ବାରିପଦା, ୨୪.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ପ୍ରିମିୟର ଲିଗର ଲୋଗୋ ଉନ୍ମୋଚିତ ହୋଇଯାଇଛି । ଶନିବାର ସଂଧ୍ୟାରେ ସ୍ଥାନୀୟ ବଜାର ଇଣ୍ଡିଆର ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲୋଗୋ ଉନ୍ମୋଚିତ ହେବା ସହିତ ଜମୁଁ ମଧ୍ୟ ଉନ୍ମୋଚିତ ହୋଇଥିଲା । ଏହି ଲୋଗୋକୁ କ୍ରୀଡାମନ୍ତ୍ରୀ ତୁଷାରକାନ୍ତ ବେହେରା ଉନ୍ମୋଚନ କରିଥିବା ବଳେ ଉନ୍ମୋଚନ ଉତ୍ସବରେ ତାଙ୍କ ସହିତ ଚାନ୍ଦବାଲି ବିଧାୟକ ତଥା ରାଜ୍ୟ ବିଜେଡି ଯୁବ ସଭାପତି ବ୍ୟମକେଶ ରାୟ, ଧର୍ମଶାଳା ବିଧାୟକ ତଥା ବିଜେଡି ଯୁବ ବ୍ୟାପାର ଦାୟିତ୍ବ ବହନ କରୁଥିବା ପ୍ରଣବ ବଳବନ୍ତରାୟ, ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଜେଡି ମୟୂରଭଞ୍ଜ ୨ର ଜିଲ୍ଲା ସଭାପତି ର ଅଭିଷେକ ପଟ୍ଟନାୟକ, ମୟୂରଭଞ୍ଜ ଯୁବ ବିଜେଡି ସଭାପତି ଅରୁଣ ବରାଡ, ଅନୀଷ ମାନା, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁନୀଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଲଘୁ ଉଦ୍ୟୋଗ ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ, କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ରାଜାସଭା ସାଂସଦ ମମତା ମହାନ୍ତ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ପୂର୍ବତନ ଏସଡିସି ଚେୟାରମ୍ୟାନ ଦେବାଶିଷ ମାରାଣ୍ଡି, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ଉପ ନଗରପାଳ ଜିତେନ୍ଦ୍ର ମହାନ୍ତି, ରାଜ୍ୟ ସଂପାଦକ କୃଷ୍ଣଚନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ସାମ୍ବାଦିକମାନଙ୍କୁ ମୟୁରଭଞ୍ଜ ପ୍ରିମିୟର ଲିଗ ସଂପର୍କରେ ସୂଚନା ଦିଆଯାଇଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁତିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦଶେକ୍ରମେ ମୟୂରଭଞ୍ଜ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଦକ୍ଷ କ୍ରୀଡା ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ପ୍ରିମିୟର ଲିଗ ପ୍ରତିଯୋଗିତାର ଆୟୋଜନ ହେଉଥିବା ସଂପର୍କରେ ସୂଚନା ଦିଆଯାଇଥିଲା । ଏହି ପ୍ରିମିୟର ଲିଗ ପ୍ରତିଯୋଗିତାରେ ଫୁଟବଲ ଓ କ୍ରିକେଟ ଖେଳକୁ ସାମିଲ କରାଯାଇଛି । ସୂଚନା ଥାଉ କି ପ୍ରତି ବ୍ଲକରେ ଏହି ପ୍ରତିଯୋଗିତା ୩୦ ତାରିଖରୁ ଫେବୃଆରୀ ୬ ତାରିଖ ଯାଏଁ ଏବଂ ଫେବୃଆରୀ ୮ରୁ ମାର୍ଚ୍ଚ ୧ ତାରିଖ ରେ ବାରିପଦା ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ହେବ। ରାଇରଙ୍ଗପୁର ଷ୍ଟାଡିୟମ ରେ ମାର୍ଚ୍ଚ ୨ ତାରିଖ ଓ ୩ ତାରିଖ ରେ ଫୁଟବଲ ସେମିଫାଇନାଲ ଓ ଫାଇନାଲ ଖେଳ ସେହିପରି ବାରିପଦା ଷ୍ଟାଡିୟମ ଠାରେ ମାର୍ଚ୍ଚ ୫ ଓ ୬ ତାରିଖରେ କ୍ରିକେଟର ସେମିଫାଇନାଲ ଓ ଫାଇନାଲ ଖେଳ ଅନୁଷ୍ଠିତ ହେବ । ଜିଲ୍ଲାର ୨୬ ଟି ବୃକ ମଧ୍ୟରୁ ୮ଟି ଲେଖାଁଏ ଫୁଟବଲ ଓ କ୍ରିକେଟ୍ ଟିମ୍ ଅଂଶ ଗ୍ରହଣ କରିବେ । ବ୍ଲକସ୍ତରୀୟ ଟୁଣ୍ଡି ମେଣ୍ଟ ସରିବା ପରେ ଜିଲ୍ଲାସ୍ତରୀୟ ଟୁର୍ଣ ମେଣ୍ଟ ଆୟୋଜିତ ହେବ । ଜିଲ୍ଲାର ୨ ଟି ଏନ ଏସି ଓ ୨ ଟି ମ୍ୟୁନିସିପାଲିଟି ର ୨ଟି ଲେଖାଁଏ ଓ ୪ ଟି ଲେଖାଏ ଦଳ ଏଥିରେ ଅଂଶ ଗ୍ରହଣ କରିବେ । କ୍ରିକେଟ୍ ପ୍ରତିଯୋଗିତା ପାଇଁ ଗୋଟିଏ ମ୍ୟାନ ଅଫ୍ ଦି ମ୍ୟାଚ ଟ୍ରଫି, ଗୋଟିଏ ଶ୍ରେଷ୍ଠ ବୋଲର, ବ୍ୟାଟ୍ସମ୍ୟାନ୍ ଓ ଫିଲଡରଙ୍କ ପାଇଁ ୫ ହଜାର ଟଙ୍କା, ମ୍ୟାନ ଅଫ୍ ଦି ସିରିଜଙ୍କ ପାଇଁ ଗୋଟିଏ ହିରୋ ସିବିଜେଡ ଏକ୍ସଟ୍ରିମ ୧୬୦ ଆର ବାଇକ ପ୍ରଦାନ କରାଯିବ। ଚମ୍ପିଆନ୍ ଦଳକୁ ୧ ଲକ୍ଷ ଓ ରନର୍ସ ଅପ ଦଳକୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ଫୁଟବଲ ଖେଳ ନିମନ୍ତେ ଜିଲ୍ଲାସ୍ତରୀୟ ମ୍ୟାନ ଅଫ୍ ଦି ମ୍ୟାଚ ଶ୍ରେଷ୍ଠ ଟ୍ରାଇକର ଓ ଗୋଲକିପରକୁ ୫ ହଜାର ଟଙ୍କା, ମ୍ୟାନ୍ ଅଫ ଦି ମ୍ୟାଚ ଗୋଟିଏ ହିରୋ ସିବିଜେଡ ଏକ୍ସଟ୍ରିମ୍ ୧୬୦ ଆର ବାଇକ ପ୍ରଦାନ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ମିଳିଛି । ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ନିର୍ଭ ରିତ ସମୟ ମଧ୍ୟରେ ସମାପ୍ତ ହେବ ବୋଲି ମୟୂରବ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ସୂଚନା ମିଳିଛି ।
ମୟୂରଭଞ୍ଜ ପ୍ରିମିୟର ଲିଗର ଲୋଗୋ ଉନ୍ମୋଚିତ
|
January 24, 2021 |



