ବାରିପଦା ୧୭/୦୮/୨୦୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା- ବାରିପଦା ୧୫/୦୮/୨୦ ରିଖ ଦିନ ସ୍ଥାନୀୟ ପାଲବଣୀ ଠାରେ ସ୍ୱଧୀନତା ଦିବାସ ପାଳନ ଅବସରରେ ମୟୂରଭଞ୍ଜ ନିର୍ମାଣ ଶ୍ରମିକ ସଘଂ ସମନ୍ନୟ ସମିତି ବାରିଷ୍ଠ ସଦସ୍ୟ ମାନେ ଏମାନେ ସମ୍ମୁଖରେ ହେଉଥିବା ସମସ୍ୟା ସମ୍ବଦ୍ଧରେ ବ୍ୟାପକ ଅଲୋଚନାକାରି ଏଗୁଡିକର ଆଶୁ ସମାଧାନ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି । ସଂଘର ସଭାପତି ଶ୍ରୀ ଅମଲ ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୌଠକରେ ଯେଉଁ ସମସ୍ୟା ଗୁଡିକର ଅଲୋଚନା ହୋଇଥିଲା ତାହା ହେଲା ଜିଲ୍ଲାରେ ବହୁ ସଂଖ୍ୟକ ନିର୍ମାଣ ଶ୍ରମିକ ରହିଛନ୍ତି । ଅଥଚ ଏମାନଙ୍କ ମଧ୍ୟରୁ ମାତ୍ର ଏକ ଲକ୍ଷ ୫ ହଜାର ଶ୍ରମିକଙ୍କୁ ଏଯାବତ୍ ପଞ୍ଜିକୃତ କରାଯାଇଛି ।ଏ ଦିଗରେ ପ୍ରଶ୍ନର ଓ ପ୍ରସାରର ଘୋର ଅଭାବ ରହିଛି । ଏଥି ମଧ୍ୟରୁ ସତୁରୀ ହଜାର ଶ୍ରମିକ ମାସକୁ ୬୦ ହଜାର ଟଙ୍କା ପାଇଥିବା ବେଳେ ୧୦ ହଜାର ହିତାଧିକାରୀଙ୍କ ତାଲିକାରେ ଭୁଲଥିବା ଯୋଗୁଁ ଏ ଟଙ୍କା ପାଉ ନାହାନ୍ତି । ତେଣୁ ଏମାନଙ୍କ ସହିତ ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ଦେବା ପାଇଁ ଦାବୀ କରାଯାଇଛି । ନିୟମ ଅନୁଯାଇ ପଞ୍ଜିକରଣ ପ୍ରତି ବର୍ଷ ନବୀକରଣ ହେବା ଆବଶ୍ୟକ ,କିନ୍ତୁ ବିଭିନ୍ନ ଆଳ ଦେଖାଇ ନବୀକରଣରେ ପ୍ରତିବନ୍ଧକ ସୃଷ୍ଟି କରା୍ୟାଉଛି । ସମସ୍ତ ପ୍ରତିବନ୍ଧକକୁ ହଟାଯାଇ ଶୀଘ୍ର ନବୀକରଣ କରାଯାାଉ । ଏହା ଛଡା ନିର୍ମାଣ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ସହାୟତା ରାଶି ଯଥା- ବିବାହ,ଶିକ୍ଷା, ପ୍ରସୂତିକାଳୀନ, ମୃତ୍ୟୁ, ଘର ନିର୍ମାଣ ପାଇଁ ଦିଆଯାଉଥିବା ଟଙ୍କା ତୁରନ୍ତ ପ୍ରଦାନ କରାଯିବାକୁ ଦାବୀ ହୋଇଛି ।
ସମିତିର ସାଧାରଣ ସଂପାଦକ ଶ୍ରୀ କାହ୍ନୁ ଚରଣ ବେହେରାଙ୍କ ଆୟୋଜନରେ ଅନୁଷ୍ଠିତ ଏହି ବେଠକରେ ଯେଉଁ ମାନେ ଅଂଶ ଗ୍ରହଣ କରିଥିଲେ ସେମାନେ ହେଲେ ଦେବେନ୍ଦ୍ର ନାଥ କୁଣୁ, ପୁର୍ଣ୍ଣିମା ମହାନ୍ତି, ପ୍ରଫୁଲ୍ଲ ମହାନ୍ତି, ଶୁଭଶ୍ରୀ ସାମଲ, ସିଂଘଲତା ମାଝୀ, ସେକ୍ ରାଜୁ, ବାସନ୍ତି ଦେହୁରୀ , ଆହ୍ଲା ବିବି , ଗଙ୍ଗାଧର ଦଳେଇ , ଟିକିଲି ବେହେରା , ମହେଶ୍ୱର ବେହେରା , ସୁବାସିତ ବିନ୍ଧାଣୀ ପ୍ରମୁଖ
ମୟୂରଭଞ୍ଜ ନିର୍ମାଣ ଶ୍ରମିକମାନେ ଦୁର୍ଦ୍ଦିନରେ ; ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ
|
August 17, 2020 |
