* ବାଘ ଖାଇଥିଲା ନା ହାତୀ ମରିଥିଲା
* କ୍ଷତିପୂରଣ ଅପେକ୍ଷା ରେ ଅନ୍ତରା ଙ୍କ ପରିବାର
ଗଞ୍ଜାମ : ୨୮/୨/୨୬ (ସନ୍ଧାନ ନ୍ୟୁଜ) ଗଞ୍ଜାମ ବୁଗୁଡ଼ା ମସିହା ଅଗଷ୍ଟ ୧୬ ତାରିଖରେ ବୁଗୁଡ଼ା ଥାନା ବି.କରଡାବାଡି ପଞ୍ଚାୟତ ଅନ୍ତର୍ଗତ ଟଭାପଲ୍ଲୀ ଗ୍ରାମ ର ଟୁନା ନାଇକ ଙ୍କ ବାପା ଅନ୍ତରା ନାଇକ ଙ୍କ ମୁଣ୍ଡ ବିହୀନ ଶବ ଜଙ୍ଗଲ ରୁ ମିଳିଥିଲା କିନ୍ତୁ ଏହା ମଧ୍ୟରେ ୧୯ ମାସ ବିତିସାରିଥିଲେ ହେଁ, ଅନ୍ତରା ଙ୍କ ମୃତ୍ୟୁ ର କାରଣ ଜଣାପଡୁନି। ଫଳ ରେ ପରିବାର ବର୍ଗ ଏବେବି ଦ୍ଵନ୍ଦ ରେ ରହିଥିବା ବେଳେ ଏଯାବତ୍ କୌଣସି କ୍ଷତିପୂରଣ ମିଳି ନାହିଁ ୨୦୨୪ ଜୁଲାଇ ମାସ ୨୪ ତାରିଖରେ ଅନ୍ତରା ଜଙ୍ଗଲ କୁ କାଠ ଆଣିବାକୁ ନିଖୋଜ ହୋଇଯାଇଥିଲେ । ପରିବାର ବର୍ଗ ଏ ନେଇ ଥାନା ରେ ଏତଲା ଦେବା ପରେ ପୁଲିସ ନିଖୋଜ ମାମଲା ରୁଜୁ କରି ତନାଘନା ଚଳାଇଥିଲା । ତେବେ ୨୨ ଦିନ ପରେ ଅନ୍ତରା ଙ୍କ ଗଳିତ ଶବ ମିଳିଥିବା ବେଳେ କୌଣସି ହିଂସ୍ରଜନ୍ତୁ ଆକ୍ରମଣ ରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ବର୍ଗ ଅଭିଯୋଗ ଆଣିଥିଲେ । କାରଣ ସେହି ସମୟ ରେ ଜଙ୍ଗଲ ରୁ ଏକ ଗାଈ ର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ହିରାପଲ୍ଲି ଗ୍ରାମ ର ଜଣେ ବ୍ୟକ୍ତି ଙ୍କ ଗାଈ ବାଘ ଆକ୍ରମଣ ରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ଆଧାର କରି ବୁଗୁଡ଼ା ଥାନା ରେ କେସ ନମ୍ବର ୧୪/୨୪ ରେ ମାମଲା ରୁଜୁ ହୋଇଥିଲା । ତତ୍କାଳୀନ ଭଞ୍ଜନଗର ଏସଡିପିଓ ସୁଜିତ୍ କୁମାର ନାୟକ ମଧ୍ୟ ବନ୍ୟଜନ୍ତୁ ଆକ୍ରମଣ ସନ୍ଦେହ ପ୍ରକାଶ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ୍ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ତତ୍କାଳୀନ ଡିଏଫଓ କହିଥିଲେ । କିନ୍ତୁ ଏହା ମଧ୍ୟରେ ଦେଢ଼ ବର୍ଷ ରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏଯାବତ୍ ଅନ୍ତରା ଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତ ଗତ ହୋଇନାହିଁ। ଫଳ ରେ ସରକାରୀ ସହାୟତା ଏବେବି ସାତ ସପନ ପାଲଟିଛି । ଅନ୍ୟପକ୍ଷ ରେ ମୃତକ ଙ୍କ ପୁଅ ଟୁନା ୨୦୨୪ ମସିହା ଅକ୍ଟୋବର ୨୫ ତାରିଖରେ ବନ୍ୟଜନ୍ତୁ ଆକ୍ରମଣ ରେ ବାପାଙ୍କ ମୃତ୍ୟୁ କୁ ନେଇ ସହାୟତା ପ୍ରଦାନ ପାଇଁ ବନ ବିଭାଗ କୁ ଅନଲାଇନ ମାଧ୍ୟମ ରେ ଆବେଦନ କରିଥିଲେ । ତଥାପି କୌଣସି ସୁଫଳ ନ ମିଳିବାରୁ ଗତ ୧୦ ତାରିଖ ରେ ବୁଗୁଡ଼ା ରେ ଅନୁଷ୍ଠିତ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ରେ ଅଭିଯୋଗ କରିଥିଲେ । କିନ୍ତୁ ଅନ୍ତରା ଙ୍କ ପରିବାର କୁ କ୍ଷତିପୂରଣ ପ୍ରଦାନ ଦିଗ ରେ ପ୍ରଶାସନ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି । ଏପରିକି ପତ୍ନୀ ମଧ୍ୟ ବିଧବା ଭତ୍ତା ରୁ ବଂଚିତ ହୋଇ ରହିଛନ୍ତି



