ମେଡିକାଲ କଲେଜରୁ ନାବାଳିକା ଅପହରଣ ଘଟଣାରେ ଜଣେ ଗିରଫ

Spread the love

କୋରାପୁଟ, ୧୭/୪ (ସନ୍ଧାନ ନିୟୁଜ) ନାବାଳିକା ଅହରଣ କରିବା ଘଟଣାରେ ଟାଉନ ଥାନା ପୁଲିସ ଜଣକୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି। ଗିରଫ ଅଭିଯୁକ୍ତ ଜଣକ ରାୟଗଡା ଜିଲା ଗୁଣୁପୁର ଥାନା କୁଜେନ୍ଦ୍ରୀ ଗ୍ରାମର ସଦ୍ଦାମ ଅଲ୍ଲୀ ବୋଲି ତଦନ୍ତକାରୀ ଅଧିକାରୀ ମହିଳା ସବ୍-ଇନସପେକ୍ଟର ସୁଜାତା କହଁର ସୂଚନା ଦେଇଛନ୍ତି। ସୂଚନା ଥାଉକି ଏସଏଲଏନ ମେଡିକାଲ କଲେଜ ଓ ହସପିଟାଲର କ୍ୟାନସର ଅନ୍ତଃବିଭାଗରେ ଚିକିତ୍ସିତ ହେଉଥିବା ଅଜାଙ୍କୁ ଦେଖିବା ନିମନ୍ତେ ଜଣେ ନାବାଳିକା ନାତୁଣୀ (୧୧) ବାପା ଯୋଗେନ୍ଦ୍ର ଟାକ୍ରୀ ଓ ମାଁଙ୍କ ସହ ମେଡିକାଲ୍ କଲେଜକୁ ଯାଇଥିଲେ। ସେତେବେଲେ ଜଣେ ଅଜଣା ବ୍ୟକ୍ତି ଉକ୍ତ ୱାର୍ଡକୁ ଆସି ମୋବାଇଲ ଚାର୍ଜ କରିଥିଲେ ଓ ବେହେରା ସାର୍ ମେଡିସିନ ଲେଖିଛନ୍ତି ଚାଲ ନେଇକି ଆସିବା କହି ନାବାଳିକା ଜଣକୁ ଡାକି ନେଇଥିଲେ। ବହୁ ସମୟ ଅପେକ୍ଷା ପରେ ମଧ୍ୟ ନାବାଳିକା ଝିଅ ନଫେରିବାରୁ ଯୋଗେନ୍ଦ୍ର ଟାକ୍ରୀ ଟାଉନ ଥାନାରେ ଅଭିଯୋଗ କରିଥିଲେ। ତେବେ ନାବାଳିକା ଜଣକ ପରଦିନ ସକାଳେ ଘରକୁ ଫେରି ଆସିଥିଲା। ବିଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ କରିବା ସହ ମେଡିକାଲ୍ କଲେଜ ଓ ହସ୍ପିଟାଲର ସିସି ଟିଭି ପୁଟେଜରୁ ଅପହରଣକାରୀକୁ ଚିହ୍ନଟ କରି ତନାଘନା କରୁଥିବାବେଳେ ଗିରଫ ଅଭିଯୁକ୍ତ ସଦ୍ଦାମ୍ ଅଲ୍ଲୀକୁ ମଙ୍ଗଳବାର ରାତିରେ ମେଡିକାଲ କଲେଜ ନିକଟୁର ଗିରଫ କରିଥିଲା। ନାବାଳିକାର ଜଣେ ସମ୍ପର୍କୀୟଙ୍କ କହିବା ପ୍ରକାରେ ସେ ତାକୁ ଅପହରଣ କରିଥିଲା ବୋଲି ଗିରଫ ଅଭିଯୁକ୍ତ ପୁଲିସକୁ ବୟାନ ଦେଇଥିବାରୁ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ସମସ୍ତ ଯୋଜନା କରା ଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

Related Posts

About The Author

Add Comment