ମୌର୍ଯ୍ୟ ଯୁଗର ଗାଥା ଗାଇବ ଅସୁରଗଡ

Spread the love

ଭୁବନେଶ୍ୱର: (ଆମ ଐତିହ ପ୍ରତିନିଧି) ବଦଳୁଛି ଜୀବନଧାରା । ଶତାଦ୍ଧୀ ଶତାଦ୍ଧୀ ଧରି ବିକାଶିତ ହେଉଛି ପୃଥୀବି । ବିକାଶିତ ହେଉଛି ଅଧୁନିକ ସମାଜ । କିନ୍ତୁ ଏହି ବିକାଶ ଧାରା ଆଜିର ନୁହେଁ ବରଂ ଶହ ଶହ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏକ ନିରବିଚ୍ଚିନ୍ନ ପକ୍ରିୟ । ସେ ସମୟରେ ସମସ୍ୟ ଥିଲା । ମୁଖ୍ୟତଃ ଖାଦ୍ୟ ପାନୀୟ, ବାସଗୃହ, ପାଇଁ ମନୁଷ୍ୟ ମାନେ କରିଚାଲିଥିଲେ ସଂଗ୍ରାମ । ଏଭଳି ଏକ ସମସ୍ୟା ଆଜିବି ଜନମାନସରେ ଏକ ପ୍ରମୁଖ ସମସ୍ୟା ରୁପେ ମୁଣ୍ଡ ଟେକିଛି । ତାହା ହେଉଛି ପାନୀୟ ଜଳର ସଂଙ୍କଟ । ଗୀଷ୍ମ ଦିନ ଆସିଲେ ଜଳ ହେଉଛି ନିମ୍ନଗାମୀ । ମାତ୍ର ଏହି ସମସ୍ୟା ଆଜିର ନୁହେଁ ବରଂ ମୌର୍ଯ୍ୟ ଯୁଗରୁ ଏଭଳି ସମସ୍ୟା ମଧ୍ୟ ରହିଥିଲା ବୋଲି ନିକଟରେ ଓଡିଶା ରାଜ୍ୟାର କଳାହାଣ୍ଡିର ଅସୁରଗଡରେ ହେଉଥିବା ପତ୍ନତାତ୍ତିକ ଖନନରେ ପ୍ରମାଣ ମିଳିଛି ବୋଲି ଦାବି ହୋଇଛି । ଶେଷ ପ୍ରର୍ଯ୍ୟୟରେ ଉତଖନନରେ ଏକ ବୃତାକାର ଗଭୀର କୂପର ସନ୍ଧାନ କରିଛନ୍ତି ଖନନକାରୀ ।ଯାହାକି ସେ ସମୟରେ ଜଳ ନିମ୍ନଗାମୀ ହେଉଥିବା ପ୍ରମାଣ କରୁଛି । ଏହି କୂପର ଗଭୀର ରହିଥିଲା ୧୮ଫୁଟ । ଏଥିରେ ୨୮ଟି ଗୋଲାକାର ନନ୍ଦ ବ୍ୟବହାର କରାଯାଇଥିଲା । ପ୍ରାରମ୍ଭିକ ଉତଖନନ ସମୟରେ ମଧ୍ୟ ଏଭଳି ଗୋଲାକାର ନନ୍ଦ ବିଶିଷ୍ଟ କୂପର ସନ୍ଧାନ ମିଳିଥିଲା । ଏହାର ପ୍ରମାଣ କରୁଥିଲା ପାନୀୟ ଜଳର ସଙ୍କଟ ଲାଗିରହିଥିଲା ।ଏବଂ ଜଳର ସ୍ତର ମଧ୍ୟ ଭଲ ନଥିଲା । ଏଭଳି କୂଅଟି ଗୋଟିଏ ଘର ନିକଟରେ ରହିଥିଲ । ତଣେୁ ଏହା ମଧ୍ୟ କୁହାଯାଇପାରେ ଜଳର ସଙ୍କଟ ହେଉ ଅମ୍ଭା ଜଳ ପାଇବା ସମସ୍ୟା ପାଇଁ ପ୍ରତ୍ୟକ ବକ୍ତି ନିଜ ନିଜର କୂପ ଖନନ କରିବା ଅବାଶ୍ୟକ ମନେ କରୁଥିଲେ । ଅସୁରଗଡରେ ଏହି ପ୍ରକାରର କୂଅ ଖନନ କରାଯାଇଥିବାର ଅନୁମାନ କରିଛନ୍ତି ଭୂବନେଶ୍ୱର ପତ୍ନତ୍ତତ୍ୱବିତ ବି ଗଡନାୟକ । ଏଥି ସହିତ ଅସୁରଗଡରୁ ବହୁ ସଂଖ୍ୟାରେ ଖୋଦିତ ମୁଦ୍ରା ପ୍ରାପ୍ତ ହୋଇଛି । ଯାହାକି ଇତିହାର ଲେଖିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନା ହୋଇଥିବା ବେଳେ ଏହାହି ଅସୁରଗଡର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସୂଚିତ କରୁଛି । ଏହି ମୁଦ୍ରା ଗୁଡିକ ଏହା ରାଜନୌତିକ, ସାମଜିକ ଏବଂ ବାଣିଜି୍ୟକ କେନ୍ଦ୍ରସ୍ଥଳ ରହିଥିବାର କୁହାଯାଉଛି । ତେବେ ଏହାର ଖନନ ଏବେ ବନ୍ଧ ରଖାଯାଇଥିବା ବେଳେ ଆଗମୀଦିନରେ ବର୍ଷା ହେଲେ ଏହା ନଷ୍ଟ ହେବାର ସମ୍ଭାବନା ଦେଖାଦେଇଛି । ଏହି ଖନନରେ ଉତଖନନର ଶାଖାର ଆଶିଷ ରଂଜନ ସାହୁ, ଉମାକାନ୍ତ ଭୋଇ, ଶୁଭେନ୍ଦୁ କୁମାର ଖୁଂଟିଆ, ବିଭୁତି ଭୁଷଣ ବଡମାଳି, ରବିନ୍ଦ୍ରନାଥ ସାହୁ, ସୁରଥ କୁମାର ଭୋଇ, ଏସ.ଏସ କୁଅଁର, ସୁବାଶ ଦାଶ ପ୍ରମୁଖ ସାମିଲ ହୋଇଛନ୍ତି ।

Related Posts

About The Author

Add Comment