ମୃତ୍ୟୁ ପରେ  ମିଳିଲାନି ହରିଶ୍ଚନ୍ଦ୍ର ସହାୟତା

Spread the love
କେନ୍ଦୁଝର,  ୨୦/୦୧/୨୦ (ସନ୍ଧାନ ନିଉଜ) : ମୃତ୍ୟୁ ପରେ ବି ଠିକ୍ ସେୟା ହେଲା । ମିଳିଲାନି ହରିଶ୍ଚନ୍ଦ୍ର ସହାୟତା । ଶବ ସତ୍କାର ପାଇଁ ଗାଁରୁ ଆଦାୟ ହେଲା ଚାଉଳ ଓ ଟଙ୍କା । ଆଉ ସେଥିରେ ହେଲା ସତ୍କାର। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଉପରକଇଁସାରୀ ଗାଁରେ ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି । ଗାଁର ରାମ ମୁଣ୍ଡାଙ୍କର ଅଜଣା ରୋଗରେ ମୃତ୍ୟୁ ହୋଇଥିଲା । ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଶବ ସତ୍କାର ନେଇ ପରିବାର ଲୋକେ ଚିନ୍ତାରେ ଥିଲେ । ସୂଚନା ମୁତାବକ, ଗାଁର ରାମ ମୁଣ୍ଡା (୪୩)ଙ୍କର ଗତକାଲି ଅଜଣା ରୋଗରେ ମୃତ୍ୟୁ ଘଟିଥିଲା। କେନ୍ଦୁଝରରେ ମୃତ୍ୟୁ ହେବା ପରେ ଦିନ ପ୍ରାୟ ଗୋଟାଏ ବେଳେ ଗାଁରେ ମୃତଦେହ ପହଞ୍ଚିଥିଲା। ଶବ ସତ୍କାର ପାଇଁ ଘରେ ପଇସାଟିଏ ନ ଥିଲା। ଏମିତି ପରିସ୍ଥିତିରେ କିପରି ସତ୍କାର କରିବେ ତାକୁ ନେଇ ବିଧବା ପତ୍ନୀ ଓ ପରିବାରକୁ ବୁଦ୍ଧି ଦିଶି ନଥିଲା। ଦିନ ଗଡ଼ି ସନ୍ଧ୍ୟା ହେଲା। ରାତିସାରା ପଡ଼ିରହିଲା ଶବ। ଶେଷରେ ଗାଁ ସାହିଭାଇ ଓ ପଡ଼ୋଶୀ ଶବ ସତ୍କାର କରିବାକୁ ଅଣ୍ଟା ଭିଡ଼ିଥିଲେ।

Related Posts

About The Author

Add Comment