ଯବାନଙ୍କୁ ଟାର୍ଗେଟକରି ମାଓବାଦୀ ପୋତିଥିବା ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର

Spread the love

ମାଲକାନଗିରି ,୨୨/୭ (ସନ୍ଧାନ ନିୟୁଜ):ଆଜିସକାଳେ ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମାଜିଲ୍ଲା ଏରାବୋରା ରାସ୍ତାରୁ ସିଆରପିଏଫ ଯବାନମାନେ ୩ଟି ଅଫୁଟାଲ୍ୟଣ୍ଡମାଇନ ଉଦ୍ଧାର କରି  ମାଓବାଦୀଙ୍କ ଏକ ବଡଧରଣର ଅଘଟଣକୁ ଏଡାଇ ଦେଇପାରିଛନ୍ତି । ଆସନ୍ତା୨୮ତାରିଖ ଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେବାକୁ ଯାଉଥିବାରୁ  ସର୍ଚଅପରେସନରେ ଯାଉଥିବା ଯବାନମାନଙ୍କୁ ଟାର୍ଗେଟକରି ମାଓବାଦୀ ମାନେ ଏରାବୋରା ରାସ୍ତାର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇ ପୋତିଥିବାର ଗୋଇନ୍ଦାସୁତ୍ରରୁ ଖବର ଥିଲା । ଆଜି ସକାଳେ ସେହି ଖବର ଅନୁସାରେ ସିଆରପିଏଫ ଯବାନମାନେ  ଏରାବୋରା ରାସ୍ତାରେ ଅତି ସତର୍କତାର ସହିତ ମେଟାଲ ଡିଟେକ୍ଟର ଦ୍ୱାରା ଯାଜଂ ଆରମ୍ଭ କରିଦେଇଥିଲେ । ସୁକୁମା  ଏରାବୋରା ମୁଖ୍ୟରାସ୍ତାରେ ଯବାନମାନଙ୍କୁ ଟାର୍ଗେଟକରି ମାଓବାଦୀ ମାନେ ପୋତିଥିବା ତିନୋଟି ସିରିଜ ଲ୍ୟାଣ୍ଡମାଇନ କୁ ଯବାନ ମାନେ ଠାବକରି ସେଗୁଡିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଲ୍ୟାଣ୍ଡମାଇନ ନିସ୍କ୍ରୀୟ କାରୀ ଦଳ ଙ୍କୁ ଡକା ଯାଇ ନିଛାଟିଆ ଜଙ୍ଗଲରେ ଏଗୁଡିକୁ ନିସ୍କ୍ରୀୟ କରାଯାଇଥିଲା । ଲ୍ୟାଣ୍ଡମାଇନ ନିସ୍କ୍ରୀୟ ସମୟରେ ତାର ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ନିକଟରେ ଥିବା ଗ୍ରାମବାସୀ ମାନେ ଭୟଭିତ ହୋଇପଡିଥିଲେ । ଆସନ୍ତା୨୮ତାରିଖରୁ ଅଗଷ୍ଟମାସ ୩ତାରିଖ ପର୍ଯ୍ୟନ୍ତ ମାଓବାଦୀ ମାନେ ସହିଦ ସପ୍ତାହ ପାଳନ କରିବା ପାଇଁ ସମସ୍ତପ୍ରକାର ପ୍ରସୁତି ସାରିଦେଇଥିବାର ଜଣାପଡିଛି,ସୀମାନ୍ତ ସୁକୁମା ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ମାଓପ୍ରବଣ ଅଚଂଳର ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ମାନ ଲଗାଇ ସହିଦ ସପ୍ତାହରେ ସାମିଲ ହେବାପାଇଁ ଗ୍ରାମବାସୀମାନଙ୍କୁ ଆହ୍ୱାନ ଦେଇଥିବାର ଜଣାପଡିଛି । ଏହି ସମୟରେ ମାଓବାଦୀମାନେ ନାନାପ୍ରକାର ହିଂସାକାଣ୍ଡ ଘଟାଇଥାନ୍ତି । ସେମାନଙ୍କ ହିଂସାକାଣ୍ଡକୁ ଭଣ୍ଡୁରକରିବା ପାଇଁ ମାଲକାନଗିରି ଜିଲ୍ଲାପୁଲିସ ପକ୍ଷରୁ ସୀମାନ୍ତବର୍ତି ଅଚଂଳଗୁଡିକୁ ସିଲକରି  ଯାନବାହନ ଖାନତଲାସି ସହିତ ବ୍ୟାପକ ଭାବେ କମ୍ବିଂ ଓ ସର୍ଚଅପରେସନ ଚାଲିଥିବାର ଜଣାପଡିଛି

Related Posts

About The Author

Add Comment