ବାରିପଦା, 28.11.2020 (ଲିଙ୍ଗରାଜ ପଣ୍ଡା) ପ୍ରାକୃତିକ ସମ୍ପଦର ଗନ୍ତାଘର ମୟୂରଭଞ୍ଜ ଜିଲା ଏହାର ଭୂଗର୍ଭ ହେଉଛି ଲୁହା ପଥର ଓ ଖଣିଜ ପଦାର୍ଥର ଭଣ୍ଡାର ସେହିପରି ଜିଲାରେ ରହିଛି ବିରଳ ତଥା ସୁବିଶାଳ ଜୈବ ମଣ୍ଡଳ ଶିମିଳିପାଳ ରହିଛି ମଧ୍ୟ ଅନେକ ରମଣୀୟ ପ୍ରାକୃତିକ ସ୍ଥଳୀ ମାତ୍ର ବଳିଷ୍ଠ ନେତୃତ୍ଵର ଅଭାବ ସାଙ୍ଗକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ନିମନ୍ତେ ଏହି ଆଦିବାସୀ ଅଧ୍ୟଷିତ, ରାଜ୍ୟର ବୃହତ୍ତମ ଜିଲ୍ଲା ପାଇଁ ବିକାଶ ହୋଇଛି ମରୀଚିକା । ତେବେ ଆଉ ଉଦାସୀନ ନ ହୋଇ ଜିଲାର ବିକାଶ ପାଇଁ ସବୁ ଦଳର ନେତୃବର୍ଗ ବିଶେଷ ଭାବେ ତତ୍ପର ହେବାର ଆବଶ୍ୟକତା ରହିଛି ବିରଳ ଜୈବ ମଣ୍ଡଳ ଶିମିଳିପାଳ ଏହା ଜିଲାରେ ଜଳବାୟରେ ସନ୍ତୁଳନ ରକ୍ଷାରେ ବଡ଼ ଭୂମିକା ଲନିଭାଇଥାଏ ଏହା ଉପରେ ଅଗଣିତ ଆଦିବାସୀ ” ପରିବାର ନିର୍ଭରଶୀଳ ମାତ୍ର ଏହାର ସୁରକ୍ଷା ପାଇଁ ଯତ୍ନ ନାହିଁ । ଏଠାରେ ଥିବା ଔଷଧୀୟ ଗୁଳ୍ପକୁ ଆଧାର କରି – ‘ ଔଷଧ କାରଖାନା ପ୍ରତିଷ୍ଠା ହୋଇପାରିନି ଏହା – କୋଳରେ ଥିବା ରମଣୀୟ ସ୍ଥାନଗୁଡ଼ିକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯାଇପାରିନି ଏଠାରେ ପର୍ଯ୍ୟଟନର ବିକାଶ ହେଲେ ଅର୍ଥନୈତିକ ବିକାଶ ସହ କର୍ମନିଯୁକ୍ତିର ବିରାଟ ପରିସର ସୃଷ୍ଟି ହେବ ବିଭକ୍ତ ବିହାର, ସିଂହଭୂମି ଜିଲାର ସାକଚି କାଳିମାଟି(୧୯୧୯ରେ ଜାମସେଦପୁର) ଠାରେ ଜାମସେଦଜୀ ଓ ଦୌରବଜୀ ଟାଟା ୧୯୦୭ରେ ନିଜ ଟାଟା କମ୍ପାନୀର ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା କଲେ ୟୂରଭଞ୍ଜର ଲୁହା ପଥର ନେଇ ଏହି କାରଖାନା ୧୯୧୧ରେ ଉତ୍ପାଦନ ଆରମ୍ଭ କଲା ଏହାକୁ ଭଲ କରି ‘ ଗଢ଼ି ଉଠିଲା ଟାଟାର ବିଶାଳ ଶିକୁ ସାମ୍ରାଜ୍ୟ। ସେବେ ଠାରୁ ଜିଲ୍ଲାରୁ ବାହାରକୁ ଲୁହା ପଥର ରପ୍ତାନା ଚାଲିଛି ମାତ୍ର ଲୁହା ପଥର, ରେଳି ଯୋଗାଯୋଗ, ଜାତୀୟ ରାଜପଥ, ଜଳ, ସରକାରୀ ଜମି, ଅପେକ୍ଷାକୃତ ନିକଟ ଭଦ୍ରକ ଜିଲାରେ ଧାମରା ବନ୍ଦର ଆଦି ଭିତ୍ତିଭୂମି ସୁଲଭ ଥାଇ ବି ଜଲାରେ ଦୃହତ ଇତି କାରଖାନା ପ୍ରତିଷ୍ଠା ର ହୋଇପାରିଲାନି ଏହା ପ୍ରତିଷ୍ଠା ହେଲେ କର୍ମନିଯୁକ୍ତିର -। ବିରାଟ ପରିସର ସାଙ୍ଗକୁ ଅର୍ଥନୈତିକ ବିକାଶ ହେବ। ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ s କଲେଜ ହସପିଟାଲକୁ କେବଳ ମୟୂରଭଞ୍ଜ ଜିଲା ନୁହେଁ, ଇଁ ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗରୁ ବି ରୋଗୀ ଆସୁଛନ୍ତି ମାତ୍ର ଏଠାରେ ବିଭିନ୍ନ ବିଭାଗରେ ପ୍ରଫେସର ପଦ ଖାଲି ପଡ଼ିବା ସାଙ୍ଗକୁ କଲେଜ କ୍ୟାମ୍ପସରେ ନିଜ ହସପିଟାଲ ର ପ୍ରତିଷ୍ଠା ହୋଇପାରିନି । ଫଳରେ ବହୁ ରୋଗୀଙ୍କୁ କଟକ ଇ ଓ ଭୁବନେଶ୍ବର ପଠାଯାଉଛି। କ୍ୟାମ୍ପସରେ ଶୀଘ୍ର ହସପିଟାଲ ପ୍ରତିଷ୍ଠା ସହ ଅତ୍ୟାଧୁନିକ ଯନ୍ତ୍ରପାତି ରହିବାର – ଆବଶ୍ୟକତା ରହିଛି । ସେହିପରି ୨୦୦୮ରୁ ନାମ ଲେଖା ବନ୍ଦ ଥିବା ବେସରକାରୀ ଆୟୁର୍ବେଦ କଲେଜ ଓ ହୋମିଓପାଥ୍ କଲେଜକୁ ସରକାର ହାତକୁ ନେବା ଆବଶ୍ୟକ କେତେ ଦାବି ଓ ଆନ୍ଦୋଳନ ପରେ ୧୯୯୯ ମସିହାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲା । ମାତ୍ର ଏହାର ବିକାଶ ଆଶନୁରୂପ ହୋଇପାରିନି । ବିଭିନ୍ନ ବିଭାଗରେ ପ୍ରଫେସର ପଦ ଖାଲି ପଡ଼ିଥିବାବେଳେ । ଅନେକ ବିଷୟ ସେଲଫ ଫାଇନାନସଭିତ୍ତିକ ଏହାକୁ ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବେ ଗଢ଼ି ତୋଳିବାକୁ ଉଦ୍ୟମ ଆବଶ୍ୟକ ସେହିପରି ଜିଲାର ଐତିହ୍ୟ ବିଶ୍ୱ ବିଖ୍ୟାତ ଛଉ ନୃତ୍ୟ ତଥା ଝୁମର ନୃତ୍ୟର ବିକାଶ ପାଇଁ ନେତୃବର୍ଗ ତତ୍ପର ହେବାର ଆବଶ୍ୟକତା ରହିଛି । । ଜିଲାରେ ଗମନାଗମନ କ୍ଷେତ୍ରରେ ବିକାଶ ପାଇଁ । ବାଦାମପାହାଡ଼-କେନ୍ଦୁଝର, ” ଗୋରୁମହିଷାଣୀ ବାଙ୍ଗିରିପୋଷି ରେଳ ରୁଟ ପାଇଁ ସର୍ଭେ ସରିବା ସହ ବିସ୍ତୃତ ପ୍ରକଳ୍ପ ରିପୋଟି ବା ଡିପିଆର ପ୍ରସ୍ତୁତ ହୋଇ ବି କାମ ଆରମ୍ଭ ହୋଇପାରୁନି । ଭଦ୍ରାଚଳମ-ଉଦଳାବାରିପଦା-ଖଡଗପୁର ରେଳ ରୁଟ ପାଇଁ ବି ସର୍ଭେ ସରିଛି। ଏହି ତିନି ରେଳ ଛୁଟ ନିର୍ମାଣ ହେଲେ ଭୁବନେଶ୍ୱର, ଓ ଦକ୍ଷିଣ ଭାରତ, ଉତ୍ତର ଭାରତ ସହ ଜିଲ୍ଲାବାସୀଙ୍କ ଯୋଗାଯୋଗ କ୍ଷେତ୍ରରେ ଅନେକ ସୁବିଧା ହୁଅନ୍ତା ଏଣୁ ପାଇଁ ନେତୃବର୍ଗ ଦୃଢ଼ ଦାବି କରିବା ଆବଶ୍ୟକ ପରିତାପର ବିଷୟ ଯେ କୃଷି ଜିଲାବାସୀଙ୍କ ମୁଖ୍ୟ ଜୀବିକା ହୋଇଥିଲେ ବି ଜିଲ୍ଲାର ମାତ୍ର ୧୦/୧୨ ପ୍ରତିଶତ ଜମି ଜଳସେଚିତ ୪୨ ବର୍ଷ ପରେ ବି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାମ ସରିଲାନି ଏହି ପ୍ରକଳ୍ପ ପାଣିରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ସାରସକଣା, କୁଳିଅଣା, ଶାମାଖୁଣ୍ଟା, ବଡସାହି, ରାସଗୋବିନ୍ଦପୁର, ବାଙ୍ଗିରିପୋଷି, ଶୁଳିଆପଦା ଓ ମୋରଡା, ୧୦ଟି ବ୍ଲକର ୯୪ ହଜାର ୬୫୫ ହେକ୍ଟର ଜମିରେ ପାଣି ମାଡ଼ିବ । ସେହିପରି କରଞ୍ଜିଆ ବ୍ଲକର ଦେଓ ବନ୍ଧ କାମ ୨୮ ବର୍ଷ ପରେ ବି ସଂପୂର୍ଣ୍ଣ ହେଲାନି ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ୧୦ ହଜାର ହେକଟର । ଜମିରେ ପାଣି ମାଡ଼ିବ । ଏହି ଦୁଇ ପ୍ରକଳ୍ପ କାମ ଶୀଘ୍ର ସରିବା ଓ ବ୍ୟାପକ ଉଠା ଜଳସେଚନ ପଏଣ୍ଟ ପ୍ରତିଷ୍ଠା ପାଇଁ ନେତୃବର୍ଗ ଉଦ୍ୟମ କରିବା ଆବଶ୍ୟକ କର୍ମନିଯୁକ୍ତିର ବିରାଟ ପରିସର ସୃଷ୍ଟି ପାଇଁ ଟସର, ବାଉଁଶ ଓ ସବାଇ ଘାସ ଚାଷକୁ ପ୍ରୋତ୍ସାହନ ଆବଶ୍ୟକ ବର୍ଷକୁ ଶହ ଶହ କୋଟି ଟଙ୍କାର କାରବାର ହେଉଥିବା ସବାଇକୁ କୃଷିର ମାନ୍ୟତା ମିଳିପାରିନି ସେହିପରି ବୁଢ଼ାବଳଙ୍ଗ ଓ ଅନ୍ୟ ନଦୀର ବନ୍ୟା ନିୟନ୍ତ୍ରଣ, ଜିଲାର ସବୁ ସହରର ବିକାଶ ସହ ବାରିପଦାକୁ ସ୍ମାର୍ଟ ସିଟି ତାଲିକାଭୁକ୍ତ କରି ଏହାକୁ ଏକ ଉନ୍ନତ ସହର ଭାବେ ବିକଶିତ କରିବାକୁ ନେତୃବର୍ଗଙ୍କ ଉଦ୍ୟମ ଆବଶ୍ୟକ ।


