ମେସିନ ଲଗାଇ ପାନୀୟ ଜଳ ର ଅପବ୍ୟବହାର

Spread the love

ବେତନଟୀ,୧୭/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):ବିଶୁଦ୍ଧ ପାନୀୟଜଳ ଯୋଗାଇବା ଉଦ୍ଦେଶ୍ୟରେ ଗ୍ରାମ୍ୟ ଜଳଯୋଗାଣ ଓପରିମଳ ବିଭାଗ ପକ୍ଷରୁ ଗଡଦେଉଳିଆ ଠାରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଆଉ ଏହି ପ୍ରକଳ୍ପରୁ ତାଧିକ ଲୋକ ଉପକୃତ ମଧ୍ୟ ହେଉଥିଲେ । ହାତପାହାନ୍ତାରେ ବିଶୁଦ୍ଧ ପାନୀୟଜଳପାଇପାରୁଥିବା ବେଳେ ଜଳକଷ୍ଟରୁ ଲାଘବ ମିଳିଥିଲା । ଏହି ପ୍ରକଳ୍ପରୁ ପାଣି ଯୋଗାଇବା ନିମନ୍ତେ ବିଛାଯାଇଥିବା ପାଇପ୍ ଲାଇନରୁ ସଂଯୋଗନେଇ ଟୁଲୁମେସିନ ଦ୍ବାରା ପାନୀୟ ଜଳର ଅପବ୍ୟବହାର କରୁଛନ୍ତି । ଫଳରେ ଜଳଯୋଗାଣ ପାଇଁ ବିଛାଯାଇଥିବା ପାଇପ ଲାଇନର ଶେଷଭାଗ ପର୍ଯ୍ୟନ୍ତ ପାନୀୟଜଳ ପହଞ୍ଚିପାରୁନାହିଁ । ଯଦ୍ୱାରା ଅନେକ ଜନସାଧାରଣ ବିଶୁଦ୍ଧ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଥିବା ଗ୍ରାମବାସୀ ବୁଧବାର ବିଡିଓ ସୃତିରଞ୍ଜନ ମଲ୍ଲିକଙ୍କ ନିକଟରେ ଅଭିଯୋଗ କରିଛନ୍ତି ।ଲକ୍ଷଲକ୍ଷ ଟଙ୍କା ସରକାରୀ ଅର୍ଥ ବିନିଯୋଗରେ ସାମୁହିକ ଜନକଲ୍ୟାଣ ନିମନ୍ତେ ନିର୍ମିତ ପ୍ରକଳ୍ପର ଅପବ୍ୟବହାରପୂର୍ବକ କିଛି ନିର୍ଦ୍ଧିଷ୍ଟବ୍ୟକ୍ତି ଏଭଳି ପାନାୟଜଳରଅପବ୍ୟବହାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତିବିଶୁଦ୍ଧ ପାନୀୟଜଳକୁ ନେଇ ସେମାନେ ଘର ନିର୍ମାଣସହିତ ଅନ୍ୟାନ୍ୟ କାର୍ଯ୍ୟରେ ବିନିଯୋଗ କରୁଥିବା ଭଳି ଅଭିଯୋଗ ବାବଦରେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେତେବେ ଏହା ପଞ୍ଚାୟତ ଅଧୀନରେ ଥିବାରୁ ଏହି ପ୍ରକପରିଚାଳନାର ସମ୍ପୂର୍ଣ୍ଣ ଦାୟିତ୍ବ ପଞ୍ଚାୟତ କର୍ତ୍ତୁପକ୍ଷଙ୍କର ।ପାନୀୟଜଳର ଅପବ୍ୟବହାର ନେଇ ପଞ୍ଚାୟତ କପକ୍ଷବୈଠକ ଡକାଇ ଏହାର ସମାଧାନ କରିବାକଥା ବୋଲିବେତନଟୀ ଉପଖଣ୍ଡ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳକାର୍ଯ୍ୟାଳୟର ଇଂ. ଅତନୁ ତରାଇ ସୂଚନା ଦେଇଛନ୍ତି ।ତେବେ ପଞ୍ଚାୟତ କପକ୍ଷଙ୍କ ସ୍ଥାଣୁତା ଏବଂ ଅପରାଗତାପାଇଁ ପାନୀୟଜଳର ଅପବ୍ୟବହାର ସହିତ ପଞ୍ଚାୟତବାସୀଉତ୍କଟ ଜଳାଭାବର ସମ୍ମୁଖୀନ ହେଉଥିବା ନେଇଆଲୋଚନା ଜୋର ଧରିଛି । ସମସ୍ୟା ସମାଧାନ ନେଇଖୁବଶୀଘ୍ର ପଦକ୍ଷେପ ନେବେବୋଲି ବିଡିଓ ସୁତିରଞ୍ଜନମଲ୍ଲିକ ଅଭିଯୋଗକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

Related Posts

About The Author

Add Comment