ଯାଜପୁର ସଦର, ୦୩ା୦୫: ଯାଜପୁର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜନ ଶୁଣାଣୀ ଅଭିଯୋଗ ଶିବିର ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋରଙ୍କ ଅଧ୍ୟକ୍ଷତାରେ ଶିବିର ଆୟୋଜନ କରାଯାଇଥିଲା । ଅଭିଯୋଗ ଶୁଣାଣୀରେ ଜିଲ୍ଲାର ସମସ୍ଥ ଅଧିକାରୀ ମାନେ ଯୋଗଦାନ କରିଥିବା ବେଳେ, ଅଭିଯୋଗର ସମାଧାନ ଦିଗରେ ଗୁରୁତାରୋପ କରାଯାଇଥିବା ବଳେ, ଜନ ଶୁଣାଣୀ ଶିବିର ଏକ ମାଧ୍ୟମ ବୋଲି ଜିଲ୍ଲାପାଳ ଶ୍ରିଯୁକ୍ତ ରାଠୋର ସୂଚନା ଦେଇଥିଲେ । ଯାଜପୁର ଜିଲ୍ଲାପାଳଙ୍କ ତତ୍ୱାବଧାନରେ ମିଳିତ ଜନ ଅଭିଯୋଗ ଶୁଣାଣୀ କରାଯାଇଥିବା ବେଲେ, ଏହି ଜନ ଅଭିଯୋଗ ଶୁଣାଣୀରେ ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଳ ଯୋଗଦେଇଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଯୋଗଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଦିବ୍ୟ ଲୋଚନ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲାପରିଷଦ ଶ୍ରୀ ଅଶୋକ ବେଉରିଆ, ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତି, ଅତିରିକ୍ତ ତହସିଲଦାର ପ୍ରଗତିକା ବଳ, ଡେପୁଟି କଲେକ୍ଟର ପ୍ରଫୁଲ ମିଶ୍ର, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ରବିନ୍ଦ୍ରନାଥ ବେହେରା, ଜିଲ୍ଲାଶିକ୍ଷାଧିକାରୀ ରଂଜନ ଗିରି, ପଦ୍ମନାଥ ଦାସ, ଅଧ୍ୟକ୍ଷତା ଯନ୍ତ୍ରୀ, ଗ୍ରାମ୍ୟଜଳ ଯୋଗାଣ ସୁଶାନ୍ତ ଘଡ଼ାଇ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାଁ ଓ ବହୁ ଉଚ୍ଚ ପଦସ୍ତ ଅଧିକାରୀ ମାନେ ଯୋଗଦେଇଥିଲେ । ଅଭିଯୋଗ ଶୁଣାଣୀ କରାଯାଇଥିବାରୁ ମୋଟ ସମୁଦାୟ ୧୩୯ ଅଭିଯୋଗ ପଞ୍ଜିକୃତ କରାଯଅଇଥିବା ବେଳେ, ସେଥି ମଧ୍ୟରୁ ୧୦୬ଟି ବ୍ୟକ୍ତି ଅଭିଯୋଗ, ୬ଟି ସମୁହ ଅଭିଯୋଗ ଥଲା । ସେହିପିର ମୁଖ୍ୟମନ୍ତ୍ରି ରିଲିଫପାଣ୍ଠିରୁ ସହାୟତା ନିମନ୍ତେ ୨୫ଟି ଅଭିଯୋଗ ରହିଥିବା ବେଳେ, ଜିଲ୍ଲା ରେଡକ୍ରସ ପାଣ୍ଠୀରୁ ରୋଗିର ଚିକିତ୍ସା ନିମନ୍ତେ ଆର୍ôଥକ ସହୟତା କରାଯିବା ପାଇଁ ୩୧ଟି ଅଭିଯୋଗ କରାଯାଇଥିଲା । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ୬୩ଗୋଟି ଅଭିଯୋଗର ସମାଧାନ କରିଥିବା ବେଳେ, ପଞ୍ôଚକୃତ କରାଯାଇଥିବା ଅଭିଯୋଗ ମଧ୍ୟରୁ ୨୩ଟି ଅଭିଯୋଗର ଅଭିଯୋଗକାରୀ ମାନେ ଅଭିଯୋଗ ପ୍ରକୋଷ୍ଠରେ ଅନୁପସ୍ତିତ ଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ମେ ମାମ ୮ତାରିଖ ଦିନ ସୋମବାର ଦିନ ଏକ ଏନଡିଏ ସମ୍ମିଳନୀ ଗୃହ କଳିଙ୍ଗନଗର ରେ ୧୫ ତରିଖଦିନ ରସୁଲପୁର ବ୍ଲକ କାର୍ଯ୍ୟାଳୟ ପରିଶରରେ ୨୨ ତରିଖ ସୋମବାର ଦଶରଥପୁର ବ୍ଲକ କାର୍ଯ୍ୟାଳୟ ପରିଶରରେ, ୨୯ ତରିଖ ସୋମବର ସୁକିନ୍ଦା ବ୍ଲକ କାର୍ଯ୍ୟଳୟ ପରିଶରରେ ମିଳିତ ଯୁଗ୍ମ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣୀ ଦିନ ୧୦ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅନୁଷ୍ଟିତ କରାଯିବ ବୋଲି ସୂଚନା ମିଳିଚି । ଏହ ଅଭିଯୋଗ ଜନ ଶୁଣାଣୀ ଶିବରରେ ଜିଲ୍ଲାର ବରିଷ୍ଠ ଅଧିକାରି ମାନେ ଯୋଗଦେବା ପାଇଁ ଲାଇନ ଡିପାର୍ଟମେଣ୍ଟର ବରିଷ୍ଠ ଯନ୍ତ୍ରୀ ଏବଂ ବ୍ଲକର ବିଡିଓ ତହସିଲଦାର ମାନେ ଯୋଗଦେବାପାଇଁ ଜନ ସାଧରଣଙ୍କର ଅଭିଯୋଗର ଶୁଣାଣୀକୁ ସମାଧନ କରାଯିବା ଲାଗି ସୂଚନା ଦିଆଯାଇଚି ।
ଯାଜପୁରରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ
|
May 4, 2023 |