ମୃତ୍ୟୁ ସହ ସଂଗ୍ରାମ କରୁଥିବା ଓଁମ ପାଇଁ ସରକାରୀ ସହାୟତା ଦିଗହରା; କାହାପାଇଁ ହେଇଚି ଗରିବ କଲ୍ୟାଣ ଯୋଜନା ?

Spread the love
 ଯାଜପୁର, ୧୮/୦୬ (ସନ୍ଧାନ ନିଉଜ) ସେମିତିକା ଗୋଟେ ଜାଗାରେ ପଡ଼ିରହିଛି ହାତ ଗୋଡ଼ ଚାଲୁଛି ସତ…କିନ୍ତୁ ସେ କେଉଁ କାମକୁ ନୁହେଁ…ଖେଳ କୂଦ ବୟସରେ ପଡ଼ି ରହିଛି ଗୋଟିଏ ଯାଗାରେ… ଏବେ ବି ଛୋଟ ପିଲାଟି ପରି ଆଦତ୍ତ ଅସହ୍ୟ ଯନ୍ତ୍ରଣା… ଅଜଣା ମତିଷ୍କ ରୋଗ…ହତାସ କରୁଛି…ସବୁବେଳେ ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ହିଁ କଷ୍ଟ ଲାଘବ କରୁଛି… ନା କହି ପାରୁଛି ନା ଜାଣି ପାରୁଛି…ଏମିତିକା ଜୀଵନ ପାଇ କେତେ ଯେ କଷ୍ଟ ଭୋଗୁଛି, ରୋଗ ଭଲ କରିବା ପାଇଁ ଟଙ୍କା ଅଛି ନା ଅଛି ସରକାରୀ ସହାୟତା…ଏଭଳି ସ୍ଥିତିରେ ଦଇବ ହିଁ ସାହା…
ଏପଟେ ଦାରିଦ୍ର୍ୟ ସେପଟେ ପୁଅର ଅଜଣା ମତିଷ୍କ ରୋଗ ଆପଣ ବିଶ୍ୱାସ କରିବେ ନାହିଁ। ଆମେ କହୁଛୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସମିଆଁ ଗ୍ରାମପଞ୍ଚାୟତ ରାଇଝର ଗ୍ରାମର ଓଁମ ଲୋହାର କଥା। ଯାହାକି ଓଁମ ଜନ୍ମରୁ ଅଜଣା ମତିଷ୍କ ରୋଗରେ ଆକ୍ରାନ୍ତ। ଜନ୍ମ ପର ଠାରୁ ସେମିତି ଗୋଟିଏ ଜାଗାରେ ପଡ଼ିରହିଛି ଓଁମ, ମା ଖୁଆଇ ଦେବା ସହ ଦେଖା ଶୁଣା ମଧ୍ୟ କରିଥାନ୍ତି। ଓଁମ ସବୁ ସମୟରେ ନିଜ ମୁଣ୍ଡକୁ ବାରମ୍ବାର କୁଣ୍ଡାଇ ଥାଏ। ଜନ୍ମ ସମୟରେ ଡାକ୍ତର କହିବା ଅନୁଯାୟୀ ଓଁମ ର ମୁଣ୍ଡ ବଡ଼ ହୋଇଥିବାରୁ ତାର ମୁଣ୍ଡର ଅସ୍ତ୍ରୋପଚାର କଲେ ସେ ସୁସ୍ଥ ହେବ ବା ଅନ୍ୟ ଭଲ ପିଲାଙ୍କ ପରି ଖେଳ କୂଦ କରିପାରିବ,କିନ୍ତୁ ଓଁମ ର ବାପାଙ୍କ ଦାରିଦ୍ର୍ୟ କାରଣରୁ ଅସ୍ତ୍ରୋପଚାର କରିପାରୁ ନାହାଁନ୍ତି। ଯାହାକି ଓଁମ ର ସୁସ୍ଥ ନ ହେବାର ମୁଖ୍ୟ କାରଣ ପାଲଟିଛି। ଏପଟେ ଦାରିଦ୍ର୍ୟ କୁ ସେପଟେ ପୁଅର ଏଭଳି ଅଜଣା ରୋଗ ପରିବାରକୁ ଚିନ୍ତାରେ ପକାଇଛି। ଏଭଳି ସ୍ଥିତିରେ ଓଁମ ପାଇଁ କିଛିବି ସରକାରୀ ସହାୟତା ମିଳିନାହିଁ।
ଓଁମ ର ବାପା ଗାଡ଼ି ଚଳାଇ ଯେଉଁ ଦୁଇ ପଇସା ଆଣନ୍ତି ସେଥିରେ ୫ପ୍ରାଣି ଚଳନ୍ତି। ଭଙ୍ଗା ଚାଳ ଛପର ଘରେ କଟେ ରୋଗୀଣା ପୁଅ ଓଁମ ଆଉ ୪ ପ୍ରାଣୀଙ୍କ ଜୀଵନ। ଦାରିଦ୍ର୍ୟ ସୀମାରେଖା ବା ଭଲରେ ରହିବା ଖାଇବା ପାଇଁ ଠିକ ସେ କିଛି ବି ବ୍ୟବସ୍ଥା ନଥିବା ବେଳେ ନା ସରକାର ଙ୍କ ତରଫରୁ ମିଳିଛି ଆବାସ ନା ଭିନ୍ନକ୍ଷମ ସାହାୟତା। ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ ତା ଏଠି ପ୍ରଶ୍ନ ଉଠୁଛି।  ଓଁମ ର ଏଭଳି ସ୍ଥିତିରେ ସରକାରୀ ମାଗଣା ଚିକିତ୍ସା ନା ଓଁମ କୁ ମିଳୁଛି ଭତ୍ତା। ସ୍ଥାନୀୟ ସରପଞ୍ଚ ସବୁ ଜାଣି ବି ଚୁପ, ସ୍ଥାନୀୟ ପ୍ରଶାସନ ବି ଚୁପ,ସରକାରୀ ଯୋଜନା ବାଟ ମାରଣା ହେଉଥିବା ବେଳେ ସାଧାରଣ ଗରିବ ଖଟିଖିଆ ରୋଗିଣା କୁ ମିଳୁ ପାରୁନି ସହାୟତା। ଏଭଳି ଖବର ସ୍ଥାନୀୟ ବ୍ଲକ ପ୍ରଶାସନ ବା ବଡ଼ଚଣା ର ବିଡ଼ିଓଙ୍କୁ ଜଣା ନାହିଁ ବୋଲି କହିଛନ୍ତି ବିଡ଼ିଓ। କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ନ ରଖି ଏହାର ତୁରନ୍ତ ସମାଧାନ କରିବି ବୋଲି କହି କାମ ସାରିଦେଇଛନ୍ତି ବିଡ଼ିଓ। ଏପଟେ ଓଁମ ପାଇଁ ସ୍ଥାନୀୟ ସାହି ପଡ଼ିଶା ମଧ୍ଯ ସାହଯ୍ୟ ସହଯୋଗ କରୁଛନ୍ତି।
ଓଁମ ର ଏଭଳି ପରିସ୍ଥିତିରେ ଯଦି କୌଣସି ଶଃହୃଦୟ ବ୍ୟକ୍ତି ବିଶେଷ ସାହାର୍ଯ୍ୟ ସହଯୋଗ ର ହାତ ବଢ଼ାଇବା ପାଇଁ ଚାହୁଁଛନ୍ତି ବା ଓଁମ ର ଚିକିତ୍ସା ପାଇଁ କିଛି ଅର୍ଥ ସହଯୋଗ ଦେବା ପାଇଁ ଚାହୁଁଛନ୍ତି ତେବେ ଓଁମ ର ମା ବ୍ୟାଙ୍କ ଆକାଉଣ୍ଟ ନଂ-408834006002388
ନାମ- ଶ୍ରୀମତୀ ତୁଳସୀ ଲୋହାର
IFSC- IOBA0ROGB01 ରେ ସହଯୋଗ କରିବାକୁ ଅନୁରୋଧ ଏବଂ ମୋବାଇଲ ନଂ-7328892080 ରେ ଫୋନେ କରିବା ପାଇଁ ଅନୁରୋଧ।

Related Posts

About The Author

Add Comment