ମୋନୋକ୍ଲୋନାଲ ଆଣ୍ଟିବଡି ଡ୍ରଗ୍ସ ଭାରତ ଏବଂ ବିଶ୍ୱ ପାଇଁ ଗେମ୍‌ ଚେଞ୍ଜର ହେବ, ଭାରତରେ ଏହାକୁ ବଡ଼ ସ୍କେଲରେ ଉତ୍ପାଦନ କରିବା ଏବଂ ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ: ଡାକ୍ତର ସୋଏନ୍

Spread the love

ନୂଆ ଦିଲ୍ଲୀ ୩୧/୫(ସନ୍ଧାନ ନିୟୁଜ୍)-:ଯୁକ୍ତରାଷ୍ଟ୍ରରେ ବର୍ତ୍ତମାନ ୩ ଟି ମୋନୋକ୍ଲୋନାଲ ଆଣ୍ଟିବଡି ଡ୍ରଗ୍ସ ଅଛି। ଆମେ ଏହାକୁ ଶୀଘ୍ର ଗ୍ରହଣ କରିବା, ଭାରତରେ ଏହାକୁ ବଡ଼ ସ୍କେଲରେ ଉତ୍ପାଦନ କରିବା ଏବଂ ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ଅରବିନ୍ଦର ସିଂ ସୋଏନ୍, ଚେୟାରମ୍ୟାନ୍, ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ ଏବଂ ରେଜେନେରେଟିଭ୍ ମେଡିସିନ୍ ମେଦାନ୍ତା ହସ୍ପିଟାଲ।

ମୋନୋକ୍ଲୋନାଲ ଆଣ୍ଟିବଡିଗୁଡିକ ଭାରତ ଏବଂ ବିଶ୍ୱ ପାଇଁ, ଏବଂ ବିଶେଷ ଭାବରେ ଉଚ୍ଚ ବିପଦପୂର୍ଣ୍ଣ ବୃଦ୍ଧ ରୋଗୀ ଏବଂ ପିଲାମାନଙ୍କ ପାଇଁ ପରିବର୍ତ୍ତନକାରୀ ପଦକ୍ଷେପ ହୋଇପାରେ ବୋଲି ଡାକ୍ତର ଅରବିନ୍ଦର ସିଂ ସୋଏନ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟଯେ, ଜାଇଡସ୍ କ୍ୟାଡିଲା ଖୁବ୍ ଶୀଘ୍ର ଏକ ସମାନ ଧରଣର ଆଣ୍ଟିବଡି ଉପରେ ପରୀକ୍ଷା ଆରମ୍ଭ କରିପାରେ ଯାହା ସ୍ୱଦେଶୀ ଭାବରେ ବିକଶିତ ହୋଇଛି।

Related Posts

About The Author

Add Comment