ମୟୂରଭଂଜ ସାମାଜିକ ସୁରକ୍ଷା ବିଭାଗ ତରଫରୁ ସତନ୍ତ୍ର ମଡେିକାଲ ବୋର୍ଡ ୬ଷ୍ଠ ପର୍ଯ୍ୟାୟରେ ୧୪୩ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ

Spread the love

ବାରିପଦା: ୦୨/୧୧/୨୦୨୦ (ସନ୍ଧାନ ନିଉଜ)  ସୋମବାର ମୟୂରଭଞ୍ଜ ଜିଲ୍ଲାରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ୍ ଭରଦ୍ୱାଜଙ୍କ ସୁପାରିଶ କ୍ରମେ ଜିଲ୍ଲା ମେଡିକାଲ ବୋର୍ଡର ୬ଷ୍ଠ ପର୍ଯ୍ୟାୟ ସମସ୍ତ କୋଭିଡ-୧୯ ଗାଇଡ ଲାଇନ ଯଥା ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଥିଲା, ଏବଂ ସମସ୍ତଙ୍କୁ ଭିତରକୁ ଯିବା ପୂର୍ବରୁ ସେନିଟାଇଜରରେ ହାତ ଧୋଇବା ବାଧ୍ୟତାମୂଳକ ଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ବିନ୍ଧାଣୀଙ୍କ ତତ୍ୱାବଧାନରେ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅବନୀ କୁମାର ପତିଙ୍କ ପ୍ରତ୍ୟେକ ଦାୟୀତ୍ୱ ଏବଂ ତତ୍ୱାବଧାନରେ ୧୪୩ ଜଣଙ୍କୁ ସଫଳତାର ସହିତ ଅନ୍ଲାଇନ୍ ପଞ୍ଜିକରଣ ଓ ନିଦାନ କରାଯାଇ ୟୁ.ଡି.ଆଇ.ଡି. ନମ୍ବର ସହିତ ସଫଳତାର ସହିତ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଏହି ଶିବିିରରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ବରିଷ୍ଠ ବିଶେଷଜ୍ଞ ଡ. ବିଶ୍ୱନାଥ ଦାସ, ଭେଷଜ ବିଭାଗୀୟ ବରିଷ୍ଠ ବିଶେଷଜ୍ଞ ଡ. ତପନ ଆ•ର୍ଯ୍ୟ, ମାନସିକ ବିଭାଗର ଡ. ଅଶୃମୋଚନ ସାହୁ, ଚକ୍ଷୁ ବିଭାଗର ଡ. ମିତା ମିଶ୍ର, ଅସି୍ଥଶଲ୍ୟ ବିଭାଗର ଡ. ମୋହନ ଚରଣ ମୁର୍ମୁ ନିରକ୍ଷଣ କରିଥିଲେ । ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ବରିଷ୍ଠ ଓରିଅଲୋଜିଷ୍ଟ ମାନସ କୁମାର ନାୟକ, ଫିଜିଓଥେରାପିଷ୍ଠ ରାମେଶ୍ୱର ପୁଥାଳ, ସାଇକୋଲଜିଷ୍ଠ ଚନ୍ଦ୍ରଶେଖର ନାୟକ, ମୋବିଲିଟି ଇନିସ୍ପେକ୍ଟର ପ୍ରବୀଣା ଦାସ, ବିପିନ ବିହାରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବା ପାଇଁ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଅଧ୍ୟକ୍ଷ ଅବନୀ କୁମାର ପତି, ମନୋଜ କୁମାର ବେହେରା, ଈଶ୍ୱର ପ୍ରଧାନ, ଲଲିତ ରଂଜନ ମହାନ୍ତ, ଚନ୍ଦ୍ରଶେଖର ମୁଦି, ସଂଜସ ଭୟାଁ, ଚନ୍ଦନ ପୃଷ୍ଟି, ସଂଜୟ କିସ୍କୁ, ପିତବାଶ ରାଉଳ ପ୍ରମୁଖ ସହଯୋଗ କରିଥିଲେ ।

Related Posts

About The Author

Add Comment