ଯବାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ; ଫରେଷ୍ଟ ଗାର୍ଡରେ ନିଯୁକ୍ତି କରାଇ ଦେବାକୁ କହି ଠକିନେଲେ ୩ ଲକ୍ଷ

Spread the love

ଭଦ୍ରକ ୨୦/୧୨/୨୫ (ସନ୍ଧାନ ନ୍ୟୁଜ) : ଯବାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଚାକିରି ଦେବା ନାଁରେ ଠକିନେଲେ ଲକ୍ଷାଧିକ ଟଙ୍କା। ଫରେଷ୍ଟ ଗାର୍ଡରେ ନିଯୁକ୍ତି କରାଇ ଦେବାକୁ କହି ୩ ଲକ୍ଷ ୨୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଏସଓଜିରେ କାର୍ଯ୍ୟ କରୁଥିବା ଜଣେ ଯବାନଙ୍କ ନାମରେ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି। ବାରମ୍ବାର ଦେଇଥିବା ଟଙ୍କା ଫେରସ୍ତ କରିବାକୁ ଗୁହାରି କରିବା ପରେ ବିଫଳ ହେବାରୁ ଶେଷରେ ନ୍ୟୟ ପାଇଁ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ। ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଭଟ୍ଟସାହି ଅଞ୍ଚଳର ସତ୍ୟଜିତ ମିଶ୍ରଙ୍କୁ ଓଡ଼ିଶା ଫରେଷ୍ଟ ଗାର୍ଡ ପଦବୀରେ ନିଯୁକ୍ତି କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ନିକଟସ୍ଥ ନଦୀଗାଁ ଅଞ୍ଚଳର ମୁନନ୍ ଦାସ। ଓଡ଼ିଶା ପୋଲିସର ଏସଓଜିରେ ସିପାହୀ ଭାବେ କାର୍ଯ୍ୟ କରୁଥିବା ମୁନନ ଏହି ନିଯୁକ୍ତି ଲାଗି ୬ ଲକ୍ଷ ଟଙ୍କା ଦାବି କରିବା ସହ ଅରଜିନାଲ ମାଟ୍ରିକ୍ ସାର୍ଟିଫିକେଟ ଦେବାକୁ କହିଥିଲେ। ଜଣେ ପୋଲିସ ସିପାହୀଙ୍କଠାରୁ ଏହି ନିଯୁକ୍ତି ପ୍ରତିଶ୍ରୁତି ପାଇବା ପରେ ସତ୍ୟଜିତ ପ୍ରାୟ ଅଢ଼େଇ ବର୍ଷ ତଳେ ୩ ଲକ୍ଷ ୨୦ହଜାର ଟଙ୍କା ଅନଲାଇନରେ ମୁନନଙ୍କୁ ଦେବା ସହ ତାଙ୍କ ମାଟ୍ରିକ୍ ସାର୍ଟିଫିକେଟ ମଧ୍ଯ ଦେଇଥିଲେ। ଏହାମଧ୍ୟରେ ଫରେଷ୍ଟ ଗାର୍ଡରେ ନିଯୁକ୍ତି ସରିଲାଣି ଓ ଅନେକ ନିଯୁକ୍ତି ପାଇଲେଣି। ମାତ୍ର ସତ୍ୟଜିତଙ୍କୁ ନିଯୁକ୍ତି ନମିଳିବାରୁ ସେ ତାଙ୍କ ଟଙ୍କା ଓ ସାର୍ଟିଫିକେଟ୍ ଫେରସ୍ତ ଲାଗି ମୁନନଙ୍କୁ ବହୁବାର ଅନୁରୋଧ କରିଥିଲେ ବି ସେ ସମୟ ଗଡ଼ାଇ ଚାଲିଥିଲେ। ଶେଷରେ ନିରାଶ ହୋଇ ସତ୍ୟଜିତ ଧୁଷୁରୀ ଥାନାରେ ଏତଲା ଦେବା ପରେ ମାସକ ତଳେ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି।  ତେବେ ଟଙ୍କା ନେଇଥିବା ମୁନନ ପୁଲିସ ବିଭାଗରେ କାର୍ଯ୍ୟରତ ଥିବାରୁ ତାଙ୍କୁ ଗିରଫ କରାଯାଉନି ବୋଲି ଅଭିଯୋଗ କରିବା ସହ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବିରେ ସେ ଭଦ୍ରକ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି ।ଅନ୍ୟପକ୍ଷରେ ଏହି ଠକେଇ ଘଟଣା ନେଇ ଧୁଷୁରୀ ଥାନା ଆଇଆଇସିଙ୍କୁ ପଚାରିବାରୁ ମାସକ ତଳେ ମୁନନ୍ ଦାସଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛୁ ବୋଲି କ‌ହିଛନ୍ତି। ତେବେ ସେ ଗତ ୨ ମାସ ହେବ ଡ୍ୟୁଟିକୁ ନଯାଇ ଫେରାର୍ ଥିବା ସୂଚନା ଦେଇଛନ୍ତି ଆଇଆଇସି।

Related Posts

About The Author

Add Comment