ମୟୁରଭଞ୍ଜ: ପୁଣି ୧୧ କୋରାନ ଆକ୍ରାନ୍ତ ଚିହ୍ନଟ

Spread the love

ବାରିପଦା ୦୫/୦୭ (ସନ୍ଧାନ ନିଉଜ)  ଶୁକ୍ରବାର ମୟୁରଭଞ୍ଜ ଜିଲ୍ଲାରେ ପୁଣି ୧୦ କୋରାନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୧୦ ଜଣକ ମଧ୍ୟରୁ ୫ଜଣ ଗୋପବନ୍ଧୁ ନଗର, ବଡସାହି ଓ ବିଶୋଇ ବ୍ଲକ ଅଞ୍ଚଳର କୋଭିଡ ଯୋଦ୍ଧା ବୋଲି କୁହାଯାଇଛି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ କୋଭିଡ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଏହାକୁ ମିଶାଇ ଜିଲ୍ଲାରେ ମୋଟ । ଆକାନ୍ତଙ୍କ ସଂଖ୍ୟା ୨୨୫ରେ ପହଞ୍ଚିଛି । ସେହିପରି ବେତନଟୀ ଥାନା ଅଧୀନ ବିସି ପୁର ପଞ୍ଚାୟତର ଉରାଚନ୍ଦାବିଲା ମହୁଲମଠା ଗ୍ରାମରେ ଜଣେ କୋରାନ ପିଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କୁ ପ୍ରଶାସନ ତରଫରୁ ବାଙ୍କିଶୋଳ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଉକ୍ତ ଗ୍ରାମରେ ପହଞ୍ଚି ବାରିପଦା ସଦର ବିଡ଼ିଓ ଆକୁଳ ଚନ୍ଦ୍ର ନାଏକ , ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ , ସରପଞ୍ଚ ତପସ୍ଵିନୀ ନାଏକ, ପିଇଓ ସପନ ଦାସ, କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ରଣଜିତ , କୃଷ୍ଣଚନ୍ଦ୍ରପୁର ଡାକ୍ତରୀ ଦଳ ,ଉରାଚନ୍ଦାବିଲା ଆଶା କର୍ମୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଗ୍ରାମକୁ ବିଶୋଧନ କରାଯାଇ ପଜିଟିଭଙ୍କ ଟ୍ରାଭେଲ ହିଷ୍ଟୋରୀ ବାବଦରେ ପଚରାଉଚରା ଚାଲିଥିବା ଜଣାପଡିଛି ।
ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment