ଯାଜପୁରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ।

Spread the love

ଯାଜପୁର, ୨ା୧୦ (ସନ୍ଧାନ ନିଉଜ) : ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଚ୍ଥି । ରବିବାର ପୂର୍ବାହ୍ନ ୮.୦୦ ଘଟିକା ସମୟରେ ଜିଲ୍ଳ୍ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର, ଉପଜିଲ୍ଳ୍ାପାଳ ଗୋପୀନାଥ କୁଅଁର ଓ ଅନ୍ୟାନ୍ୟ ଅତିଥି ବୃନ୍ଦଙ୍କ ସହିତ ଗାନ୍ଧୀ ଚ୍ଥକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଜିଲ୍ଳ୍ା ସ୍କୁଲ ଠାରେ ଗାନ୍ଧୀ, ଶାସ୍ତ୍ରୀ ଓ ଅନ୍ୟାନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ମଧ୍ୟ ଜିଲ୍ଲାପାଳଙ୍କ ସହିତ ଅନ୍ୟାନ୍ୟ ଅତôଥିôମାନେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୈାରାଧ୍ୟକ୍ଷା ରଂଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳ୍ିକ, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଳ୍ା ସଂସ୍କୃତି ଅଧିକାରୀ ଦୁର୍ଯେ୍ୟାଧନ ମଲ୍ଳ୍ିକ ,ସହରର ପ୍ରମୁଖ ଜନସଧାରଣ, ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବାଳାଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ଏକ ଶୋଭାଯାତ୍ରା ସହର ପରିକ୍ରମା କରି ସଂସ୍କୃତି ଭବନରେ ପହଂଚ ିଥିଲା । ପରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟକ ଭାବେ ଯାଜପୁର ପୈାର ପରିଷଦର ଅଧ୍ୟକ୍ଷା ରଂଜୁଲତା ହୋତା ଅନ୍ୟ ଅତିଥିଙ୍କ ଗହଣରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଗାନ୍ଧିଜୀ ଓ ଶାସ୍ତ୍ରୀଙ୍କ ପଂଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ମୁଖ୍ୟ ଅତôଥି ଭାବେ ଉପଜିଲ୍ଳ୍ାପାଳ ଶ୍ରୀ ଗୋପିନାଥ କୁଅଁର ଅଜିର ଦିବସର ପ୍ରାସଙ୍ଗିକତ ଉପରେ ଅଲୋକପାତ କରିବା ସହ ଆଜିର ଯୁବ ପିଢୀ ଗାନ୍ଧୀ ଦର୍ଶନ ଓ ଚିନ୍ତାଧାରାକୁ ପାଥେୟ କରି ପାରିଲେ ମହାତôାଙ୍କ ଜୀବନ ସାର୍ଥକ ହେବା ସଙ୍ଗେ ଦେଶ ଏକ ସାମ୍ୟବାଦ ପଥରେ ଆଗେଇବ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ପଣ୍ଡିତ ଡଃ ସୂର୍ଯ୍ୟମଣି ଖୁଣ୍ଟିଆ ଗାନ୍ଧି ଦର୍ଶନ ଏବଂ ତାଙ୍କ ଆଦର୍ଶ ଓ ଚିନ୍ତାଧାରା ଉପରେ ଆଲୋକପାତ କରି କହିଲେ ଯେ ବିଶ୍ୱରେ କୋଟି କୋଟି ମହାତ୍ମôା ଦରକାର ଥିବା ବେଳେ ଇତିହାସ ଆମକୁ ଗୋଟିଏ ମହାତ୍ମା ଦେଇଛି । ଏଣୁ ମହାତ୍ମା ଶବ୍ଦର ସଠିକ ମୂଲ୍ୟାୟନ କୁ ବୁଝି ଦେଶର ନାଗରିକ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର । ଫଳରେ ଏକ ସୁସ୍ଥ ସମାଜ ଗଠନ ଦିଗରେ ଆମେ ଅଗ୍ରସର ହୋଇ ପାରିବା ସଙ୍ଗେ ଆହୁରି ମହାତ୍ମା ସୃଷ୍ଟି ଦିଗରେ ଅଗ୍ରସର ହେବା ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୈାର ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମା ମଲ୍ଳ୍ିକ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ବି•ର ଧାରା ପୃଥିବୀରେ ବିରଳ ବୋଲି କହିବା ସହ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ ଓ ନ୍ୟାୟ ପଥରେ •ଲିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଳ୍ା ସଂସ୍କୃତି ଅଧିକାରୀ ଦୁର୍ଯେ୍ୟାଧନ ମଲ୍ଳିକ ଆଜିର ଦିବସର ମହନୀୟତା ଓ ଗାନ୍ଧୀଙ୍କ ସରଳ ଜୀବନଯାପନ, ଅହିଂସା ନୀତି ଉପରେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶରେ ବ୍ରତୀ ହେବାକୁ ନିବେଦନ କରିଥିଲେ । ପ୍ରାରମ୍ଭରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ ପୂର୍ବକ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବାଳାଶ୍ରମ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା । ପ୍ରତୁ୍ୟଷରୁ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଗାନ୍ଧୀଙ୍କ ପ୍ରିୟ ଭଜନ ରାମଧୂନ କରିବେଷଣ କରାଯାଇଥିଲା ଶେଷରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରା ଯାଇଥିଲା ।

Related Posts

About The Author

Add Comment