ମେ ୧୯ରେ ପାଟକୁରା ବିଧାନସଭା ନିର୍ବାଚନ

Spread the love

ଭୁବନେଶ୍ୱର, ୨୪/୪ (ସନ୍ଧାନ ନିୟୁଜ) ପାଟକୁରା ବିଧାନସଭା ନିର୍ବାଚନ ମେ’୧୯ ତାରିଖ ଦିନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗଙ୍କ ତରଫରୁ ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ ୨୦ ତାରିଖ ଦିନ ସେହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ ହୋଇଥିଲା। ଲୋକ ପ୍ରତିନିଧି ଆଇନ ୧୯୫୧ର ଧାରା ୫୨ ଓ ଉପଧାରା ୨ ଅନୁସାରେ ଆସନ୍ତା ୨୯ ତାରିଖ ଦିନ ପାଟକୁରାରେ ହେବାକୁ ଥିବା ନିର୍ବାଚନକୁ ନିର୍ବାଚନ ଆୟୋଗ ସ୍ଥଗିତ ରଖିଥିଲେ। ଆଜି ଲୋକପ୍ରତିନିଧି ଆଇନର ଧାରା ୫୨ର ଉପଧାରା ୨ ସହ ଧାରା ୩୦ ଓ ୫୬ ଅନୁସାରେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିମ୍ନମତେ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି।

Related Posts

About The Author

Add Comment