ବାରିପଦା 20/6 ( (ସନ୍ଧାନ ନିୟୁଜ) ) ମୟୁରଭଞ୍ଜ ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟା ଓ ବାଙ୍ଗିରିପୋଷି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ କୋଡିଏ କିଲୋ ଗଂଜେଇ, ୧୮ ବୋତଲ ବିଦେଶୀ ମଦ ଜବତ ଓ ୧୩ ଟି ବିଅର ବୋତଲ ଜବତ କରାଯିବା ସହ ଚାରି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ବାଙ୍ଗିରିପୋଷି ଅଞ୍ଚଳର ଭାଗିରଥି ବେହେରା (୪୭) ଠାରୁ ୧କି ଗ୍ରା ୬୦୦ ଗ୍ରାମ ଓଜନର ଗଂଜେଇ ,୧୮ ଟି ବିଦେଶୀ ମଦ ବୋତଲ ଓ ୧୩ ଟି ବିଅର ବୋତଲ ,ରାଜୀବ କୁମାର ସେଠୀଠାରୁ ୩ କି ଗ୍ରା ୧୫୦ଗ୍ରାମ ର ଗଂଜେଇ, ସତ୍ୟବାନ ସେଠୀଠାରୁ ୯ କି ଗ୍ରା ୬୦୦ ଓଜନର ଗଂଜେଇ ଓ ଖୁଣ୍ଟା ଅଞ୍ଚଳର କପିଳେଶ୍ୱର ନାୟକଠାରୁ ୬ କି ଗ୍ରା ୧୦୦ ଗ୍ରାମ ଓଜନର ଗଂଜେଇ ଜବତ ହୋଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
Report by ସନ୍ତୋଷ କୁମାର ବରଜ