ମୂଲ୍ୟ ଉପରେ ଲଗାମ ପାଇଁ କେନ୍ଦ୍ରର ପଦକ୍ଷେପ: ପିଆଜ ରପ୍ତାନୀ ବନ୍ଦ

Spread the love

ମୂଲ୍ୟ ଉପରେ ଲଗାମ ପାଉର୍ କେନ୍ଦ୍ରର ପଦକ୍ଷେପ
ପିଆଜ ରପ୍ତାନୀ ବନ୍ଦ
ନୂଆଦିଲ୍ଲୀ : ଗତ କିଛିଦିନ ଧରି ପିଆଜର ଦର ଆଶାତୀତ ଭାବେ ବୃଦ୍ଧିପାଇଛି । ଦରକୁ ନିୟନ୍ତ୍ରଣରେ ରଖିବା ସକାଶେ କେନ୍ଦ୍ର ସରକାର ପିଆଜ ରପ୍ତାନୀକୁ ନିଶିଦ୍ଧ କରିଛନ୍ତି । ସରକାରଭ୍ଙ୍କ ପକ୍ଷରୁ ଏନେଇ ନିଦେ୍ର୍ଦଶନାମା ଜାରି କରାଯାଇଛି । ଡାଇରେକ୍ଟର ଜେନେରାଲ୍ ଅଫ୍ ଫରେନ୍ ଟ୍ରେଟ୍ (ଡିଜିଏଫ୍ଟିଙ୍କ ଫକ୍ଷରୁ ଜଣାଇ ଦିଆଯାଇଛି ଯେ , ଏବେଠାରୁ ସବୁ କିସମର ପିଆଜ ବିଦେଶ ରପ୍ତାନୀ ବନ୍ଦ ରହିବ । ପ୍ରକାଶ ଯେ ଡିଜିଏଫ୍ଟି ହେଉଛି ବାଣିଜ୍ୟ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିôôôବା ଯାହା ନେଶର ଆମଦାନୀ ଓ ରପ୍ତାନୀ ବିଷୟ ଦେଖାଶୁଣା କରିଥାଏ । ଗତ କିଛି ସପ୍ତାହ ଧରି ପିଆଜ ଦର ହୁ ହୁ ହୋଇ ବୃଧି ପାଉଥିବାରୁ କେନ୍ଦ୍ର ସରକାର ଚିନ୍ତିତ । ପିଆଜ କିଣିବାକୁ ଯାଇ ଗ୍ରାହକଙ୍କୁ ନାକେଦମ୍ ହେବାକୁ ପଡୁଛି । ଏହି ଖାଉଟି ସାମଗ୍ରୀଟିର ଦର ବୃଧିକୁ ନିୟନ୍ତ୍ରଣରେ ରଖିବା ସକାଶେ ଗତ ୧୩ ତାରିଖରେ କେନ୍ଦ୍ର ସରକାର ଏକ ନୁ୍ୟନତମ ରପ୍ତାନୀ ମୂଲ୍ୟ ଧାର୍ଯ୍ୟ କରିଥିଲେ । ପ୍ରତି ଟନ୍ ପିଛା ପିଆଜର ମୂଲ୍ୟ ୬୦ ହଜାର ଟଙ୍କା ଧାର୍ଯ୍ୟ କରିଥିଲା ଡିଜିଏଫ୍ଟି । ଏହି ସର୍ବନିମ୍ନ ମୂଲ୍ୟରୁ କମ୍ରେ କୋ÷ଣସି ପଣ୍ୟ ରପ୍ତାନୀ କରାଯାଇ ନଥାଏ । ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ଗତମାସରେ କେନ୍ଦ୍ର ସରକାର କୋ÷ଣସି ଭାବେ ପିଆଜ ମହଜୁତ କରି ରଖାଯାଇ ପାରିବ ନାହିଁ ବୋଲି ସତର୍କ କରାଇ ଦେଇଥିଲେ । ଯଦି କୋ÷ଣସି ବ୍ୟବସାୟୀ ପିଆଜ ମହଜୁତ କରିଥିବାର ଜଣାପଡେ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଥିଲା । କିନ୍ତୁ ଏହା ସତ୍ୱେ ପିଆଜ ମୂଲ୍ୟ ବୃଦ୍ଧିକୁ ରୋକାଯାଇପାରିଲା ନାହିଁ । ତେଣୁ ସରକାର ପିଆଜ ରପ୍ତାନି ବନ୍ଦ ପାଇଁ ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କର ଏହି ନିଷ୍ପତିକୁ ବ୍ୟବସାୟୀ ମହଲ ସ୍ୱାଗତ କରିଛି । ରାଜଧାନୀ ନୂଆ ଦିଲ୍ଲୀ ସମେତ ଦେଶର ସବୁଆଡେ ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୬୦ ରୁ ୮୦ ଟଙ୍କାରେ ବିକ୍ରି ହେଉଛି । କେତେକ ରାଜ୍ୟରେ ଏହାର