ବାରିପଦା,୧୨/୧୨/୨୦ (ସନ୍ଧାନ ନିଉଜ/ ଦୀପକ ପାଣିଗ୍ରାହୀ ) ବେସରକାରୀ ଉଦ୍ୟମରେ ୨୧ ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲାର ୨୬ ଟି ବ୍ଲକ ର ଅଗ୍ରଣୀ କୃଷକଙ୍କୁ ସମ୍ବର୍ଦ୍ଧିତ କରାଯିବା ପରମ୍ପରା ସମଗ୍ର ଓଡ଼ିଶା ରେ ଅନ୍ୟାନ୍ୟ ବୋଲି ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି, ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁ ବିଶେଷ ଅତିଥି ଏବଂ ରାଜ୍ୟସଭା ସାଂସଦ ମମତା ମହାନ୍ତ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମତ ପୋସଣ କରିଛନ୍ତି। ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ବିଳନି କକ୍ଷରେ ବାବୁଲାଲ ଅଗ୍ରୱାଲା ମେମୋରୀୟାଲ ଆୱାର୍ଡ଼ ଫାଉଣ୍ଡେସନ ପକ୍ଷରୁ ସ୍ବର୍ଗତ ବାବୁଲାଲ ଅଗ୍ରୱାଲାଙ୍କ ୨୩ ତମ ଶ୍ରାଦ୍ଧବାର୍ଷିକୀ ଦିବସରେ ଆୟୋଜିତ ୨୧ ତମ ବାର୍ଷିକ ଜିଲ୍ଲା ସ୍ତରୀୟ ବାବୁଲାଲ ଅଗ୍ରୱାଲା ସ୍ମୃତି ପୁରସ୍କାର ପ୍ରଦାନ ଉତ୍ସବରେ ଅଥିତି ମାନେ ଯୋଗ ଦେଇ ଉପରୋକ୍ତ ମତ ପୋଷଣ ସହ କୃଷି ଓ କୃଷକର ଉନ୍ନତି ବିନା ଦେଶର ବିକାଶ ସମ୍ଭବ ନ ଥିବାରୁ ଏକ ବିକାଶଶୀଳ ସମାଜ ଓ ରାଷ୍ଟ୍ର ଗଠନ ପାଇଁ କୃଷିକ୍ଷେତ୍ର ଓ କୃଷିଜୀବୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧିକ ସଚେତନ ହବା ନେଇ ଗୁରୁତ୍ୱାରୋପ କରିଥିଲେ।
ମୟୂରଭଞ୍ଜର ୨୬ ଟି ବ୍ଲକର ଶ୍ରେଷ୍ଠ ବିବେଚିତ ଚାଷୀଙ୍କୁ ସମ୍ମାନ
|
December 12, 2020 |


