ସୁନ୍ଦରଗଡ ୧୪/୦୨/୨୦୨୧ (ସନ୍ଧାନ ନିଉଜ/ଶୁଭ୍ରାଂଶୁ ଶେଖର ପଣ୍ଡା ) ରବିବାର ୧୪/୦୨/୨୦୨୧ ଦିନ ସୁନ୍ଦରଗଡ ଡିଆରଡିଏ ଛକ ଠାରେ ଫେବୃଆରୀ ୧୪ ପୁଲବାମା ଆକ୍ରମଣ ରେ ସହିଦ ହୋଇ ଥିବା ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଛି ତଥା କଳା ଦିବସ (ବ୍ଲIକ ଡେ) ମଧ୍ୟ ପାଳନ କରାଯାଇଛି I ଯେଉଁଥିରେ ସୁନ୍ଦରଗଡ ର ଯୁବ ଶକ୍ତି ମାନେ ଉପସ୍ଥିତ ଥିଲେ I ସେମାନେ ସହିଦ ମାନଙ୍କୁ ସମ୍ବୋଧନ କରିବା ସଙ୍ଗେ ସଙ୍ଗେ ତାଙ୍କର ଫୋଟୋ ରେ ଫୁଲମାଳ ଦେଇ ଦୀପ ଏବଂ ମହମବତୀ ପ୍ରଜ୍ବଳନ କରିଥିଲେ ଏବଂ ଦୁଇ ମିନଟ ନିରବ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ସହିଦ ମାନଙ୍କର ଆତ୍ମା ର ଶାନ୍ତି ନିମନ୍ତେ ପ୍ରାର୍ଥନା କରି ଥିଲେ I ସମସ୍ତେ “ଭାରତ ମାତା କି ଜୟ” ଏବଂ “ସହିଦ ଯବାନ ଅମର ରହେ” ସ୍ଲୋଗାନ ଦେଇ ଥିଲେ I
ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି
|
February 15, 2021 |