ଦାମ୍ ଆହୁରି ଅଧିକ । ଅନ୍ୟ ପକ୍ଷରେ ମହାରାଷ୍ଟ୍ର ଭଳି ପିଆଜ ଉତ୍ପାଦନକାରୀଉତ୍ପାଦନକାରୀ ରାଜ୍ୟ ଗୁଡିକରେ ବନ୍ୟା କାରଣରୁ ସରବରାହ ବାଧା ସୃଷ୍ଟି ହୋଇଛି । ଫଳରେ ଘରୋଇ ବଜାରରେ ପିଆଜର ଅଭାବ ଦେଖାଦେଇ ମୂଲ୍ୟ ବୃଦ୍ଧି ଘଟୁଛି । ପିଆଜର ଆକାଶ ଛୁଆଁ ଦରରୁ ସାଧାରଣ ଜନତାଙ୍କୁ ତ୍ରାହି ଦେବା ସକାଶେ ସରକାର ଇତି ମଧ୍ୟରେ ସମଗ୍ର ଦେଶରେ ୫୦ ହଜାର ଟନ୍ ପିଆଜ ମହଜୁତ୍ କରିଥିବାର କୁହାଯାଇଛି । ରବିବାର ପିଆଜ ରପ୍ତାନୀ ଉପରେ ଲାଗୁ କରାଯାଇଥିବା ନିଷେଧାଦେଶ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତର ରହିବ । ପ୍ରକାଶ ଯେ , ୨୦୧୫ ତୁଳନାରେ ଏଥର ପିଆଜ ଦର ଅଧିକ ହୋଇଛି । ଅନ୍ୟ ପକ୍ଷରେ ଭୁବନେଶ୍ୱରରୁ ମିଳିଥିବା ରିପୋର୍ଟ ଅନୁଶାରେ ପିଆଜ ଦର ବୃଧିକୁ ନେଇ ଓଡିଶାରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଗତକାଲି ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ , ପିଆଜ ଦର ଦିପାବଳି ପର୍ଯ୍ୟନ୍ତ ଉଚ୍ଚା ରହିବ । ଏହାକୁ ରାଜ୍ୟ ବିଜେପି ପକ୍ଷରୁ ତିବ୍ର ସମାଲୋଚନା କରାଯାଇଛି । ରାଜ୍ୟ ବିଜେପି ସଂପାଦକ କାଳିନ୍ଦୀ ସାମଲ କହିଛନ୍ତି , ଯେ ମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟ ଅସାଧୁ ବ୍ୟବସାୟୀ ଓ କଳାବଜାରୀଙ୍କୁ ସୁହାଇବ ଚଳାବଜାରୀଙ୍କୁ ପ୍ରୋସôାହନ ଦେବା ସକାଶେ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ପିଆଜ ଦର ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଗଣ ମାଧ୍ୟମରେ ବୟାନ ଦେବାରେ ସୀମିତ ରହିଛନ୍ତି । ଖଉଟିଙ୍କୁ କିଭଳି ସୁଲଭ ମୂଲୃରେ ପିଆଜ ଯୋଗାଇ ଦିଆଯାଇପାରିବ , ସେଥିପ୍ରତି ରାଜ୍ୟ ସରକାର ଆଦୋ÷ ଯତ୍ନବାନ ନୁହନ୍ତି । କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଶସ୍ତାରେ ପିଆଜ ଯୋଗାଇ ଦେବାକୁ ଘୋଷଣା କରିଥିଲେ ମଧ୍ୟ ଓଡିଶା ସରକାର ଏହାର ଲାଭ ନେଇପାରୁନାହାନ୍ତି । ଯୋଗାଣ ସଚ୍ଚିବ ଦିଲ୍ଲୀ ଯାଇ ପିଆଜର ମାନ ଦେଖିଆସିବା ପରେ କେନ୍ଦ୍ର ସରକାରଙ୍କ ନିକଟରୁ ପିଆଜ ଅଣାଯିବ ବୋଲି କହି ନିରବ ବସିଛନ୍ତି । ଏହି ସ୍ଥିତିରେ ରାଜ୍ୟରେ ପିଆଜ ଦର ଖାଉଟିଙ୍କ ଆଖିରୁ ଲୁହ ବୁହାଇ ଚାଲିଛି ବୋଲି କାଳନ୍ଦୀ କହିଚନ୍ତି ।

Related Posts

About The Author

Add Comment