ମୁସଲମାନ ପରିବାରରେ ଖୁସି; ପାଳିଲେ ଇଦ ପର୍ବ

Spread the love

ରାଇରଙ୍ଗପୁର ୨୫/୦୫ (ସନ୍ଧାନ ନିଉଜ) : ମୁସଲମାନମାନଙ୍କ ସବୁଠୁ ବଡ ପର୍ବ ହେଉଛି ଇଦ ପର୍ବ। କରୋନା ଲକଡାଉନରେ କାମ ଧନ୍ଦା ନ ପାଇ ବେରୋଜଗାର ହୋଇ ଘରେ ରହିଥିବା ଗରିବ ମୁସଲମାନମାନଙ୍କ ପାଇଁ ଇଦ ପର୍ବରେ ନୂତନ ବସ୍ତ୍ର ଓ ପାରମ୍ପରିକ ଖାଦ୍ୟ ଲଚ୍ଛା କିଣିବା ମଧ୍ୟ କଷ୍ଟକର ବ୍ୟାପାର ଥିଲା। ଏଭଳି ପରିସ୍ଥିତିରେ ଭାଇଚାରାର ପରିଚୟ ଦେଇ ଆଗେଇ ଆସିଥିଲେ ଜଣେ ହିନ୍ଦୁ ସମ୍ପ୍ରଦାୟର ସମାଜସେବୀ ତନୁଜା ମହାନ୍ତ। ଜାତି ଧର୍ମ ବର୍ଣ୍ଣର ଭେଦ ଭାବକୁ ପଛରେ ପକାଇ ମୁସଲିମ ଭାଇ ଭଉଣୀ ମାନଙ୍କ ଦୁଃଖ ସୁଖର ସାଥି ପାଲଟିଥିଲେ ତନୁଜା। ସମ୍ପୂର୍ଣ୍ଣ ଲକଡାଉନରେ ଗରିବ ପରିବାରଙ୍କୁ ଖାଦ୍ୟ ଓ ମାସ୍କ ବଣ୍ଟନ କରିଆସୁଥିବା ବେଳେ ଇଦ ପର୍ବ ସମୟରେ ଗରିବ ମୁସଲମାନ ଭାଇ ଭଉଣୀଙ୍କୁ ଡ୍ରେସ ଓ ଲଚ୍ଛା ବଣ୍ଟନ କରିବାକୁ ମଧ୍ୟ ଭୁଲିନଥିଲେ। ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ମୁସଲିମ ବସ୍ତିକୁ ଯାଇ ଗରିବ ମୁସଲମାନ ଭାଇଙ୍କୁ ଲୁଙ୍ଗି, ଟୋପି ଓ ଲଚ୍ଛା ପ୍ରଦାନ କରିଥିବା ବେଳେ ମୁସଲମାନ ଭଉଣୀ ମାନଙ୍କୁ ଶାଢ଼ୀ ଓ ଲଚ୍ଛା ପ୍ରଦାନ କରିଛନ୍ତି। ମୁସଲମାନ ଭାଇ ଭଉଣୀ ମାନଙ୍କ ପ୍ରତି ଏଭଳି ଦୟା ଦେଖେଇଥିବାରୁ ବିଭିନ ମହୋଲରୁ ନୋ ହଙ୍ଗ୍ରୀ ସଂଗଠନକୁ ପ୍ରଶଂସା କରାଯାଇଥିବା ବେଳେ ମୌଲାନା ମାନେ ମଧ୍ୟ ସାଧୁବାଦ ଜଣାଇଛନ୍ତି।

Related Posts

About The Author

Add Comment