ମ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲାସ୍ତର ବୈଠକ

Spread the love

ବାରିପଦା, 05.12.2020 (ଲିଙ୍ଗରାଜ ପଣ୍ଡା): ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ବାବଧାନରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ଷ୍ଟିଅରିଂ ଓ ଗଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି କମିଟି ବୈଠକରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଡିସେମ୍ବର ମାସରେ ମ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲାରେ ୧୫ଲକ୍ଷ(ଏଲ୍‌ଏଲଆଇଏନ୍) ଦୀର୍ଘସ୍ଥାୟୀ ଔଷଧ କରଣ ମଶାରୀ ବଣ୍ଟନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ, ସରକାରଙ୍କ ସ୍ଵାସ୍ଥ ବିଭାଗ ନିର୍ଦ୍ଦେଶକ୍ରମେ ମୟୁରଭଞ୍ଜ ଜିଲ୍ଲାରେ ଡିସେମ୍ବର ମାସରେ ୧୫ଲକ୍ଷ(ଏଲ୍ଏଆଇଏନ୍) ଦୀର୍ଘସ୍ଥାୟୀ ଔଷଧୁକରଣ ମଶାରୀ ଜିଲ୍ଲାର ୨୬ଟି ବ୍ଳକର ସମସ୍ତ ଗ୍ରାମ ଓ ୪ ସହରାଞ୍ଚଳର ହିତାଧିକାରୀ ପରିବାର ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ସମୂହ ହଷ୍ଟେଲର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯିବ । ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡି ର ସଂପୃକ୍ତ ସଂସ୍ଥ୍ । ଶିକ୍ଷା ଓ ଅନ୍ୟାନ୍ୟ ବିଭାଗ ଅଧିକାରୀ ଙ୍କ ତତ୍ତ୍ଵବଧାନରେ ଯଥାକ୍ରମେ ଗାଁ କଲ୍ୟାଣ ସମିତି କର୍ମକର୍ତ୍ତା ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଏଏନ୍ଏମ୍ ସ୍ଵାସ୍ଥ୍ୟକର୍ମୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ମଶାରୀ ବଣ୍ଟନର ଦାୟିତ୍ବ ଦିଆଯିବ ବୋଲି ଜଣାପଡ଼ିଛି ଜିଲ୍ଲାକୁ ଯୋଗାଇ ଦେବାକୁ ଥିବା ୧୫ଲକ୍ଷ ମଶାରୀ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସିଏନ୍ସ ତତ୍ବାବଧାନରେ ସଠିକ୍ ରକ୍ଷଣା ବେକ୍ଷଣ ବ୍ୟବସ୍ଥା କରାଯିବା ସହିତ ମାଇକ୍ରୋପ୍ଲାନ ପ୍ରସ୍ତୁତି ସହ ମିଶନ ମୋଡ ଅଭିଯାନରେ ସୂଚାରୁ ରୂପେ ମଶାରୀ ବଣ୍ଟନ କାର୍ଯୟକ୍ରମ ତ୍ବରାନ୍ବିତ କରାଯିବା ସଂଗେ ସଂଗେ ମ୍ୟାଲେରିଆ ପ୍ରଭାବ ଅଞ୍ଚଳରେ ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି। । ସସ୍ଥ୍ୟ ବିଭାଗ ଗାଇଡ୍‌ଲାଇନ ଅନୁସାରେ ମଶାରୀ ବଣ୍ଟନ କରାଯାଉଥିବା ଜିଲ୍ଲାର ହିତାଧିକାରୀ ପରିବାର ଏବଂ ଏସ୍‌ଟି ଏସି ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ପ୍ରାପ୍ତ ସୀକାର ସଂପର୍କିତ ସ୍ଵତନ୍ତ୍ର ରେଜିଷ୍ଟର ମେଣ୍ଟନ କରିବା କାର୍ଯ୍ୟକ୍ରମର ଫଟୋ, ଭିଡିଓ ଡକ୍ୟୁମେଣ୍ଟେସନ୍ ରଖୁବା ପାଇଁ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧୁକାରୀଙ୍କୁ ପରାମର୍ଶ ଦିଆଯାଇଛି  ।  ଏହି ଅବସରରେ ଜାନୁୟାରୀ ଓ ଫେବୃୟାରୀ ମାସରେ ଫାଇଲେରିଆ ଓ କୃମି ନାଶକ ଔଷଧ ପ୍ରକୃତ ହିତାଧୁକାରୀ ମାନଙ୍କୁ ପ୍ରଦାନ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭବେଶ କୁମାର ନାୟକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସାସ୍ଥ୍ୟ ଅଧୁକାରୀ ଡା. ରୂପଭନୁ ମିଶ୍ର, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ଭିବିଡି) ଡା ବନମାଳୀ ପ୍ରଧାନ, ବାରିପଦା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବସନ୍ତ କୁମାର ସେଠୀ, ଜିଲ୍ଲା ମଙ୍ଗଳ ଅଧୁକାରୀ ଦବେନ୍ଦ୍ର ବହେରା, ଜିଲ୍ଲାଶିକ୍ଷା ଅଧୁକାରୀ ପ୍ରତୁୟଷ କୁମାର ନାୟକ, ଡେପୁଟି କଞ୍ଜରଭେଟର ଅଫ୍ ଫରେଷ୍ଟ ବଟକୃଷ୍ଣ ପାଢୀ, ଡଃ ଦେବକାନ୍ତ ନାୟକ, ଜିବିଡି କଲ ସୁଚୀସ୍ମିତା ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ ଯୋଗ କରିଥିଲେ ।

Related Posts

About The Author

Add Comment