ଯାଜପୁର, ତା ୬ା୧ : ରସୁଲପୁର ବ୍ଳ୍କ କଳା ସଂସ୍କୃତି ସଂଘର ଉପ-ସଭାପତି ମୋହନ ଚରଣ ମଲ୍ଳ୍ିକ ଜିଲ୍ଳ୍ା କଳା ସଂସ୍କୃତି ସଂଘର ଊପ-ସଭାପତି ଭାବେ ନିର୍ବାଚିତ ହୋଇଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବ୍ଳ୍କ କଳା ସଂସ୍କୃତି ସଂଘର ଉପ-ସଭାପତି ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍ିକ ଅଧ୍ୟକ୍ଷତା କରିବା ସହ କଳା ଓ କଳାକାରର ଉନ୍ନତି ପାଇଁ ଉପ-ସଭାପତି ମାନେ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଳ୍ା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ କଳାକାର ମାନଙ୍କ ବିକାଶ ପାଇଁ ସରକାର ଓ ପ୍ରଶାସନର ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ବିଶେଷ କରି କଳାକାର ପଞ୍ଜିକରଣ, ପ୍ରକୃତ କଳାକାର ଚିହ୍ନଟ, ଭାଗବତ ଟୁଙ୍ଗୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି, କଳାକାର ମାନଙ୍କ ଡାଟାବେସ ପ୍ରସ୍ତୁତି ସଂପର୍କରେ ଶ୍ରୀ ସେଠୀ ଉପ-ସଭାପତି ମାନଙ୍କ ସହାୟତା କାମନା କରିଥିଲେ । ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ହେଲା ଯେ, କଳାକାର ପଞ୍ଜିକରଣ ସମୟରେ ଅଣକଳାକାର ମାନଙ୍କୁ ବାଦ ଦେବାପାଇଁ ଉପ-ସଭାପତି ସଂପୃକ୍ତ ଆବେଦକ କରାକାରଙ୍କ କଳା, ବୟସ ଇତ୍ୟାଦି ପ୍ରମାଣ ପତ୍ରକୁ ଯାଞ୍ଚ କରି ସୁପାରିଶ କରିବେ । ଦଳଗତ ଭାବେ ଓ ବ୍ୟକ୍ତିଗତ ଭାବେ ପଞ୍ଜିକରଣ କରାଯିବ । ଯେ ହେତୁ ବି.ଡି.ଓ. ମାନେ ବ୍ଳ୍କ କଳା ସଂସ୍କୃତି ସଂଘର ସଭାପତି ଓ ସଂପୃକ୍ତ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ସଂପ୍ରସାରଣ ଅଧିକାରୀ ବା ବ୍ଳ୍କ ସାମାଜିକ ସୁରକ୍ଷା ଅଧିକାରୀ ସଂପାଦକ ଦାୟିତ୍ୱ ନିର୍ବାହ କରିଥାନ୍ତି । ସେମାନେ ଉପ-ସଭାପତିଙ୍କ ସହ ନିୟମିତ ବୈଠକ କରାଇବେ । ବ୍ଳ୍କ ପରିସର ମଧ୍ୟରେ ଉପ-ସଭାପତି ମାନଙ୍ôକ ଏକ ଗୃହ ଯୋଗାଣ, ବ୍ଳ୍କ କଳା ସଂସ୍କୃତି ସଂଘ ପାଣ୍ଠିର ସୁଧ ରାଶିରୁ କଳା ସଂସ୍କୃତିର ବିକାଶ ପାଇଁ ବୈଠକ ଇତ୍ୟାଦିର ଖର୍ଚ୍ଚ ଭରଣା ପାଇଁ ପଦକ୍ଷେପ ନିଆଯିବ । ଏହି ବୈଠକ ପରେ ସମସ୍ତ ଉପ-ସଭାପତି ମାନେ ଜିଲ୍ଳ୍ା କଳା ସଂସ୍କୃତି ସଂଘର ଉପସଭାପତି ଚୟନ କରିଥିଲେ । ଏଥିପାଇଁ ଅନୁଷ୍ଠିତ ପ୍ରକ୍ରିୟାରେ ରସୁଲପୁର ବ୍ଳ୍କର ଉପ-ସଭାପତି ମୋହନ ଚରଣ ମଲ୍ଳିକ ନିର୍ବାଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଯାଜପୁର ବ୍ଳ୍କ କଳା ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ କୁମାର ପଣ୍ଡା, କୋରାଇ ବ୍ଳ୍କର ପ୍ରପୁଂଲ କୁମାର ଆଚାର୍ଯ୍ୟ, ଧର୍ମଶାଳା ବ୍ଳ୍କର ପ୍ରସନ୍ନ କୁମାର କର, ବଡଚଣା ବ୍ଳ୍କର ତରଣୀସେନ ରାଊତ, ବିଂଝାରପୁର ବ୍ଳ୍କର ଅର୍ଜୁନ ଚରଣ ପଣ୍ଡା, ସୁକିନ୍ଦା ବ୍ଳ୍କର ମନୋରଂଜନ ଦାସ, ଦାନଗଦୀ ବ୍ଳକର ଭାଗୀରଥି ବାରିକ ଓ ଦଶରଥପୁର ବ୍ଳ୍କ ସଂସ୍କୃତି ସଂଘର ଉପସଭାପତି ମହେଶ୍ୱର ପରିଡା ପ୍ରମୁଖ ଯୋଗ ଦେଇଥିଲେ । ପରେ ଅତିରିକ୍ତ ଜିଲ୍ଳ୍ାପାଳ ଓ ସଂସ୍କୃତି ଅଧିକାରୀ ଶ୍ରୀ ମଲ୍ଳ୍ିକଙ୍କୁ ସ୍ୱାଗତ କରିଥିଲେ ।
ମୋହନ ଚରଣ ମଲ୍ଲିକ ଜିଲ୍ଳ୍ା କଳା ସଂସ୍କୃତି ସଂଘ ଉପସଭାପତି ନିର୍ବାଚିତ
|
January 7, 2022 |