ମୟୂରଭଞ୍ଜରେ ଦିନକରେ ୨୮ କରୋନା ଆକ୍ରାନ୍ତ

Spread the love

ବାରିପଦା,୦୬/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୨୮ ଜଣ ଶନିବାର କରୋନା ଭୂତାଣୁ ଆକ୍ରାନ୍ତ ହୋଇଥିଲେ। ସେଥିମଧ୍ୟରୁ ୨ ଜଣ କୋଭିଡ ଯୋଧ୍ୟା । ଜଣେ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଏବଂ ଅନ୍ୟ ଜଣେ ରଙ୍ଗାମାଟିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ଵାସ୍ଥ୍ୟ କର୍ମୀକରୋନା ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଡାକ୍ତର ଉଦଳାଠାରେ ପ୍ରତ୍ୟହ କ୍ଲିନିକରେ ରୋଗୀ ଚିକିତ୍ସା କରିଥାନ୍ତି । ଆକ୍ରାନ୍ତ ଡାକ୍ତର ଚିକିତ୍ସା କରିଥିବା ରୋଗୀମାନଙ୍କର ପରିବାରର ଭୟଭୀତ ହୋଇପଡିଛନ୍ତି। ନୂତନ ୨୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବଡ଼ସାହି,ବିଜାତଳା,କପ୍ତିପଦା, ବାରିପଦା ବ୍ଲକ ଓ ବାରିପଦା ପୌରାଞ୍ଚଳରେ ଜଣେ ଲେଖାଏଁ,ବେତନଟୀ ଓ ଖୁଣ୍ଟା ବ୍ଲକରେ ୨ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ସେହିପରି ବଡ଼ସାହି, କପ୍ତିପଦା, ଗୋପବନ୍ଧୁନଗର, ବାରିପଦା, ଶାମାଖୁଣ୍ଟା, ବେତନଟୀ, ଯଶିପୁର, କରଞ୍ଜିଆ,ଶୁକୃଳି, କୁସୁମୀ ବ୍ଲକରେ କ୍ବାରେଣ୍ଟାଇନ, କେନ୍ଦ୍ରରେ ଥିବା ୧୪ ଜଣ କରୋନା ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଆକ୍ରାନ୍ତ ୧୨ ଜଣଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଥିବା ଜିଲ୍ଲାପାଳ ବିନୟ ଭାରଦ୍ବାଜ କହିଛନ୍ତି।୨୮ଜଣ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୮ରେ ପହଞ୍ଚୀଛି। ଶନିବାର ସୁଦ୍ଧା ଆକ୍ରାନ୍ତ ମଧ୍ୟରୁ ୧୬୬ଜଣ କୋଭିଡ ଡାକ୍ତରଖାନାରେ ଚିକିସ୍ଥିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ ବିନୟ ଭରଦ୍ୱାଜ ସୂଚନା ଦେଇଛନ୍ତି।

Related Posts

About The Author

Add Comment