ନୂଆଦିଲ୍ଲୀ, ୧୧/୧୧/୨୦୨୧ (ସନ୍ଧାନ ନିଉଜ) : ମୋଦୀ ସରକାର ଯେଭଳି ଭାବେ କରୋନା ଭାଇରସ୍ ସଂକ୍ରମଣକୁ ନିୟନ୍ତ୍ରିତ କଲେ, ଏହା ଦେଖି ଆମରେିକୀୟ ଗଣମାଧ୍ୟମ ଖୁସି ହୋଇଯାଇଛି। ନ୍ୟୁୟର୍କ ଟାଇମ୍ ଭାରତରେ ଦ୍ରୁତ ଗତିରେ ହୋଇଥିବା ୧୦୦ କୋଟି କରୋନା ଟିକା ଡୋଜ୍ ସହିତ ମହାମାରୀର ପ୍ରଭାବକୁ ନିୟନ୍ତ୍ରିତ କରିବା ଲାଗି ମୋଦୀ ସରକାରଙ୍କ ନୀତିକୁ ପ୍ରଶଂସା କରିଛି। ନ୍ୟୁୟର୍କ ଟାଇମ୍ସ ଲେଖିଛି ଯେ, ଭାରତରେ କରୋନା ମହାମାରୀ ସଂକଟ ଏବେ କମ୍ ହୋଇଛି। ଏଠାରେ ୭ ମାସ ପୂର୍ବରୁ ଦନକରେ ହଜାରରେରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଥିଲା। ଏବେ ଏହା ହ୍ରାସ ପାଇ ୫୦୦ରୁ କମ ହୋଇଛି। ନିଶ୍ଚିତ ଭାବେ କୁହାଯାଇ ପାରିବ ଯେ, ସରକାରୀ ଉଦ୍ୟମର ଏହା ହେଉଛି ଫଳ। ଖବରକାଗଜ ଟିକାକରଣ ନୀତି ଉପରେ ସଂଶୋସନ ଆଣିଥିବାରୁ ଭାରତୀୟ ନେତାଙ୍କର ମଧ୍ୟ ଜୋରଦାର ପ୍ରଶଂସା କରିଛି। ନ୍ୟୁୟର୍କ ଟାଇମ୍ସ ନିଜର ରିପୋର୍ଟରେ ଲେଖିଛି ଯେ, ମୋଦୀ ସରକାର ୧୦୦ କୋଟି ଟିକାକରଣର ଲକ୍ଷ୍ୟ ପୂରା କରିଛନ୍ତି। ସରକାର ଏହି ଫଳକୁ ଜନତାଙ୍କ ସାମ୍ନାରେ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି। ମୋଦୀ ସରକାରକୁ ଭବିଷ୍ୟତରେ ଏହାର ରାଜନୈତିକ ଲାଭ ମିଳିପାରେ। ରିପୋର୍ଟରେ କୁହାଯାଇଛି ଯେ, ବିଶ୍ବର ସବୁଠାରୁ ଅଧିକ ଟିକା ଉତ୍ପାଦନ କରିପାରୁଥିବା ସିରମ ପ୍ରତିଷ୍ଠାନ ଭାରତକୁ କୋଭିଶିଲ୍ଡର ୧୦ କୋଟି ଡୋଜ୍ ରଖିଥିଲା। ୧୦୦ କୋଟି ଡୋଜ୍ର ଟିକା ଦିଆଯିବ ସହଜ କଥା ନୁହେଁ। କିନ୍ତୁ ମୋଦୀ ସରକାରରେ ସମ୍ଭବ ହୋଇ ପାରିଥିବାରୁ ନ୍ୟୁୟର୍କ ଟାଇମ୍ସ ପ୍ରଶଂସା କରିଛି।
ମୋଦୀ ସରକାରଙ୍କ ନୀତିରେ ବିଦେଶୀ ଗଣମାଧ୍ୟମ ଖୁସି, କରୋନା ନିୟନ୍ତ୍ରଣ ନେଇ ପ୍ରଶଂସା
|
November 11, 2021 |