ଯକୃତକୁ ସଫା ଏବଂ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୬ଟି ଜିନିଷ

Spread the love

ବାରିପଦା, 30.12.2020 (ସନ୍ଧାନ ନିଉଜ୍ ଲିଙ୍ଗରାଜ ପଣ୍ଡା) : ଯକୃତ ହେଉଛି ଶରୀରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଯଦି  ଆପଣଙ୍କ ଯକୃତ ସୁସୁ ଅଛି, ତେବେ ଆପଣ ଅନେକ ପେଟ ଜନିତ ସମସ୍ୟାରୁ ରକ୍ଷା ପାଇପାରିବେ । ଯକୃତ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହିତ ରକ୍ତକୁ ସଫା କରେ । ଏହା ସହିତ ଯକୃତ ମ ଏନଜାଇମ୍‌ ସକ୍ରିୟ କରିବାରେ କାମ କରେ । ସୁସ୍ଥ ରହିବା ଯକୃତ ପାଇଁ ସୁସ୍ଥ ରହିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଆସନ୍ତୁ ଜାମଣିବା କିଛି ସୁସୁ ଖାଦ୍ୟ ବିଷୟରେ ଯାହା ଯକୃତକୁ ସୁସ୍ଥ ରଖିପାରିବ ।

ଗ୍ରୀନ୍ ଚା‘- ଗ୍ରୀନ୍ ଟି ଯକୃତ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ । ଗ୍ରୀନ୍ ଟିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ରହିଛି । ଯାହା ଯକୃତକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ । ଦିନସାରା ୨-୩ କପ୍ ଗ୍ରୀନ୍ ଟି ପିଇବା ସ୍ଵାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ ।

ବିଟ୍-  ବିଟରେ ପ୍ଲାଣ୍ଟ-ଫାଭୋନାଏଡ୍ ଏବଂ ବିଟା-କାରୋଟିନ୍ ରହିଛି । ବିଟ୍ ଖାଇବା ସ୍ଵାଭ୍ୟୁ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ବିଟ୍ ଉଭୟ ଯକୃତ ଏବଂ ରକ୍ତ ସଫା କରିବାରେ ସାହାଯ୍ୟ କରେ ।

ଗାଜର- ଗାଜରରେ ଗ୍ଲୁଟାଥୁଅନ୍, ବିଟା-କାରୋଟିନ୍, ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଡି, ଭିଟାମିନ୍ ଇ, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ବ ଭରପୂର ରହିଛି । ଯାହା ସ୍ଵାସ୍ଥ୍ୟ ଏବଂ ଯକୃତକୁ ସୁସ୍ ରଖିବାରେ ସାହାଯ୍ୟ କରିଥାଏ ।

ପିଆଜ- ପିଆଜ କୌଣସି ଖାଦ୍ୟର ସ୍ବାଦ ବଢାଇଥାଏ । କିଛି ଖାଦ୍ୟ ପିଆଜ ବିନା ପ୍ରସ୍ତୁତ ହୋଇପାରିବ ନାହିଁ । କିନ୍ତୁ ପିଆଜ କେବଳ ରୋଷେଇ ପାଇଁ ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ପିଆଜରେ ସଲଫର, ଆଣ୍ଟିବ୍ୟାକ୍ଟରିଆଲ୍, ଆଣ୍ଡିଭାଇରାଲ୍, ଆଣ୍ଟି- ଇସ୍ଲାମେଟୋରୀ ଗୁଣ ରହିଛି ଯାହା ଯକୃତକୁ ଡିଟକ୍ସ କରିବାରେ ସାହାଯ୍ୟ କରେ ।

ରସୁଣ- ରସୁଣରେ ଆଣ୍ଟିଅକ୍ସିଡାଣ୍ଟ, ଆଶ୍ଚିମାଇକ୍ରୋବାୟଲ୍ ଏବଂ ଆଣ୍ଟିବାୟୋଟିକ୍ ଗୁଣରେ ଭରପୂର । ଏହା ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥ ବାହାର କରି ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ଲେମ୍ବୁ- ଲେମ୍ବରେ ଭିଟାମିନ୍ ସି ସହିତ ପ୍ରଚୁର ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଯାହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବା ସହ ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଲେମ୍ବୁ ଯକୃତକୁ ସୁସ୍ଥ ଏବଂ ଶକ୍ତିଶାଳୀ କରିପାରେ ।

Related Posts

About The Author

Add Comment