ଭଦ୍ରକ,୭/୯ (ସନ୍ଧାନ ନିୟୁଜ/ରମେଶ ନାୟକ)ଆଜି ଭଦ୍ରକ ବୁଦ୍ଧଜୀବୀ ଫୋରମ ପକ୍ଷରୁ ଭଦ୍ରକରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ପ୍ରସଙ୍ଗ ଜିଲାବାସୀଙ୍କ ଲାଗି ମର୍ଯ୍ୟାଦାର ପ୍ରଶ୍ନ ହୋଇଛି ବୋଲି କୁହାଯାଇଥିଲା। ଅତୀତରେ ମେଡିକାଲ କଲେଜ ଦାବି ପ୍ରସଙ୍ଗରେ ଜିଲାବାସୀ ତାଙ୍କ ସମର୍ଥନ ବନ୍ଦ, ଆନ୍ଦୋଳନ ମାଧ୍ୟମରେ ଜଣାଇ ସାରିଛନ୍ତି। ଏହାକୁ ରାଜ୍ୟ ସରକାର ହୃଦୟଙ୍ଗମ କରିବା ଦରକାର ଓ କେନ୍ଦ୍ର ସରକାରଙ୍କୁ ମେଡିକାଲ କଲେଜ ସ୍ଥାପନ ଲାଗି ତୁରନ୍ତ ପ୍ରସ୍ତାବ ପଠାଇବା ଦରକାର ବୋଲି ବୁଦ୍ଧିଜୀବୀ ଫୋରମ ପକ୍ଷରୁ କୁହାଯାଇଛି। ତେବେ ସାମଗ୍ରିକ ଭାବେ ଦଳମତ ନିର୍ବିଶେଷରେ ସମସ୍ତ ଅନୁଷ୍ଠାନ, ସବୁ ରାଜନୈତିକ ଦଳର ମେଡିକାଲ କଲେଜ ଦାବି ପ୍ରତି ସମର୍ଥନ ରହିଛି ଓ ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା। ଜିଲାର ୫ଜଣ ଯାକ ବିଧାୟକ ଓ ସାଂସଦ ମିଳିତ ଭାବେ ମେଡିକାଲ କଲେଜ ଦାବି ସପକ୍ଷରେ କାର୍ଯ୍ୟ କଲେ ସଫଳତା ନିହାତି ମିଳିବ ବୋଲି ବୁଦ୍ଧିଜୀବୀ ଫୋରମ ଆଶାବାଦୀ ଅଛି। ଫୋରମର ଆବାହକ ଡାକ୍ତର ହରେକୃଷ୍ଣ ନାୟକ ମେଡିକାଲ କଲେଜ ଦାବି ସପକ୍ଷରେ ସତଥ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ। ଆଇଏମଏ ସଭାପତି ଡାକ୍ତର ରବିନ୍ଦ୍ର ନାୟକ, ଶିକ୍ଷାବିତ ଡ.ଶୈଳେନ୍ଦ୍ର ମହାପାତ୍ର, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ବାର ଆସୋସିଏସନ ସଭାପତି ଦିଲୀପ ମହାପାତ୍ର, ବରିଷ୍ଠ ଆଇନଜୀବୀ ପର୍ଶୁରାମ ଦ୍ୱିବେଦୀ, ରୋଟାରିଆନ ଅତୀଶ ବେହେରା, ରୋଟାରିଆନ ସୁଧୀର ରଂଜନ ନାୟକ, ତ୍ୟାଗଭୂମି ସମ୍ପାଦକ ଅଜୟ ନାୟକ ପ୍ରମୁଖ ମଂଚାସୀନ ଥିଲେ।
ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗରେ ବୁଦ୍ଧିଜୀବୀ ଫୋରମର ସାମ୍ବାଦିକ ସମ୍ମିଳନୀ
|
September 7, 2019 |