ବାରିପଦା, ୨୦/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା); ସାଧାରଣ ନିର୍ବାଚନ ପରେ ଏକପ୍ରକାରଉଭାନ ହୋଇ ଯାଇଥିବା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍ଏମ୍) ପୁଣି ଥରେ ସଂଗଠିତ ହେବା ଆରମ୍ଭ କରିଛି। ଏକଦା ଜେଏମ୍ଏମ୍ ଗଡ଼ କୁହାଯାଉଥିବା ମୟୂରଭଞ୍ଜରେ ଦଳ ଗତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା । ତେବେ ଜିଲ୍ଲାରେ ନିଜର ପତିଆରା ବୃଦ୍ଧି କରିବା ପାଇଁ ଦଳ ରଣକୌଶଳ ପ୍ରସ୍ତୁତ କରୁଛି। ଏନେଇ ବାରିପଦାର ଏ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ୨ ହୋଇଯାଇଛି। ଏଥିରେ ରାଜ୍ୟ ସଭାପତି ମହେଶ ହେମୁମ୍ ମୁଖ୍ୟଅତିଥି ଓ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ର ଅଞ୍ଜନୀ ସୋରେନ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲା ସଙ୍ଗଠନକୁ ଅଧିକ ସୁଦୃଢ଼ କରାଯିବା ସହ ବ୍ଲକ ସଙ୍ଗଠନଗୁଡ଼ିକୁ ଫେବ୍ରୁଆରି ସୁଦ୍ଧା ଶେଷ କରିବାକୁ ଆଲୋଚନା ହୋଇଥିଲା। ୨୦୨୧ ଜନଗଣନାରେ ସାରନା କୋର୍ଡକୁ ସ୍ଥାନୀତ କରିବା ଲାଗି ଚଳିତ ମାସ ୨୨ରେ ସାନ୍ତାଳୀ ଦିବସ ପାଳନ ଅବସରରେ ଜିଲ୍ଲାର ୨୬ଟି ବ୍ଳକ୍ରେ ଜେଏମ୍ଏମ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯିବ। ଏଥିସହ ଜାନୁଆରି ୨ରେ ପ୍ରତ୍ୟେକ ବ୍ଲକରୁ ମାଟୀ ହାଡ଼ାମମାନେ ଜନଗଣନାରେ ସାରନା ଧର୍ମ କୋର୍ଡ଼ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଇବା ନିମନ୍ତେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଡିସେମ୍ବର ୧୦ରେ ଠାକୁରମୁଣ୍ଡା ବ୍ଲକର କେନ୍ଦୁଜିଆଣି ଢ଼ିପାସାହିଠାରେ ସହିଦ୍ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବା ଏବଂ ବିର୍ସା ମୁଣ୍ଡାଙ୍କୁ ସମ୍ପୂର୍ଣ୍ଣ ବ୍ରୋଞ୍ଜ ମୂର୍ତ୍ତିକୁ ରାଜ୍ୟ ସରକାର ତିଆରି କରି ଉକ୍ତ ସ୍ଥାନରେ ସ୍ଥାପନ କରିବାକୁ ଦାବି କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ସୋରେନ୍, ସୁନୀଲ ମାର୍ଜୀ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୃଷ୍ଟି, ପ୍ରଭୁଦାନ ମାରାଣ୍ଡି, ବାଜୁନ ସୋରେନ୍, ଅର୍ଜୁନ ମୁର୍ମୁଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଶେଷରେ ରାଜ୍ୟ ମହିଳା ନେତ୍ରୀ ଶ୍ରୀମତୀ ସୋରେନ ମୟୂରଭଞ୍ଜ ପୂର୍ବ ଓ ପଶ୍ଚିମ ସାଙ୍ଗଠନିକ ଜିଲ୍ଲାର ସଭାନେତ୍ରୀ ଭାବେ ମୂର୍ଚ୍ଚନା ଦାସ ପଟ୍ଟନାୟକ ଓ ସରୋଜିନୀ ମୁର୍ମୁଙ୍କ ନାମ ଘୋଷଣା କରିଥିଲେ ଘରୋଇ ମଣ୍ଡପରେ ଜେଏମ୍ଏମ୍ ଜିଲ୍ଲା ସଭାପତି ଫାଗୁ ହାଁସଦାଙ୍କ
ମୟୂରଭଞ୍ଜରେ ସଂଗଠିତ ହେଉଛି ଜେଏମ୍ଏମ୍
|
December 20, 2020 |