ମୋ ପିତା

Spread the love

ଲିଙ୍ଗରାଜ ପଣ୍ଡା

ପିତା ଅଟନ୍ତି ମୋ ଅନାଦି ଠାକୁର
ମାତା ଆଦିଶକ୍ତି ନାରୀ
ଦୁତୀ ଯୁଗଳରୁ ଜନମ ଲଭିଛି
କବି କୃତ କଳା ଧରି || ୧ ||

ପିତା ମାତାଙ୍କର ଚରଣ ତଳକୁ
ପ୍ରଳମ୍ବିତ ଶତେବାର
ଏଠାରୁ ଏଣିକି ନ ଦିଶୁଛି ପଦ
ଜାଣି ବୁଝି ଦୟାକର || ୨ ||

ଗୁରୁଦେବ ସାମୀ ସର୍ବ ଅନ୍ତର୍ଯ୍ୟାମୀ
ନାହିଁ ମୋର କହିବାକୁ
କାମନା କଳ୍ପନା ସମସ୍ତ ଲାହିଲା।
ଶ୍ରୀ ଗୁରୁ ପାଦ ତଳକୁ || ୩ ||

ପଶିବି ଶରଣ ମେଣ୍ଟିବି ମରଣ
ମନେ ନ ଧରିବି କ୍ଷୋଭ
ପ୍ରାଣ ବଞ୍ଚାଇବି ପିଣ୍ଡକୁ ସଞ୍ଚିବି
ଛତ୍ରପ୍ରାୟ ଯେଉଁ ପାଦ || ୪ ||

ଭଳୁଅଛି ମୁହିଁ ଦିବା ନିଶି ନାହିଁ
ଯୁଗଳ ଚାରି ଚରଣ
ସୁଧା ମଧୁରସ ପିଉଥିବି ନିତ୍ୟ
ତାହା କହୁଅଛି ମନ || ୫ ||

ଦାରୁ ହୋଇ ଦୁବ ହୋଇଲି ମୁଁ ଆସି
 ବହି ଯାଉଅଛି ଯୁଗ
ପିତା ମାତାଙ୍କର କରୁଣା ନୋହିଲେ
ଜଗତେ ନ ମିଳେ ଠାବ || ୬ ||

ଯୋନିଜନ୍ମ ପିଣ୍ଡ ପ୍ରକୃତି ପ୍ରଚଣ୍ଡ
ରୋମ ଚର୍ମ ଲାଗି ମାୟା
ଅନୁଭବ ଭେଦ ମାର୍ଗ କହିଦେଲେ
ପିତା ମାତା ହେଲେ ଦୟା || ୭ ||

ପିତାମାତା ଦୁଇ ଏକ ସଙ୍ଗ ହୋଇ
ଭକ୍ତି କଳାକୁ ସୁମରି
ବେନିଜନ ହୋଇ ଆଶୀର୍ବାଦ ଦେଇ
କୃପାଜଳେ ସ୍ନାନ କରି ||୮||

ସର୍ବ ସାଧୁଗଣ ହୋଇ ଏକ ସ୍ଥାନ
ସିଦ୍ଧ ପିତାମାତା ମେଳେ
ଆଶିଷ କଲ୍ୟାଣ ଦେଇ ପିତା ମାତା
ମାଥେ ହସ୍ତ ମାରି ଦେଲେ || ୯ ||

Related Posts

About The Author

Add Comment