ବାରିପଦା, ୨୧/୦୬ (ସନ୍ଧାନ ନିଉଜ)ମୟୂରଭଂଜ ଜିଲ୍ଲାରେ ପୁଣି ୧୦ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଶନିବାର ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୦ କୋରନା ପଜିଟିଭ୍ ମଧ୍ୟରୁ ୨ ଜଣ ବାରିପଦା ପୌରପରିଷଦ ଅଂଚଳର ହୋଇଥିବା ବେଳେ ବାକି ୮ ଜଣଙ୍କ ମଧ୍ୟରୁ ବଡସାହି ବ୍ଲକର ୨ଜଣ, ଯଶିପୁର ବ୍ଲକରୁ ୧ ଜଣ, ଶ୍ୟାମାଖୁଣ୍ଟା ବ୍ଲକରେ ୧ଜଣ ଏବଂ ଉଦଳା ବ୍ଲକରୁ ୧ ଜଣ ଲେଖାଏଁ କୋରନା ପଜିଟିଭ୍ ବୋଲି ଜଣା ପଡିଛି । ବାରିପଦାରେ ଗୋଷ୍ଠି ସଂକ୍ରମଣର ଭୟ ସମସ୍ତଙ୍କୁ ଘାରିଥିବା ବେଳେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରୀ ରହିଛି । ତେବେ ଅନ୍ୟ ୮ ଜଣ ପ୍ରବାସୀ ମଧ୍ୟରୁ ୧ ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ୩ଜଣ ତାମିଲ ନାଡୁ ଫେରନ୍ତା, ୧ ଜଣ ଗୁଜୁରାଟ୍ ଫେରନ୍ତା, ୧ ଜଣ କର୍ଣ୍ଣାଟକ ଫେରନ୍ତା, ୧ ଜଣ ରାଜେସ୍ଥାନ ଫେରନ୍ତା ଏବଂ ୧ଜଣ ତ୍ରୀପୁରା ଫେରନ୍ତାବୋଲି ଜଣା ପଡିଛି । ଏହି ୮ଜଣ ପ୍ରବାସୀ ଅନ୍ୟ ରାଜ୍ୟରୁ ଫେରିବା ପରେ ସମସ୍ତେ ସଂରୋଧ କେନ୍ଦ୍ରରେ ଥିଲେ ମାତ୍ର ବାରିପଦା ପୌରପରିସର ଅଂଚଳରୁ ବନାହାରିଥିବା ୨ କୋରନା ପଜିଟିଭ୍ ସଂଗରୋଧ କେନ୍ଦ୍ରରେ ନଥିବାରୁ ସେମାନେ କାହା କାହା ସଙ୍ଗେ ମିଶିଛନ୍ତି ସେ ନେଇ ପ୍ରଶାସନ ପକ୍ଷରୁ ଖୋଳତାଳ ଜାରୀ ରହିବା ସଙ୍ଗେ ସଙ୍ଗେ ପ୍ରଶାସନର ମୁଣ୍ଡବ୍ୟଥା ବଢାଇ ଦେଇଛି । ଏ ପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ମୋଟ୍ ୯୬ଜଣଙ୍କ ମଧ୍ୟରୁ କଟକ ଅସ୍ୱୀନୀ କୋଭିଡ୍ ହସ୍ପିଟାରେ ଚିକିସôାଧିନ ଥିବା ୧୨ ଜଣଙ୍କ ମଧ୍ୟରୁ ୧୧ଜଣ ଏବଂ ବାରିପଦା କିମ୍ସ କୋଭିଡ୍ ହସ୍ପିଟାଲରେ ଚିକିସôାଧିନ ଥିବା ୧୨୬ଜଣଙ୍କ ମଧ୍ୟରେ ୮୫ଜଣ ସୁସ୍ଥ ହୋଇଛନ୍ତି । ଏଣୁ କଟକ ଠାରେ ୧ ଜଣେ ଆକ୍ରାନ୍ତ ଚିକିସôାଧିନ ଥିôବାବେଳେ ବାରିପଦା କୋଭିଡ୍ ହସ୍ପିଟାରେ ୪୧ଜଣ ଆକ୍ରାନ୍ତ ଚିକିସôାଧିନ ଅଛନ୍ତି ।
ରିପୋର୍ଟ-ଲିଙ୍ଗରାଜ ପଣ୍ଡା
ମୟୂରଭଂଜ: ଗୋଟିଏ ଦିନରେ ୧୦ କରନା ପଜେଟିଭ ଚିହ୍ନଟ
|
June 21, 2020 |
