ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ

Spread the love

ବାରିପଦା ୧୮/୦୬ (ସନ୍ଧାନ ନିଉଜ) ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ, ଓଡ଼ିଶା ରାଜ୍ୟ କମିଟି ବାରିପଦାର ସଂପାଦକ ରବି ଗୋସ୍ୱାମୀ , ଭାରତୀୟ ଦୂରସଂଚାର ନିଗମ ସଂସ୍ଥାର ସଭାପତି ଖିତିଶ ଚନ୍ଦ୍ର ଶାହମଲ , ଉତ୍କଳ ବସ୍ ଆଶ୍ଵାସନର ସଭାପତି ଶକ୍ତିବଦ ସାହୁ , ବାରିପଦା ପରିବହନ ସଂଘର ସଭାପତି ଅଷୟ କୁମାର ଖୁଣ୍ଟିଆ ଏବଂ ଅନ୍ୟାନ ସଭ୍ୟ ସଭିୟା ମାନେ ଜିଲ୍ଲାପାଳ କାର୍ୟ୍ୟାଳୟ ଘେରାଉ କରି ତାଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଏକ ସ୍ମରକ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ବିଭିନ୍ନ ଦାବିମାନ ଉପସ୍ଥାପନ କରିଛନ୍ତି ।ଯଥା ଓଡ଼ିଆରେ କୋଭିଡ୍-୧୯ ମୁକାବିଲା ପାଇଁ ହୋଇଥିବା ମୋଟ ଖର୍ଚ୍ଚ ସମ୍ପର୍କରେ ସରକାର ତୁରନ୍ତ ଶ୍ବେତପତ୍ର ପ୍ରକାଶ କରନ୍ତୁ । ରାଜ୍ୟରେ କୋଭିଡ-୧୯ ମୁକାବିଲା ପାଇଁ କିଣା ଯାଇଥିବା ସାମଗ୍ରୀରେ ହୋଇଥିବା ଦୁର୍ନୀତି ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରଯାଉ ।ଲକଡାଉନ୍ ସୁଯୋଗରେ ମୂଲ୍ୟବାନ ଜାତୀୟ ସମ୍ପତ୍ତି ଘୋରଇ କମ୍ପାନୀ ହାତରେ ଟେକି ଦେବା ବନ୍ଦ କରାଯାଉ । ଶ୍ରମ ଆଇନ ସଂଶୋଧନ କରି ଶ୍ରମିକ ମାନଙ୍କ ଅଧିକାର ହରଣ ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ । ମହାମାରୀ ସମୟରେ ଆସିଥିବା ସମସ୍ତ ଜନବିରୋଧୀ ଏବଂ କୃଷକ ବିରୋଧୀ ଅଧ୍ୟାଦେଶ ଗୁଡ଼ିକୁ ପ୍ରତ୍ୟାହାର କରାଯାଉ । ସଂଘରୋଧ ପ୍ରବାସୀ ଶ୍ରମିକମାନଙ୍କୁ ସରକାରଙ୍କ ଦ୍ୱାରା ଘୋଘିତ ୨୦୦୦ ଟଙ୍କା ଆଥିକ ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଉ । ସଙ୍ଗରୋଧରେ ରହିବା ପାଇଁ ୧୪ ଦିନକୁ ୭ ଦିନ ସଙ୍ଗରୋଧ କେନ୍ଦ୍ର ରେ ଏବଂ ସାତଦିନ ନିଜ ଗୃହରେ ସଙ୍ଗରୋଧ ଭାବେ ରହିବା ପାଇଁ ସରକାର ନିଷ୍ପତ୍ତି କରିଛନ୍ତି । ସୁତରାଂ ୭ ଦିନ ଗୃହ ସଙ୍ଗରୋଧର ସମସ୍ତ ଖାଦ୍ୟ ଖଚ୍ଚ ସଂପୃକ୍ତ ପ୍ରବାସୀ ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଉ ।
