ଯାଜପୁର ସଦର, ୧୦ା୦୮: ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକରେ ଆବେଦନ କରିଥିବା ମୋ ଘର ଯୋଜନା ଦିଗହାର ସାଜିଥିବା ଦେଖିବାକୁ ମିଳିଚି । ରାଜ୍ୟ ସରକାରଙ୍କ ପକ୍ଷରୁ ମୋ ଘର ଦେବା ପାଇଁ ଘୋଷଣା କରାଯାଇଥିବା ବେଳେ, ହିତାଧିକାରୀ ମାନେ ଘର ପାଇବା ପାଇଁ ଆବେଦନ କରିଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ରସୁଲପୁର ବ୍ଲକରୁ ୨ଜଣଙ୍କୁ ବ୍ୟାଙ୍କ ଋଣ ମିଳିଥିବା ବେଳେ, ଏହି ଯୋଜନାରେ ଆବେଦନ କରିଥିବା ହିତାଧିକାରୀ ମାନେ ଚାତକ ପରି ଚାହିଁ ରହିଛନ୍ତି । ଯାଜପୁର ଜିଲ୍ଲାରେ ୧୦ଗୋଟି ବ୍ଲଲରେ ମୋଘର ଯୋଜନା ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଚି । ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁଯାୟୀ ୪ଲକ୍ଷ ଲୋକଙ୍କୁ ମୋଘର ଦେବାପାଇଁ ଘୋଷଣା ହୋଇଥିବା ବେଳେ, ଯାଜପୁର ଜିଲ୍ଲରେ ହଜାର ହଜାର ହିତାଧିକାରୀ ଚାହିଁ ରହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଆବାଶ ଯୋଜନାରୁ ବଞ୍ôଚତ ହୋଇଥିବା ହିତାଧିକାରୀ ମାନଙ୍କୁ ମୋଘର ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟ ମନ୍ତ୍ରୀଙ୍କୁ ହିତାଧିକାରୀ ମାନେ ନିବେଦନ କରିଚନ୍ତି । ଜିଲ୍ଲା ପ୍ରଶାସନ ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାସହିତ ପ୍ରତ୍ୟେକ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଷ ଦେବାଲାଗି ହିତାଧିକାରୀ ମାନଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଚି । ସରକାରଙ୍କ ନିୟମ ଅନୁଯାୟୀ ୧୦ ବର୍ଷ ମଧ୍ୟରେ ଋଣ ସୁଝିବା ଲାଗି ନିର୍ଦ୍ଦେଷ କରାଯାଇଥିବା ବେଳେ, ହିତାଧିକାରୀ ମାନଙ୍କୁ ବ୍ୟାଙ୍କ ପକ୍ଷରୁ ଋଣ ଯୋଗାଇ ଦେବା ସହିତ ବ୍ଲକ ପକ୍ଷରୁ ତଦନ୍ତ କରାଯାଇ ଋଣ ଦେବା ଦାବି ହେଉଚି ।
ମୋଘର ଯୋଜନା ଦିଗହରା
|
August 11, 2023 |