ନୂଆଦିଲ୍ଲୀ୩୦/୧୦(ସନ୍ଧାନ ନିୟୁଜ): ଭାରତ-ଜାପାନ ବାର୍ଷିକ ସମ୍ମିଳନୀର ତ୍ରୟୋଦଶ ସଂସ୍କରଣରେ ଯୋଗଦେବାକୁ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଭାରତରେ ଗୋଟିଏ ଛୋଟ ମୃଦୁପାନୀୟ ବୋତଲ ଠାରୁ ବି ୧ ଜିବି ଡାଟା ଶସ୍ତା। ଏହି ଡାଟା ସେବା ପ୍ରଦାନର ମାଧ୍ୟମ ପାଲଟିଛି। ଗ୍ରାମ ଗୁଡ଼ିକରେ ବ୍ରଡବ୍ୟାଣ୍ଡ ସୁବିଧାକୁ ପହଞ୍ଚା ଯାଇଛି। ଭାରତରେ ଏବେ ୧୦୦ କୋଟିରୁ ଊର୍ଦ୍ଧ୍ବ ସକ୍ରିୟ ମୋବାଇଲ ଫୋନ୍ ଗ୍ରାହକ ରହିଛନ୍ତି। ଭାରତରେ ଦୂରସଞ୍ଚାର ଓ ଇଣ୍ଟରନେଟ କ୍ଷେତ୍ରରେ ଘଟୁଥିବା ଅଗ୍ରଗତିର ଢେର ପ୍ରଶଂସା ମୋଦୀ କରିଛନ୍ତି।
ମୃଦୁ ପାନୀୟଠାରୁ ଡାଟା ଶସ୍ତା: ମୋଦୀ
|
October 30, 2018 |