ଯଶିପୁରରେ ଜାତୀୟ ଶିକ୍ଷାନୀତି-୨୦୨୦ ବିରୋଧରେ ପ୍ରତିବାଦର ସପ୍ତାହ ପାଳିତ

Spread the love

ବାରିପଦା/ଯଶିପୁର ୩୧/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):-ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ ଗୃହୀତ ହୋଇଥିବା ଜାତୀୟ ଶିକ୍ଷାନୀତି -୨୦୨୦ ଯାହାକି ଶିକ୍ଷାକୁ ଆହୁରି ବ୍ୟବସାୟୀକରଣ ଓ ସମ୍ପ୍ରଦାୟୀକରଣ କରିବା ପାଁଇଁ ଉଦ୍ଦିଷ୍ଟ , ଏହା ବିରୋଧରେ “ସାରା ଭାରତ ପ୍ରତିବାଦ ଦିବସ” ଉପଲକ୍ଷେ ଶିକ୍ଷାବଞ୍ଚାଅ କମିଟି, ଯଶିପୁର ପକ୍ଷରୁ ସପ୍ତାହ ବ୍ୟାପି ସମାଜର ବିଭିନ୍ନ ସ୍ତରର ଜନଗଣଙ୍କୁ ସାମିଲ କରି ପ୍ରତିବାଦ କରାଯାଇଛି । ଗତ ୨୯ ତାରିଖ ଦିନ ପାର୍ଲାମେଣ୍ଟରେ ଗୃହୀତ ନକରାଇ ଏହି ଶିକ୍ଷାନୀତିକୁ ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ କ୍ୟାବିନେଟରେ ଗୃହୀତ କରାଇ ନିଆଯାଇଛି । ଏହି ଶିକ୍ଷାନୀତି ମାଧ୍ୟମରେ ତିନି ବର୍ଷ ବୟସରୁ କୋମଳମତି ପିଲାମାନଙ୍କୁ ସ୍କୁଲ ବ୍ୟବସ୍ଥା ଭିତରକୁ ଟାଣି ଆଣି ସେମାନଙ୍କ ଶୈଶବକୁ ହତ୍ୟା କରିବା, ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ଆରମ୍ଭ କରି ବାଲ୍ୟ କାଳରୁ ଗଣିତ ସାହିତ୍ୟ, ବିଜ୍ଞାନ ଆଦି ଜ୍ଞାନଜଗତଠାରୁ ଦୂରେଇ ଦେବା, ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ସେଲ୍‌ ଫାଇନାନସିଂ ବିଭାଗ ଖୋଲି ଶିକ୍ଷାକୁ ଆହୁରି ବ୍ୟବସାୟକରଣ ମଧ୍ୟକୁ ଠେଲିଦେବା, ଧର୍ମନିରପେକ୍ଷତା ବଦଳରେ ଭାରତୀୟ ଶିକ୍ଷା ନାମରେ ପୁରୁଣାକାଳିଆ ଧର୍ମାନ୍ଧତାକୁ ନେଇଆସିବା, ବିଶ୍ବ ବିଶ୍ଵବିଦ୍ୟାଳୟ ମାନଙ୍କୁ ଦେଶରେ ଶିକ୍ଷା ଦୋକାନ ଖୋଲି ଆମଦେଶରେ ଦରିଦ୍ର ଛାତ୍ର-ଛାତ୍ରୀମାନଙ୍କୁ ଆର୍ଥିକଭାବେ ଶୋଷଣକରିବା, ମାତୃଭାଷା ଓ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ ବଦଳରେ ହିନ୍ଦୀ ଓ ସଂସ୍କୃତିକୁ ସମଗ୍ର ଦେଶ ଉପରେ ଲଦିଦେବା, ସାମ୍ପ୍ରଦାୟିକ ଉଦ୍ଦେଶ୍ୟ ରଖି ଇତିହାସର ପୁନର୍ଲିଖନ କରିବା ତଥା ଶିକ୍ଷାର ନୀତିନିଦ୍ଧାରଣକାରୀ ୟୁଜି.ସି.,ଏ.ଆଇ.ସି.ଟି. ଆଦି ଭାଙ୍ଗିଦେଇ । ଏହାର ସମସ୍ତ ପରିଚାଳନାର କେନ୍ଦ୍ରୀକରଣ କରି ଶିକ୍ଷାର ସ୍ୱତନ୍ତ୍ର ଅପହରଣ କରିବା, ଅନଲାଇନ ଶିକ୍ଷାକୁ ନିୟମିତ ଶିକ୍ଷାର ମାନ୍ୟତା ଦେଇ ଶିକ୍ଷାର ଅଣ ଆନୁଷ୍ଟିକରଣ – କରିବା ମାଧ୍ୟମରେ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ  ସରକେ ଏକ ଘୃଣ୍ୟ ଆକ୍ରମଣ କରିଛନ୍ତି । କାରଣ ଜନସାଧାରଣଙ୍କ ଅଜ୍ଞତା ହିଁ ଶାସକ ଶ୍ରେଣୀର ଶକ୍ତି । ଏଥିପାଇଁ ଦୀର୍ଘ ୩୦ ବର୍ଷ ଧରି ଦେଶରେ ବିଭିନ୍ନ ଶିକ୍ଷା ବିରୋଧୀ ପଦକ୍ଷେପ ବିରୁଦ୍ଧରେ ଲଢେଇ କରି ଆସୁଥିବା ସିକ୍ଷପ୍ରେମୀ ଜନସାଧାରଣମାନଙ୍କର ଏହି ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ପକ୍ଷରୁ ଗତ ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଏକ ପ୍ରତିବାଦ ସପ୍ତାହ ପାଳନ କରାଯାଇଛି । ଏହି ଡ଼ାକରାରେ ଛାତ୍ର , ଯୁବକ, ଅଭିଭାବକ, ଶିକ୍ଷକ, ମହିଳା, ଶ୍ରମିକ ମାନଙ୍କ ପକ୍ଷରୁ ବିଭିନ୍ନ ଭାବରେ ପ୍ରତିବାଦ କରାଯାଇଛି । ଯଶିପୁରରେ ହୋଇଥିବା ପ୍ରତିବାଦ କାର୍ଯ୍ୟକ୍ରମ ଗୁଡିକରେ ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ ଯୋଗଦେଇଥିଲେ ଶିକ୍ଷାବଞ୍ଚାଅ କମିଟି ଯଶିପୁରର ସମ୍ପାଦକ ନୀଳାମ୍ବର ନାଏକ, ଅବସରପ୍ରାପ୍ତ ଶିକ୍ଷକ ତରୁଣ କୁମାର ପାତ୍ର, ସର୍ବେଶ୍ୱର ମହାନ୍ତ, ପ୍ରକାଶ ମଢେଇ , ଦୌପଦୀ ମହାନ୍ତ ପ୍ରମୁଖ ନେତୃତ୍ବ ନେଇଥିଲେ ।

Related Posts

About The Author

Add Comment