ମେୟରଙ୍କ ଘରୁ ମିଳିଲା ୪୭୦୦ କୋଟିର ୧୧,୭୯୩ କିଲୋ ସୁନା ଇଟା

Spread the love

ନୂଆଦିଲ୍ଲୀ ୩୦/୯ (ସନ୍ଧାନ ନିୟୁଜ) ଚୀନର ଡନଝୋଊ ଅଞ୍ଚଳର ଜଣେ ୫୭ ବର୍ଷୀୟ ପୂର୍ବତନ ମେୟର ଝାଂଗ କ୍ଵୀଙ୍କର ଘରେ ପୁଲିସ ପ୍ରାୟତଃ ୪୭୦୦ କୋଟି ଟଙ୍କାର ସୁନା ଇଟା ଜବତ କରିଛି। ସୁନାର ଏହି ଇଟାଗୁଡ଼ିକର ଓଜନ ୧୧.୩ ଟନ (ପ୍ରାୟ ୧୧୭୯୩ କିଲୋ) ଅଟେ। ମେୟର ଝାଂଗ ସୁନାର ଏହି ଇଟାଗୁଡ଼ିକୁ ନିଜ ଘରର ବେସମେଣ୍ଟରେ ଲୁଚାଇ ରଖିଥିଲେ।

ପୁଲିସ କହିଛି କି ପୂର୍ବତନ ମେୟରଙ୍କର ଘର ଅନେକ ହଜାର ବର୍ଗଫୁଟ କ୍ଷେତ୍ରରେ ନିର୍ମିତ ଅଟେ। ଯେଉଁଥିରେ ମେୟର ସୁନାର ଇଟାଗୁଡ଼ିକୁ କୁ ଲମ୍ବା ସମୟରୁ ଛୁପାଇ ରଖିଥିଲେ। ପୁଲିସକୁ ସୁନା ବ୍ୟତୀତ ବଡ଼ ମାତ୍ରାରେ ନଗଦ ଟଙ୍କା ମଧ୍ୟ ମିଳିଛି।

ପୁଲିସ କୌଣସି ଗୁପ୍ତ ସୂଚନା ଆଧାରରେ ପୂର୍ବତନ ମେୟର ଝାଂଗଙ୍କର ଘର ଉପରେ ଏହି କାର୍ଯ୍ୟାନୁଷ୍ଠାନ କରିଥିଲା। ସ୍ଥାନୀୟ ମିଡ଼ିଆ ଅନୁଯାୟୀ ଜଣାପଡ଼ିଛିଯେ, ଚୀନରେ ଭ୍ରଷ୍ଟାଚାରକୁ ନେଇକରି ବହୁତ ସଶକ୍ତ ଆଇନ୍ ଅଛି। ମାନାଯାଉଛିଯେ, ପୂର୍ବତନ ମେୟରଙ୍କୁ ମୃତ୍ୟୁଦଣ୍ଡ ହୋଇପାରେ।

Related Posts

About The Author

Add Comment