ମୋଦୀଙ୍କ ଭରସା ନବୀନ

Spread the love

ଭୁବନେଶ୍ୱର, ୧୮/୧୨ (ସନ୍ଧାନ ନିୟୁଜ): ସଦ୍ୟ ସମାପ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନ ସଭା ଫଳାପଳକୁ ନେଇ ଚିନ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା। କଂଗ୍ରେସ ମୁକ୍ତ ଭାରତ ସ୍ଲୋଗାନ ଦେଉଥିବା ମୋଦୀଙ୍କ ପାଇଁ ୨୦୧୯ ସାଧାରଣ ନିର୍ବାଚନ ହେବ ଏକ ମସ୍ତବଡ଼ ଚ୍ୟାଲେଞ୍ଜ। ମଧ୍ୟପ୍ରଦେଶ ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସର ସଫଳତା ପରେ ଏକ ନୂତନ ରଣନୀତି ଯୋଜନାରେ ଅଛନ୍ତି ମୋଦୀ ଓ ଶାହା। ଏହି ଚାରୋଟି ବିଧାନ ସଭା ନିର୍ବାଚନ ପୂର୍ବରୁ ପୂର୍ବାଞ୍ଚଳ ଫୋକସରେ ଥିବା ବିଜେପି ଏବେ ତା’ର ରଣନୀତି ବଦଳାଇବାକୁ ଯାଉଛି। ଏହି ତିନୋଟି ରାଜ୍ୟରେ କଂଗ୍ରେସର ସଫଳତା ପରେ ଏହାର ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କର ଲୋକପ୍ରୀୟତା ଭାରତ ବର୍ଷରେ ଆଶାତୀତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ୨୪ ତାରିଖରେ ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସମଗ୍ର ଭାରତ ବର୍ଷର ସମସ୍ତ ରାଜନୈତିକ ଦଳର ନଜରରେ ରହିଛି ମୋଦୀ ୨୪ ତାରିଖ ଦିନ ଓଡ଼ିଶାରେ ହେବାକୁ ଥିବା ଏହି ସାଧାରଣ ସଭାରେ ନିଜର ବକ୍ତବ୍ୟ କ’ଣ ରଖିବେ। ସମସ୍ତଙ୍କର ଧାରଣା ଏହି ସଭାରେ ନବୀନ ଓ ଓଡ଼ିଶା ବିରୁଦ୍ଧରେ ବହୁତ କିଛି ତଥ୍ୟ ଉପସ୍ଥାପନ କରିବେ। ମାତ୍ର ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡ଼ିଛିଯେ, ପ୍ରଧାନମନ୍ତ୍ରୀ ମୋଦୀ କୌଣସି ନବୀନ ବିରୋଧି ବକ୍ତବ୍ୟ ରଖିବେ ନାହିଁ। କାରଣ ନିତୀଶ କୁମାରଙ୍କୁ ଛାଡ଼ିଦେଲେ ବର୍ତ୍ତମାନ ରାଜନୈତିକ ଦୃଶ୍ୟ ପଟରେ ସମସ୍ତ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ସପକ୍ଷରେ। ତେଣୁ ୨୦୧୯ ନିର୍ବାଚନରେ ବିଜେପିକୁ ସଫଳତା ପାଇବାକୁ ହେଲେ ବିଡେଡ଼ି ଓ ତୃଣମୁଳ କଂଗ୍ରେସ ହିଁ ଭରସା। କିନ୍ତୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବିଜେପି ଆଡ଼କୁ ଢଳିବାର ପ୍ରଶ୍ନ ହିଁ ଉଠୁନାହିଁ। ତେଣୁ ଏହି ପରିସ୍ଥିତିରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହିଁ ବିଜେପିର ଏକମାତ୍ର ସାହା ଭରସା।

ଓଡ଼ିଆ ପୁଅ

Related Posts

About The Author

Add Comment