ମୌଲାନା ସାଦଙ୍କୁ ଠାବ କଲା ଦିଲ୍ଲୀ ପୁଲିସ

Spread the love

ନୂଆଦିଲ୍ଲୀ, ୧୬/୦୪/୨୦ (ସନ୍ଧାନ ନିଉଜ):  ନିଜାମୁଦ୍ଦିନ ଘଟଣାର ମୁଖ୍ୟ କୁହାଯାଉଥିବା ତବଲିଗି ମୌଲାନା ସାଦର ଠିକଣା ପାଇଛି ପୁଲିସ । ସେ ନିଜ ସଢ଼ୁ ଘରେ ଲୁଚିଥିବା ପୁଲିସ ନିକଟରେ ସୂଚନା ପହଞ୍ଚିଛି । ପଶ୍ଚିମ ଦିଲ୍ଲୀର ଜାକିରନଗରରେ ଆବୁବାକର ମସଜିଦ ନିକଟରେ ନିଜ ସଢ଼ୁ ଘରେ ମୌଲାନା ସାଦ୍ ଆତ୍ମଗୋପନ କରିଥିବା ଏହି ସୂତ୍ରରୁ ଜଣାପଡ଼ିଛିରିପବ୍ଲିକ୍ ଭାରତ ସୂଚନା  ଅନୁସାରେ ତବଲିଗି ଜମାତର ମୁଖିଆ ମୌଲାନା ସାଦ୍ ସହ ହାୱାଲା ସମ୍ପର୍କ ଅଛିକି ନାହିଁ ତାହାର ଯାଞ୍ଚ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ଏ ସମ୍ପର୍କରେ ଶତାଧିକ ଲୋକଙ୍କୁ ଜେରା କରି ସାରିଛି । ମାର୍ଚରେ ତବଲିଗି ଜମାତର କାର୍ଯ୍ୟକ୍ରମ ପୂର୍ବରୁ ମରକଜ ଓ ଏହା ସହ ଜଡ଼ିତ କିଛି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ବେଶ୍ ମୋଟା ଅଙ୍କର ଅର୍ଥ ଜମା ହୋଇଥିବା କ୍ରାଇମବ୍ରାଞ୍ଚ ସୂଚନା ପାଇଛି । ଏହାପରେ ପ୍ରବର୍ତନ ନିର୍ଦେଶାଳୟ ମୌଲାନା ସାଦ୍ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛି ।  ଯେଉଁ ଅଞ୍ଚଳରେ ମୌଲାନା ସାଦକୁ ଠାବ କରାଯାଇଛି ସେହି ଅଞ୍ଚଳ କରୋନା ‘ହଟସ୍ପଟ’ ଭାବରେ ପୂର୍ବରୁ ଚିହ୍ନଟ ହୋଇଛି ଏବଂ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ସିଲ୍ କରି ଦିଆଯାଇଛି ।  

Related Posts

About The Author

Add Comment