୧୪ଦିନ ପରେ ରାଜଧାନୀରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚି ଥିବାବେଳେ ସେମାନଙ୍କ ମଧ୍ୟରୁ ୩୯ ଜଣ ସୁସ୍ଥ ହୋଇଛନ୍ତି ଓ ୮୮ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ଜଣଙ୍କର ମୃତ୍ୟୁ ଘଟିଛି।

Related Posts

About The Author

Add Comment