ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୫୨ ହେଲା ଦିନକରେ ୧୧୧ ଆକ୍ରାନ୍ତ,୧ମୃତ ଓ ସୁସ୍ଥ ୧୧୪

Spread the love

ବାରିପଦା, 19/10(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ମୟୂରଭଞ୍ଜ ଜିଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୨୫୨ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ଆରୋଗ୍ୟଙ୍କ ହାର ୯୧.୮୨. ‘ପ୍ରତିଶତ ଓ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ହାର ୭.୮୦ ପ୍ରତିଶତ ଥିବାର ଏକ ଆକଳନରୁ ଜଣାପଡିଛି । ତଥାପି କ୍ରମାଗତ ଭାବେ ପ୍ରତିଦିନ ଶହେରୁ ଉଦ୍ଧ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ପୁଣି – ଦିନକରେ ୧୧୧ ଜଣ ଆକ୍ରାନ୍ତ ଓ ଜଣେ ୪୯ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ୧୧୪ ଜଣ ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି । ଫଳରେ ଜିଲାର ମୋଟ ଆକ୍ରାନ୍ତ ୧୦ ହଜାର -୨୫୨ ଜଣଙ୍କ ମଧ୍ୟରୁ ୯ ହଜାର ୪୧୩ଜଣ ଆରୋଗ୍ୟ ଲାଭ କରିଥିବାବେଳେ ୮ ଶହ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଜିଲା ର ଏପର୍ଯ୍ୟନ୍ତ ମୋଟ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂତ୍ର ଅନୁଯାୟୀ ପ୍ରକାଶ । ଜିଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ବାରିପଦା ପୌରୀଚଳରେ ସବୁ ବେଳେ ସର୍ବାଧୂକ ସଂଖ୍ୟକ ରହି ଆସିଥିବା ସହିତ କେବଳ ସେପ୍ଟେମ୍ବର ମାସରେ ମୋଟ ୧୧୩୮ ଜଣ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଅକ୍ଟୋବର ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷାକୃତ ହ୍ରାସ ପାଉଥିବା ସହ ପ୍ରଥମ ୧୬ ଦିନରେ ମୋଟ ୩୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ଦିନକରେ ପୁଣି ୧୫ଜଣ ଆକ୍ରାନ୍ତ ହୋଇଛନ୍ତି । ଜିଲା ସୂତ୍ର ଅନୁଯାୟୀ ଗୋଟିଏ ଦିନରେ ସୁସ୍ଥ ହୋଇଥିବା ୧୧୪,ଜଣଙ୍କ ମଧ୍ୟରେ ହୋମ ଦ୍ବାରେଣ୍ଟାଇନରୁ ୯୭ ଜଣ ଥିବା ବେଳେ ବାଙ୍କିଶୋଳ କୋଭିଡ ହସ୍ପିଟାଲରୁ ୩ ଜଣ, ବାରିପଦା ଅନେଷାରୁ ୫ଜଣ, ଉଦଳା ସିସିସିରୁ ୫ ଜଣ, କରଂଜିଆ ସିସିସିରୁ ୨ ଜଣ ଓ ରାଇରଙ୍ଗପୁର ସିସିସିରୁ ୨ ଜଣ ରହିଛନ୍ତି । ସେମାନେ ନିଜ ନିଜ ହୋମ କାଲେଣ୍ଟାଇନକୁ ଯାଇଥିବା ପ୍ରକାଶ।

Related Posts

About The Author

Add Comment