ମେସିନ୍ ନଥିବାରୁ ହନ୍ତସନ୍ତ ହେଉଛନ୍ତି ଗ୍ଲୁକୋମା ରୋଗୀ

Spread the love

ବାରିପଦା,12.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ମୟୁରଭଞ୍ଜ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛିବାରମ୍ବାର ଦାବି ସଙ୍ଗେ ମଧ୍ୟ ସରକାର ଏ ବାବଦରେ ଶୁଣୁ ନ ଥୁବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛିଦୀର୍ଘ ଦଶନ୍ଧିଦଶନ୍ଧି ଧରି ଦାବି ଓ ଆନ୍ଦୋଳନ ପରେ ପିଆରଏମ୍ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲେ ସୁଦ୍ଧା ସ୍ଵାସ୍ଥ୍ୟ ସେବାରେ ସୁଧାର ଆସି ନଥିବା ଅଭିଯୋଗ ହୋଇ ଆସୁଛି ଜନସାଧାରଣଙ୍କ ସୁବିଧା ନିମନ୍ତେ ରୋଗ ନିରୂପଣ ପାଇଁ ଏବଂ ଡାକ୍ତର ଓ ପ୍ରଫେସରଙ୍କ ସୁବିଧା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ସାଙ୍ଗକୁ ଯନ୍ତ୍ରପାତିର ଆବଶ୍ୟକତା ଥିବା ବେଳେ ଏହା ନ ଥିବାରୁ ରୋଗୀ ଉପକୃତ ହୋଇ ପାରୁ ନାହାନ୍ତି  ବିଭିନ୍ନ ବିଭାଗରେ ଡାକ୍ତର ଓ ପ୍ରଫେସର ଥିଲେ ମଧ୍ୟ ଆବଶ୍ୟକ ଯନ୍ତ୍ରପାତି ଅଭାବ ଯୋଗୁଁ ବର୍ତ୍ତମାନ ମଧ୍ୟ ରୋଗୀ ମାନେ । ଅଧୁକ ଖର୍ଚ୍ଚାନ୍ତ ହୋଇ କଟକ, ଭୁବନେଶ୍ୱରକୁ ଯାଇ । ବେସରକାରୀ ଡାକ୍ତରଖାନା ଏବଂ ନସିହୋମ୍‌ରେ ରୋଗ । ଚିକିତ୍ସା କରାଉଥିବାରୁ ଏଥିରେ ସମାଜସେବୀ ରାମଚନ୍ଦ୍ର  ଦାଶ କ୍ଷୋଭ ପ୍ରକାଶ କରିବା ସହ ଏ ଦିଗରେ ତୁରନ୍ତ  ପଦକ୍ଷେପ ନେବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ପିଆରଏମ୍ ମେଡିକାଲ କଲେଜ ହସିଟଲର ଚକ୍ଷୁ ବିଭାଗରେ ପେରିମେଟ୍ରି ମେସିନ୍ ନଥିବାରୁ ଗୁକୋମା ରୋଗୀଙ୍କ ଚକ୍ଷୁ ପରୀକ୍ଷା ହୋଇ ପାରୁ ନାହିଁ । ସେ ମଧ୍ୟ ଜଣେ ଗୃକୋମା ରୋଗୀ ହୋଇଥିବା ବଳେ ତାଙ୍କର ବୟସାଧିକ୍ୟ ହୋଇଥିବାରୁ ତାଙ୍କୁ ବାରମ୍ବାର ଭୁବନେଶ୍ଵର ଯିବାକୁ ପଡୁଛି । ଏ ବାବଦରେ ବାରମ୍ବାର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ସେ ଦାବି ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିବା ‘ପ୍ରମେୟ’କୁ କହିଛନ୍ତି ଏ ବାବଦରେ ପିଆରଏମ୍ ମେଡିକାଲ କଲେଜର ଚକ୍ଷୁବିଭାଗ ମୁଖ୍ୟ ଆସିଷ୍ଟାଣ୍ଡ ପ୍ରଫେସର ଡା ସୁଚିତ୍ରା ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଜିଲ୍ଲାରେ ବର୍ତ୍ତମାନ ସ୍ଥିତିରେ ୧୨ହଜାରରୁ ୧୫ହଜାର ଗୁକୋମା ରୋଗୀ ଅଛନ୍ତି । ସେମାନଙ୍କ ଅତ୍ୟାଧୁନିକ ଚିକିତ୍ସା ପାଇଁ ପେରିମେଟ୍ରି ମେସିନ୍ ଆବଶ୍ୟକତା ରହିଛି ପେରିମେଟ୍ରି ମେସିନ ସ୍ଥାପନ ପାଇଁ ୨୦୧୮ରୁ ସେ ପ୍ରତି ୪ମାସକୁ ଥରେ ଡିଏଇଟିଙ୍କୁ ଚିଠି ଲେଖୁଆସୁଥିବା  କହିଥିବା ବେଳେ ନିକଟରେ ଜିଲ୍ଲାପାଳ ବିନୀତ  ଭରଦ୍ୱାଜ ତାଙ୍କୁ ପେରିମେଟ୍ରି ମେସିନ୍ ସ୍ଥାପନ ପାଇଁ  ପାଣ୍ଠି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି – ଏହି ପାଣ୍ଠି ପାଇଁ ମେଡିକାଲ କଲେଜର ପର୍ବଜେ କମିଟୀର ସୁପାରିଶ ଆବଶ୍ୟକ ଥିବାରୁ ଡଃ ପାଣିଗ୍ରାହୀ । ମେଡିକାଲ କଲେଜର ଅଧୀକ୍ଷକଙ୍କୁ ଚିଠି କରିଥିବା । କହିଛନ୍ତି ତେବେ ପାଣ୍ଠି ବ୍ୟୟବରାଦ ହୋଇ ଏହିମେସିନ୍ ଆସିଲେ ସୁଦ୍ଧା ଚକ୍ଷୁବିଭାଗରେ ଏହି ମେସିନ ସ୍ଥାପନ ନେଇ ଭିତ୍ତିଭୂମି ନଥିବାରୁ ପୁଣି ଏହାର ସ୍ଥାପନାରେ ବିଳମ୍ବ ହୋଇ ପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ଏହି ମେସିନ୍ ଆସିବା ପୂର୍ବରୁ ଏହାର ସ୍ଥାପନା ନିମି ଉପଯୁକ୍ତ ଗୃହର ବ୍ୟବସ୍ଥା ପ୍ରଥମେ ଜରୁରି ହୋଇ ପଡିଛି ।

Related Posts

About The Author

Add Comment