ମୟୂରଭଞ୍ଜ ସାଂସଦଙ୍କ ହାତପାଣ୍ଠିରେ ଜାଲିଆତି ଅଭିଯୋଗ; ଦୁଇ ଗିରଫ

Spread the love

ବାରିପଦା (ସନ୍ଧାନ ନିଉଜ) ତା-୦୩/୦୯/୨୦:-ମୟୂରଭଞ୍ଜ ସାଂସଦଙ୍କ ପାଣ୍ଠିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି।ଏନେଇ ଖୋଦ ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ,ମୟୂରଭଞ୍ଜ ସାଂସଦଙ୍କ ଉନ୍ନୟନ ପାଣ୍ଠିରୁ ଜାଲ ଦସ୍ତଖତ କରି ଭାରତୀୟ ଜନତା ପାର୍ଟିର ଦୁଇଜଣ ବ୍ୟକ୍ତି ସାଂସଦ ପାଣ୍ଠିରୁ କାମ କରିଛନ୍ତି। ଜିଲ୍ଲା ଆଦିବାସୀ ସମନ୍ୱୟ ଉନ୍ନୟନ ସଂସ୍ଥାରେ କାମ କରିଛନ୍ତି।ଏ ସମ୍ପର୍କରେ ବାରିପଦା ଟାଉନ ଥାନାରେ ସାଂସଦଙ୍କ ଅଭିଯୋଗ ପରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହୋଇ ଅଭିଯୁକ୍ତ ଦୁଇଜଣ ବିଜେପି ଦଳର ମୋରଡ଼ା ଅଂଚଳର ସମିତି ସଭ୍ୟ ହେମନ୍ତ ସୋରେନ ଏବଂ କମ୍ପ୍ୟୁଟର ଅପରେଟର ଶୈଳେଶ ଗିରି। ଜଣେ ସାଂସଦଙ୍କ ସମ୍ପର୍କୀୟ ହୋଇଥିଲା ବେଳେ ଅନ୍ୟ ଜଣେ ବିଜେପି ମିଡିଆ ସେଲର ସହଯୋଗୀ ଅଟନ୍ତି। ବାରିପଦା ଟାଉନ ପୋଲିସ ଏ ସମ୍ପର୍କରେ ୫୭୭/୨୦ରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ପକ୍ଷରୁ ସରକାରୀ ରେକର୍ଡକୁ ସିଜ କରିବା ସାଂସଦଙ୍କ ଦସ୍ତଖତ ଇତ୍ୟାଦିର ଅଧିକ ତଦନ୍ତ ଚଳାଇଛନ୍ତି।

Related Posts

About The Author

Add Comment