ମୁମ୍ବାଇ, ୧୭/୦୪ (ସନ୍ଧାନ ନିଉଜ) କୋଭିଡ -୧୯ ପାଇଁ କୌଣସି ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ନ ଥିବାବେଳେ ମୁମ୍ବାଇର ଡାକ୍ତରମାନେ କହିଛନ୍ତି ଯେ ସ୍ୱାଇନ୍ ଫ୍ଲୁ, ମ୍ୟାଲେରିଆ ଏବଂ ଏଚ୍ଆଇଭି ପାଇଁ ବ୍ୟବହୃତ ଔଷଧର ମିଶ୍ରଣରେ ସେମାନେ ରୋଗୀଙ୍କୁ ସୁସ୍ଥ କରିଛନ୍ତି। ତେବେ ଡାକ୍ତରୀ ତଦାରଖ ବିନା ଔଷଧ ସେବନ ନ କରିବା ପାଇଁ ଡାକ୍ତରମାନେ ଚେତାବନୀ ଦେଇଛନ୍ତି। ଗତ ମାସରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ – ଆଇସିଏମ୍ଆର ସ୍ୱାଇନ୍ ଫ୍ଲୁ ଚିକିତ୍ସାରେ ବ୍ୟବହୃତ ତାମିଫ୍ଲୁ, ମ୍ୟାଲେରିଆ ଚିକିତ୍ସା ପାଇଁ ବ୍ୟବହୃତ ଆଣ୍ଟିଭାଇରାଲ୍ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଏବଂ ଏଚ୍.ଆଇ.ଭି. ପାଇଁ ଦିଆଯାଉଥିବା ଔଷଧ ଲୋପିନାଭିର ବ୍ୟବହାର କରି କରୋନା ସଂକ୍ରମଣର ଚିକିତ୍ସା କରିବାକୁ ଅନୁମୋଦନ କରିଥିଲା। ଡାକ୍ତରମାନେ କହିଛନ୍ତି ଯେ ଏହି ଚିକିତ୍ସା ବ୍ୟବସ୍ଥା ପ୍ରୟୋଗ କରାଯାଇ କିଛି ରୋଗୀ ଆରୋଗ୍ୟ ହୋଇଛନ୍ତି।
ମୁମ୍ବାଇ ଡାକ୍ତରଙ୍କ କରୋନା ଚିକିତ୍ସା : ସ୍ୱାଇନ୍ ଫ୍ଲୁ, ମ୍ୟାଲେରିଆ ଏବଂ ଏଚ୍ଆଇଭି ଔଷଧ
|
April 17, 2020 |