ଲକଡାଉନ୍ ଯୋଗୁ ଭିଟାମାଟିକୁ ନିଜେ ଖର୍ଚ୍ଚ ବହନ କରି ବସ୍ , ରେଳ , ଟ୍ରକ୍ , ଟ୍ରଲର ଆଦିରେ ଫେରିଥିବା ଶ୍ରମିକ ମାନଙ୍କୁ ଗସ୍ତ ଖର୍ଚ୍ଚ ଫେରସ୍ତ କରାଯାଉ । ଲକଡାଉନ୍ ଯୋଗୁ ଜୀବନ ବଚାଇବା ପାଇଁ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଶ୍ରମୀକ ମାନଙ୍କ ଥଇଥାନ ନିମନ୍ତେ ରାଜ୍ୟରେ ବନ୍ଦ ହୋଇାଥିବା ସମସ୍ତ ସୂତାକଳ ଓ ଅର୍ନ୍ୟାନ୍ୟ ନିଯୁକ୍ତି ଦିଆଯାଉ । ସମସ୍ତ ପ୍ରକାର କୃଷି କାର୍ଯ୍ୟକ୍ରମକୁ ମହାତ୍ମାଗାଦ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ପରିସରଭୁକ୍ତ କରି ବ୍ୟକ୍ତିଗତ ଚାଷଜମିରେ କାର୍ଯ୍ୟ ପାଇଁ ମଧ୍ୟ ଦୈ÷ନିକ ୩୦୦ ଟଙ୍କା ମଜୁରୀ ପ୍ରଦାନ କରାଯାଉ । ମହାତ୍ମାଗାଦ୍ଧୀ ଜାତୀୟ ଗ୍ରାମୀଣନିଶ୍ଚିତ କର୍ମନିଯୁକ୍ତି ଆଇନ ଭଳି ଯୋଜନା ସହରାଚଳକୁ ସଂପ୍ରସାରଣ କରି ସମସ୍ତ ଇଛୁକ ବ୍ୟକ୍ତିଙ୍କୁ ବାର୍ଷିକ
୨୦୦ ଦିନ କାମ ଯୋଗାଇ ଦିଆଯାଉ । ମହାତ୍ମାଗାଦ୍ଧୀ ଜାତୀୟ ଗ୍ରାମୀଣନିଶ୍ଚିତ କର୍ମନିଯୁକ୍ତି ଆଇନ ରେ ଗ୍ରାମାଞ୍ଚଳରେ ସମସ୍ତ ଇଛୁକ ବ୍ୟକ୍ତିଙ୍କୁ ଦୈ÷ନିକ ୩୦୦ ଟଙ୍କା ମଜୁରୀ ହାରରେ ବାର୍ଷିକ ୨୦୦ ଦିନ କାମ ଯୋଗାଇ ଦିଆଯାଉ । ରେସନ୍ କାର୍ଡ ବଞ୍ଚିତ ସମସ୍ତ ପରିବାରକୁ ତୁରନ୍ତ ରେସନ୍ କାର୍ଡ ଯୋଗାଇ ଦିଆଯାଉ । ଦେଶ ଓ ରାଜ୍ୟର ସମସ୍ତ ପରିବାରକୁ ମୁଣ୍ଡପିଛା ୧୦କି.ଗ୍ରା ହାରରେ ଚାଉଳ/ଗହମ ମାଗଣାରେ ୬ ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯାଉ । ଲକଡାଉନ ଯୋଗୁ ଷତିଗ୍ରସ୍ତ ଆୟକର ସୀମା ବାହାରେ ଥିବା ସମସ୍ତ ପରିବାରଙ୍କୁ ମାସିକ ନଗଦ ୭୫୦୦ ଟଙ୍କା ୬ ମାସ ପର୍ଯ୍ୟନ୍ତ ପ୍ରଦାନ କରାଯାଉ ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment