ନୂଆଦିଲ୍ଲୀ ୧୮/୦୬ (ସନ୍ଧାନ ନିଉଜ) ଲଦାଖ ସୀମାରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଭାରତ ଓ ଚାଇନା ମଧ୍ୟରେ ବସିଥିବା ବୈଠକ ଶେଷ ହୋଇଛି। ଦୀର୍ଘ ୩ ଘଣ୍ଟା ଧରି ମେଜର ଜେନେରାଲ ରାଙ୍କରେ ଏହି ଆଲୋଚନା ହୋଇଥିଲେ ହେଁ କୌଣସି ନିଷ୍କର୍ସ ବାହାରି ପାରିନି। ଉଭୟ ଦେଶର ବରିଷ୍ଠ ଅଧିକାରୀମାନେ ଏହି ଆଲୋଚନାରେ ଯୋଗଦେଇଥିଲେ। କିନ୍ତୁ ଉଭୟ ଦେଶ କୌଣସି ସହମତି କରିପାରି ନାହାନ୍ତି।ଏହାର ଅର୍ଥ ପୂର୍ବଭଳି ସୀମାରେ ଉଭୟ ଦେଶ ନିଜର ସ୍ଥିତାବସ୍ଥା ବଜାୟୀ ରଖିବେ। କେହି ବି ସୀମାରୁ ପଛକୁ ଘୁଞ୍ଚିବେ ନାହିଁ। ଆଜିର ଆଲୋଚନା ଫଳଶୂନ୍ୟ ରହିଥିଲେ ହେଁ ଆଗକୁ ମଧ୍ୟ ବିବାଦର ସମାଧାନ ପାଇଁ ବୈଠକ ବସିବ ବୋଲି ଜଣାପଡ଼ିଛି। ବୈଠକରେ କୌଣସି ନିଷ୍ପର୍ସ ବାହାରି ନଥିବାରୁ ସନ୍ଧ୍ୟା ବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚିଥିଲେ।ସେଠାରେ ସେ ସୀମା ସ୍ଥିତି ସମ୍ପର୍କରେ ମୋଦିଙ୍କୁ ଅବଗତ କରାଇଛନ୍ତି। ଏହାପୂର୍ବରୁ ରାଜନାଥ ସିଂହ ସିଡିଏସ ବିପିନ ରାୱତ ଓ ୩ ସେନାର ମୁଖ୍ୟଙ୍କ ସହ ଦୀର୍ଘ ସମୟ ଧରି ବୈଠକ କରିଥିଲେ। ରାଜନାଥଙ୍କ ପରେ ରାତି ୯ଟା ବେଳକୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବି ମୋଦିଙ୍କ ବାସଭବନରେ ପହଞ୍ଚିଛନ୍ତି।
ମେଜର ଜେନେରାଲ ରାଙ୍କରେ ଏହି ଆଲୋଚନା ବିଫଳ, ଉଭୟ ପକ୍ଷରୁ ସେନା ମୃତୟନ
|
June 18, 2020 |



