ମୋଗାଡିଶୁରେ ଟ୍ରକ ବୋମା ବିସ୍ପୋରଣ : ୭୩ ମୃତ,୫୦ରୁ ଊର୍ଦ୍ଧ୍ବ ଆହତ

Spread the love

ମୋଗାଡିଶୁ, ୨୮/୧୨ (ସନ୍ଧାନ ନିଉଜ) : ସୋମାଲିଆର ରାଜଧାନୀ ସହର ମୋଗାଡିଶୁର ଏକ ଜନଗହଳିପୂର୍ଣ୍ଣ ସୁରକ୍ଷା ଯାଞ୍ଚ୍‍ ଘାଟିରେ ଏକ ଟ୍ରକ ବୋମା ବିସ୍ପୋରଣ ଘଟି ୭୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଜଣେ ସରକାରୀ ମୁଖପାତ୍ର କହିଛନ୍ତି, ମୃତ୍ୟୁସଂଖ୍ୟା ଅଧିକ ହେବାର ଆଶଙ୍କା କରାଯାଉଛି ।

ମେୟର ଓମାର ମହମ୍ମୁଦ ମହମ୍ମଦ କହିଛନ୍ତି, ମୃତକମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ଅନେକ ଛାତ୍ର ଅଛନ୍ତି । ଅନେକ ସାଧାରଣ ନାଗରିକଙ୍କର ମଧ୍ୟ ଏଥିରେ ମୃତ୍ୟୁ ଘଟିଛି। ଜଣେ ପୁଳିସ ଅଧିକାରୀ କହିଛନ୍ତି ଟିକସ ଆଦାୟ କେନ୍ଦ୍ରକୁ ଲକ୍ଷ୍ୟ କରି ଏହି ବିସ୍ଫୋରଣ କରାଯାଇଥିଲା।  ତେବେ ଏପର୍ଯ୍ୟନ୍ତ କୌଣସି ସଙ୍ଗଠନ ଏହି ବିସ୍ଫୋରଣ ଘଟାଇଥିବା ନେଇ ଦାବି କରି ନାହାନ୍ତି । ଅନ୍ୟପକ୍ଷରେ ଅଲ-କାଏଦା ସହ ସଂପୃକ୍ତ ଅଲ- ଶବଦ୍ ଗୋଷ୍ଠୀ ସାଧାରଣତଃ ଏଭଳି ଆକ୍ରମଣ କରୁଥିବା କୁହାଯାଉଛି।

Related Posts

About The Author

Add Comment